Advertisment

ଜାହାଜରେ ଡ୍ରଗସ୍‌ ପାର୍ଟି କିଏ ଆୟୋଜନ କରିଥିଲା ?

ମୁମ୍ବାଇ: ମୁମ୍ବାଇ କ୍ରୁଜରୁ ଡ୍ରଗସ୍‌ ଜବତ ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନା ଧରୁନି। ଆରୋପ-ପ୍ରତ୍ୟାରୋପକୁ ନେଇ ଦୈନିକ ନୂଆ ନୂଆ ଅଭିଯୋଗ ମାମଲାକୁ ତାଜା କରି ରଖିଛି। ଏବେ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲ୍ଲିକ ଏନସିବିର ପୂର୍ବତନ ଜୋନାଲ ନିର୍ଦେଶକ ସମୀର ୱାଙ୍ଖଡ଼େଙ୍କ ବିରୋଧରେ ନୂଆ ଅଭିଯୋଗ ଆଣି ଲିଭି ଆସୁଥିବା ନିଆଁରେ ପୁଣିଥରେ ଘିଅ ଢାଳିଛନ୍ତି। କାହିଁକି କ୍ରୁଜ ପାର୍ଟିର ଅନ୍ୟତମ ଆୟୋଜକ କଶୀଫ ଖାନଙ୍କୁ  ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବଞ୍ଚାଇବାକୁ […]

ଅଦ୍ୟତନ ହୋଇଛି
ଆର୍ଯ୍ୟନ୍‌ଙ୍କ ପରେ ଜେଲ୍‌ରୁ ମୁକୁଳିଲେ ମୁନ୍‌ମୁନ୍‌

Munmun and aryan

Advertisment

ମୁମ୍ବାଇ: ମୁମ୍ବାଇ କ୍ରୁଜରୁ ଡ୍ରଗସ୍‌ ଜବତ ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନା ଧରୁନି। ଆରୋପ-ପ୍ରତ୍ୟାରୋପକୁ ନେଇ ଦୈନିକ ନୂଆ ନୂଆ ଅଭିଯୋଗ ମାମଲାକୁ ତାଜା କରି ରଖିଛି। ଏବେ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲ୍ଲିକ ଏନସିବିର ପୂର୍ବତନ ଜୋନାଲ ନିର୍ଦେଶକ ସମୀର ୱାଙ୍ଖଡ଼େଙ୍କ ବିରୋଧରେ ନୂଆ ଅଭିଯୋଗ ଆଣି ଲିଭି ଆସୁଥିବା ନିଆଁରେ ପୁଣିଥରେ ଘିଅ ଢାଳିଛନ୍ତି।

Advertisment

କାହିଁକି କ୍ରୁଜ ପାର୍ଟିର ଅନ୍ୟତମ ଆୟୋଜକ କଶୀଫ ଖାନଙ୍କୁ  ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବଞ୍ଚାଇବାକୁ ଚାହୁଁଛି  ତାହା ଜାଣିବାକୁ ଚାହିଁଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ। ଏନସବି ଅଧିକାରୀ ସମୀର ୱାଙ୍ଖଡ଼େଙ୍କ ସହ ତାଙ୍କର ସମ୍ପର୍କ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି  ଯେ, କଶୀଫ ଖାନ ଏବଂ ଏନସିବିର ମୁମ୍ବାଇର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େଙ୍କ  ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି।  ଏନସିବିର ସାକ୍ଷୀ କେ ପି ଗୋସାଭି ଏବଂ ଦିଲ୍ଲୀର ଜଣେ ସୂଚନାଦାତ୍ତାଙ୍କ ମଧ୍ୟରେ ହ୍ୱାଟଆପ୍‌ରେ ହୋଇଥିବା ଚାଟିଂକୁ ସର୍ବ ସାଧାରଣରେ ଖୁଲାସା କରିଛନ୍ତି ମଲ୍ଲିକ। ଏନେଇ ମଲ୍ଲିକ ଟ୍ୱିଟ୍ କରିବା ସହ କର୍ଡେଲିଆ କ୍ରୁଜ ପାର୍ଟିରେ ଯୋଗଦେବାକୁ ଯାଉଥିବା ଲୋକଙ୍କୁ ଫାନ୍ଦରେ ପକାଇବାକୁ ଯୋଜନା କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏନସିପି ନେତା ମଲ୍ଲିକ କହିଛନ୍ତି ଯେ, କେ ପି ଗୋସାଭି ହେଉଛନ୍ତି ସମୀର ୱାଙ୍ଖଡ଼େଙ୍କ ସେନା। ତେଣୁ ତାଙ୍କୁ ଅନେକ ଉତ୍ତର ଦେବାକୁ ପଡିବ ବୋଲି ସେ କହିଛନ୍ତି ।

Advertisment

ଗତ ଅକ୍ଟୋବର  ରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ସମେତ ୨୦ ଜଣଙ୍କୁ ଗିରଫ ମାମଲାରେ କେ ପି ଗୋସାଭି ହେଉଛନ୍ତି ଏନସିବିର ସାକ୍ଷୀ। ଜାଲିଆତି ଅଭିଯୋଗରେ କେ ପି ଗୋସାଭିଙ୍କୁ ଗତ ମାସରେ ମହାରାଷ୍ଟ୍ର ପୁଲିସ ଗିରଫ କରିଥିଲା। ନୱାବ ମଳ୍ଲିକ ଅଭିଯୋ କରିଛନ୍ତି ଯେ, କଶିଫ ଖାନଙ୍କୁ କାହିଁକି ପଚରାଯାଉ ନାହିଁ ? କଶିଫ ଖାନ ଏବଂ ସମୀର ୱାଙ୍ଖଡ଼େଙ୍କ ମଧ୍ୟରେ ସମ୍ପର୍କ କଣ ବୋଲି ମନ୍ତ୍ରୀ ପଚାରିଥିଲେ।

କଶୀଫ ଖାନଙ୍କ ବିରୋଧରେ ଅନେକ ଜାଲିଆତି ମାମଲା ରହିଛି ବୋଲି ସେ କହିଛନ୍ତି। ଏନସିବି କାହିଁକି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସୂଚନାଅନୁଯାୟୀ ଡ୍ରଗସ୍‌ କାରବାରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ଗରଫଦାରି ଉପରେ ମଲ୍ଲିକ ପ୍ରଶ୍ନ ଉଠାଇବା ସହ ଏନସିବି ଅଧିକାରୀଙ୍କ ସହ କନ୍ଦଳ ଚରମସୀମାରେ ପହଞ୍ଚିଥିଲା।

Aryan Khan Drug Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe