Advertisment

ଦାଉଦ୍‌ ଇବ୍ରାହିମ ଲିଙ୍କ୍: ନବାବ ମଲ୍ଲିକଙ୍କୁ ବାନ୍ଧିଲା ଇଡି

ମୁମ୍ବାଇ: ଶେଷରେ ମହାରାଷ୍ଟ୍ରମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକଙ୍କୁ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ  ଦାଉଦ୍‌ ଇବ୍ରାହିମ ଏବଂ ଅଣ୍ଡରୱାଲଡ୍‌ଙ୍କ ସହ ଲିଙ୍କ ଅଭିଯୋଗରେ ଇଡି ଆଜି ନବାବଙ୍କ ହାତରେ ହାତକଡ଼ି ପକାଇଛି। ଅଣ୍ଡରୱାଲଡ୍‌ଙ୍କ ସହ ବେଆଇନ୍‌ ଜମିକିଣାବିକା ମାମଲାରେ ନବାବଙ୍କ ସମ୍ପୃକ୍ତିଥିବା ପ୍ରମାଣ ପାଇବା ପରେ ଇଡି ଆଜି ତାଙ୍କୁ ଗିରଫ କରିଛି। ଏହି ଜମିକିଣା ବିକାରେ ବେଆଇନ୍‌ ଅର୍ଥ କାରବାର ମଧ୍ୟ ହୋଇଥିଲା। ନିକଟରେ ଇଡି ପକ୍ଷରୁ  ଦାଉଦ୍‌ […]

ଅଦ୍ୟତନ ହୋଇଛି
‘ ୬୨ ବର୍ଷ ହେଲା ଏହି ସହରରେ ଅଛି, କାହାର ଆଙ୍ଗୁଠି ଦେଖାଇବାର ସାହସ ନାହିଁ’

nabab-malik

Advertisment

ମୁମ୍ବାଇ: ଶେଷରେ ମହାରାଷ୍ଟ୍ରମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକଙ୍କୁ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ  ଦାଉଦ୍‌ ଇବ୍ରାହିମ ଏବଂ ଅଣ୍ଡରୱାଲଡ୍‌ଙ୍କ ସହ ଲିଙ୍କ ଅଭିଯୋଗରେ ଇଡି ଆଜି ନବାବଙ୍କ ହାତରେ ହାତକଡ଼ି ପକାଇଛି। ଅଣ୍ଡରୱାଲଡ୍‌ଙ୍କ ସହ ବେଆଇନ୍‌ ଜମିକିଣାବିକା ମାମଲାରେ ନବାବଙ୍କ ସମ୍ପୃକ୍ତିଥିବା ପ୍ରମାଣ ପାଇବା ପରେ ଇଡି ଆଜି ତାଙ୍କୁ ଗିରଫ କରିଛି। ଏହି ଜମିକିଣା ବିକାରେ ବେଆଇନ୍‌ ଅର୍ଥ କାରବାର ମଧ୍ୟ ହୋଇଥିଲା। ନିକଟରେ ଇଡି ପକ୍ଷରୁ  ଦାଉଦ୍‌ ଇବ୍ରାହିମଙ୍କ ଭାଇ  ଇକବାଲ କସ୍‌କରଙ୍କର ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଉପରେ ରେଡ୍‌ କରିଥିଲା। ଏଥିସହ ଇକବାଲଙ୍କୁ ମଧ୍ୟ ଇଡି ଗିରଫ କରିଥିଲା। ତେବେ ତନାଘନା ବେଳେ ଇକବାଲଙ୍କ ଠାରୁ ନବାବ କେତେକ ପ୍ଲଟ୍‌ କିଣିଥିବା ଜଣାପଡ଼ିଥିଲା।

Advertisment

ଆଜି ସାକାଳୁ ଅଜି ସକାଳୁ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଘରୁ ଉଠାଇ ନେଇ ଥିଲା। ମୁମ୍ବାଇ ସ୍ଥିତ ଇଡି ଅଫିସକୁ ନେଇ ତାଙ୍କୁ ପଚରାଉଚରା କରିଥିଲା । ଏଏନ୍‌ଆଇ ରିପୋର୍ଟ ମୁତାବକ, ଇଡିର ଏକ ଟିମ୍‌ ଆଜି ସକାଳୁ ନୱାବ ମଲିକଙ୍କ ଘରୁ ଯାଇଥିଲା। ସେଠାରେ ମନ୍ତ୍ରୀ ନୱାବ ମଲିକଙ୍କୁ ପ୍ରାୟ ଏକ ଘଣ୍ଟା ଜେରା କରିଥିଲା ଇଡି। ଏହାପରେ ପ୍ରାୟ ସାଢ଼େ ୭ଟାରେ ଇଡିର ଅଧିକାରୀମାନେ ମଲିକଙ୍କୁ ମୁମ୍ବାଇ ସ୍ଥିତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସକୁ ଆଣି ପଚରାଉଚରା କରିଥିଲା । ୬୨ ବର୍ଷୀୟ ଏନ୍‌ସିବି ନେତା ନବାବଙ୍କୁ ଆଜି ଜେରା ବେଳେ ତାଙ୍କ ସମର୍ଥକମାନେ ବିରୋଧ କରି ନାରାବାଜି କରିଥିଲେ। ଦକ୍ଷିଣ ମୁମ୍ବାଇର ଇଡି କାର୍ଯ୍ୟାଳୟ ନିକଟସ୍ଥ ଏନ୍‌ସିପି କାର୍ଯ୍ୟାଳୟଠାରେ ଦଳୀୟ ସମର୍ଥକମାନେ ଏକାଠି ହୋଇ ନବାବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ। ଦଳୀୟ କର୍ମୀମାନେ କେନ୍ଦ୍ରର ବିଜେପି ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଳୋଗାନ ଓ ନାରାବାଜି କରି ବିକ୍ଷୋଭ କରିଥିଲେ। ସେମାନେ ଇଡି କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବିରୋଧ ପ୍ରଦର୍ଶନ କରଥିଲେ।  ବିଜେପି,ଏନସିବି, ସିବିଆଇ ଏବଂ ଇଡି ମଧ୍ୟରେ ଥିବା ନ୍ୟସ୍ତ ସ୍ୱାର୍ଥ ସମ୍ପର୍କ ବିଷୟରେ ନବାବ ଗୁମର ଖୋଲିବାରୁ ତାଙ୍କ ବିରୋଧରେ ଆକ୍ରୋଶମୂଳକଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆମେ କେବେ ଚୁପ୍‌ ବସିବୁ ନାହିଁ।  ବିଜେପି ଏବଂ କେନ୍ଦ୍ରୀୟ ସଂସ୍ଥା ବିରୋଧରେ ଏନ୍‌ସିପି ସବୁ କାରନାମା ପର୍ଦ୍ଦାଫାଶ କରିବ ବୋଲି ଏନ୍ସିପି ନେତା କହିଥିଲେ।

 ଗତ ବର୍ଷ ନଭେମ୍ବରରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ମଲିକ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମଙ୍କ ଠାରୁ ପ୍ଲଟ୍‌ କିଣିଥିବା ନେଇ ଅଭିଯୋଗ ଆଣିଥିଲେ। ଏଥିସହ ଏହି ପ୍ଲଟଟି ମୁମ୍ବାଇ ବିସ୍ଫୋରଣରେ ସାମିଲ ହୋଇଥିବା ଅଭିଯୁକ୍ତଙ୍କର ବୋଲି ସେ ଦାବି କରିଥିଲେ।

Advertisment

ନିକଟରେ ଇଡି ମୁମ୍ବାଇରେ ଅଣ୍ଡରୱାର୍ଲ୍ଡ ସହ ଜଡିତ ଲୋକଙ୍କ ଠିକଣା ଉପରେ ଚଢ଼ାଉ କରିଥିଲା। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପ୍ରାୟ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିବା ଇଡି। ଯେଉଁଥିରେ ୧୯୯୩ ବୋମା ବିସ୍ଫୋରଣର ମୁଖ୍ୟ ଷଡଯନ୍ତ୍ରକାରୀର ଦାଉଦ ଇବ୍ରାହିମର ଦିବଙ୍ଗତ ଭଉଣୀ ହସିନା ପାର୍କର, ଭାଇ ଇକବାଲ କସକର ଏବଂ ଛୋଟା ଶକିଲଙ୍କ ସମ୍ପର୍କୀୟ ସଲିମ କୁରେଶି ଓରଫ ସଲିମ ଫ୍ରୁଟଙ୍କ ଘର ସାମିଲ ଥିଲା। ଇଡି ହସିନା ପାର୍କରଙ୍କ ପୁଅକୁ ମଧ୍ୟ ପଚରାଉଚରା କରିଥିଲା।

କିଛି ଦିନ ପୂର୍ବେ ବହୁ ଚର୍ଚ୍ଚିତ ମୁମ୍ବାଇ ଡ୍ରଗସ୍‌ ଜବତ ମାମଲାରେ ଏନସିବିର ପୂର୍ବତନ ମୁମ୍ବାଇ ଜୋନାଲ ମୁଖ୍ୟ ସମୀର ୱାଙ୍ଖଡ଼େଙ୍କ ବିରୋଧରେ ବହୁ ସଙ୍ଗୀନ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ ନବାବ। ମୁମ୍ବାଇର ହାଇପ୍ରୋଫାଇଲ କ୍ରୁଜ୍‌ ଡ୍ରଗସ୍‌ ଜବତ ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କ ପୁଅଙ୍କ ଗିରଫଦାରୀକୁ ବିରୋଧରି ଏନ୍‌ସିବି ବିରୋଧରେ ପାଲଟା ଦୁର୍ନୀତି ଅଭିଯୋଗ ଆଣିଥିଲେ ନବାବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe