Advertisment

ନୱାବ ମଲିକଙ୍କୁ ଘରୁ ଉଠାଇନେଲା ଇଡି

ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକଙ୍କୁ ଘରୁ ଉଠାଇନେଲା ଇଡି। ଅଜି ସକାଳୁ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଘରୁ ଉଠାଇ ନେଇଛି। ମୁମ୍ବାଇ ସ୍ଥିତ ଇଡି ଅଫିସକୁ ନେଇ ତାଙ୍କୁ ପଚରାଉଚରା ଜାରି ରହିଛି। କଥିତ ରୂପେ ଅଣ୍ଡରୱାର୍ଲ୍ଡ ସହ କନେକସନ୍‌ ଥିବା ଏକ ସମ୍ପତ୍ତି ମାମଲାରେ ତାଙ୍କୁ ପଚରାଉଚରା ଚାଲିଛି। ଏଏନ୍‌ଆଇ ରିପୋର୍ଟ ମୁତାବକ, ଇଡିର ଏକ ଟିମ୍‌ ଆଜି ସକାଳୁ ନୱାବ ମଲିକଙ୍କ ଘରୁ ଯାଇଥିଲା। ସେଠାରେ ମନ୍ତ୍ରୀ ନୱାବ […]

ଅଦ୍ୟତନ ହୋଇଛି
ନୱାବ ମଲିକଙ୍କୁ ଘରୁ ଉଠାଇନେଲା ଇଡି

Nawab Malik

Advertisment

ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକଙ୍କୁ ଘରୁ ଉଠାଇନେଲା ଇଡି। ଅଜି ସକାଳୁ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଘରୁ ଉଠାଇ ନେଇଛି। ମୁମ୍ବାଇ ସ୍ଥିତ ଇଡି ଅଫିସକୁ ନେଇ ତାଙ୍କୁ ପଚରାଉଚରା ଜାରି ରହିଛି। କଥିତ ରୂପେ ଅଣ୍ଡରୱାର୍ଲ୍ଡ ସହ କନେକସନ୍‌ ଥିବା ଏକ ସମ୍ପତ୍ତି ମାମଲାରେ ତାଙ୍କୁ ପଚରାଉଚରା ଚାଲିଛି।

Advertisment

ଏଏନ୍‌ଆଇ ରିପୋର୍ଟ ମୁତାବକ, ଇଡିର ଏକ ଟିମ୍‌ ଆଜି ସକାଳୁ ନୱାବ ମଲିକଙ୍କ ଘରୁ ଯାଇଥିଲା। ସେଠାରେ ମନ୍ତ୍ରୀ ନୱାବ ମଲିକଙ୍କୁ ପ୍ରାୟ ଏକ ଘଣ୍ଟା ଜେରା କରିଥିଲା ଇଡି। ଏହାପରେ ପ୍ରାୟ ସାଢ଼େ ୭ଟାରେ ଇଡିର ଅଧିକାରୀମାନେ ମଲିକଙ୍କୁ ମୁମ୍ବାଇ ସ୍ଥିତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସକୁ ଆଣି ପଚରାଉଚରା କରୁଛନ୍ତି। ଏହି ସମୟରେ ରାକମ୍ପା ନେତାଙ୍କ ପୁଅ ଆମୀର ମଲିକ ମଧ୍ୟ ସାଙ୍ଗରେ ଥିଲେ।

ସୂଚନା ମୁତାବକ, ଗତ ବର୍ଷ ନଭେମ୍ବରରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ମଲିକ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମଙ୍କ ଠାରୁ ପ୍ଲଟ୍‌ କିଣିଥିବା ନେଇ ଅଭିଯୋଗ ଆଣିଥିଲେ। ଏଥିସହ ଏହି ପ୍ଲଟଟି ମୁମ୍ବାଇ ବିସ୍ଫୋରଣରେ ସାମିଲ ହୋଇଥିବା ଅଭିଯୁକ୍ତଙ୍କର ବୋଲି ସେ ଦାବି କରିଥିଲେ।

Advertisment

ନିକଟରେ ଇଡି ମୁମ୍ବାଇରେ ଅଣ୍ଡରୱାର୍ଲ୍ଡ ସହ ଜଡିତ ଲୋକଙ୍କ ଠିକଣା ଉପରେ ଚଢ଼ାଉ କରିଥିଲା। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପ୍ରାୟ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିବା ଇଡି। ଯେଉଁଥିରେ ୧୯୯୩ ବୋମା ବିସ୍ଫୋରଣର ମୁଖ୍ୟ ଷଡଯନ୍ତ୍ରକାରୀର ଦାଉଦ ଇବ୍ରାହିମର ଦିବଙ୍ଗତ ଭୁଉଣି ହସିନା ପାର୍କର, ଭାଇ ଇକବାଲ କାସକର ଏବଂ ଛୋଟା ଶକିଲଙ୍କ ସମ୍ପର୍କୀୟ ସଲିମ କୁରେଶି ଓରଫ ସଲିମ ଫ୍ରୁଟଙ୍କ ଘର ସାମିଲ ଥିଲା।

ଇଡି ହସିନା ପାର୍କରଙ୍କ ପୁଅକୁ ମଧ୍ୟ ପଚରାଉଚରା କରିଥିଲା। ପିଏମ୍‌ଏଲ୍‌ଏ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ମିଳିଥିବା ସୂତ୍ର ଅନୁଯାୟୀ ଜଣେ ନେତାଙ୍କ ସହ ଜଡିତ କିଛି ସ୍ଥାନରେ ମଧ୍ୟ ଇଡି ରେଡ୍‌ କରିଥିଲା।

ED Raid Nawab Malik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe