Advertisment

କ୍ୟାବିନେଟ୍‌ ମନ୍ତ୍ରୀଙ୍କ ଘରେ ଇଡି ରେଡ୍‌

ମୁମ୍ବାଇ: ଇଡି ରାଡାର୍‌ରେ କ୍ୟାବିନେଟ୍‌ ମନ୍ତ୍ରୀ। ମହାରାଷ୍ଟ୍ର କ୍ୟାବିନେଟ୍‌ ମନ୍ତ୍ରୀ ତଥା ଶିବସେନା ନେତା ଅନିଲ ପରବ୍‌ଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି। ମୁମ୍ବାଇ ଓ ପୁଣେ ସ୍ଥିତ ତାଙ୍କର ୭ଟି ଠିକଣା ଉପରେ ଇଡି ରେଡ୍‌ କରିଥିବା ସୂଚନା ମିଳିଛି। ମନି ଲଣ୍ଡରିଂ ମାମଲାରେ ଏହି ଚଢ଼ାଉ ହୋଇଛି। ପୁଣେ, ମୁମ୍ବାଇ ଓ ଦାପୋଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ୍‌ କରିଛି। ଅନିଲ ପରବ୍‌ଙ୍କ ବିରୋଧରେ କୋଟି କୋଟି ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ […]

author-image
Madhupriya Mistry
ଅଦ୍ୟତନ ହୋଇଛି
କ୍ୟାବିନେଟ୍‌ ମନ୍ତ୍ରୀଙ୍କ ଘରେ ଇଡି ରେଡ୍‌

anil-parab

ମୁମ୍ବାଇ: ଇଡି ରାଡାର୍‌ରେ କ୍ୟାବିନେଟ୍‌ ମନ୍ତ୍ରୀ। ମହାରାଷ୍ଟ୍ର କ୍ୟାବିନେଟ୍‌ ମନ୍ତ୍ରୀ ତଥା ଶିବସେନା ନେତା ଅନିଲ ପରବ୍‌ଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି। ମୁମ୍ବାଇ ଓ ପୁଣେ ସ୍ଥିତ ତାଙ୍କର ୭ଟି ଠିକଣା ଉପରେ ଇଡି ରେଡ୍‌ କରିଥିବା ସୂଚନା ମିଳିଛି। ମନି ଲଣ୍ଡରିଂ ମାମଲାରେ ଏହି ଚଢ଼ାଉ ହୋଇଛି। ପୁଣେ, ମୁମ୍ବାଇ ଓ ଦାପୋଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ୍‌ କରିଛି।

Advertisment

ଅନିଲ ପରବ୍‌ଙ୍କ ବିରୋଧରେ କୋଟି କୋଟି ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ରହିଛି। ଅମ୍ବାନୀଙ୍କ ଘର ଅଣ୍ଟିଲିଆ ନିକଟରେ ବିସ୍ଫୋରକ ସାମଗ୍ରୀ ରଖିବା ମାମଲାରେ ଗିଫର ମୁମ୍ବାଇ ପୁଲିସର ପୂର୍ବତନ ଏସ୍‌ ସଚିନ ବାଜେ ଶିବସେନା ନେତା ଅନିଲଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ସେଥିରୁ ସେ ୫୦ କୋଟି ଟଙ୍କାର ଲାଞ୍ଚ ନେଇଥିବା ସବୁଠାରୁ ବଡ ଅଭିଯୋଗ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଅମରାବତୀ ସାଂସଦ ନବନୀତ ରାଣା ମୁମ୍ବାଇର ପୁଲିସ କମିଶନର ସଞ୍ଜୟ ପାଣ୍ଡେ ଓ ଶିବସେନା ନେତା ଅନିଲ ପରବଙ୍କ ବିରୋଧରେ ସିବିଆଇରେ ଅଭିଯୋଗ କରିଥିଲେ। ଗିରଫ ସମୟରେ ମୁମ୍ବାଇ ପୁଲିସ ତାଙ୍କ ସହ ଅସଦାଚରଣ କରିଥିବା ନବନୀତ ରାଣା ଅଭିଯୋଗ ଆଣିଥିଲେ

Advertisment

ନବନୀତ୍ ରାଣାଙ୍କ ଅନୁଯାୟୀ ତାଙ୍କ ଅଭିଯୋଗ ସିବିଆଇ ଗ୍ରହଣ କରିଛି। ତାଙ୍କୁ ବେଆଇନ ଭାବେ ମୁମ୍ବାଇର ଏକ ପୁଲିସ ଷ୍ଟେସନରେ ଗିରଫ କରାଯାଇଥିଲା ଏବଂ ତାଙ୍କୁ ଅମାନୁଷିକ ଭାବେ ବ୍ୟବହାର କରାଯାଇଥିଲା ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ। ନବନୀତ୍ ରାଣାଙ୍କ ଅଭିଯୋଗ ଉପରେ ଲୋକସଭାର ଅଧିକାର କମିଟି ତାଙ୍କୁ ହାଜର ହେବାକୁ ଡାକିଥିଲା।

ED Raid Center Bottom