Advertisment

କରୋନା ସଂକ୍ରମିତଙ୍କ ସଂଖ୍ୟା ଅକସ୍ମାତ ବୃଦ୍ଧି ପଛର ପ୍ରମୁଖ କାରଣ କହିଲେ ଗୁଲେରିଆ

ନୂଆଦିଲ୍ଲୀ: ସାରା ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨.୩୪ ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୩୦୦ରୁ ଅଧିକ ଏହି ମହାମାରୀରେ ମୃତ୍ୟୁ ବରଣ କରିଛନ୍ତି। ଯଦିଓ ଦେଶରେ ଟିକାକରଣ ପ୍ରକ୍ରିୟା ଚାଲିଛି, ଲୋକମାନେ ମାସ୍କ ସହିତ ଅନ୍ୟାନ୍ୟ ନିୟମ ମାନୁଛନ୍ତି ହେଲେ ହଠାତ କାହିଁକି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଡବଲ ହୋଇଛି ଏ ନେଇ ଉତ୍ତର ରଖିଛନ୍ତି ନୂଆଦିଲ୍ଲୀ ସ୍ଥିତ […]

ଅଦ୍ୟତନ ହୋଇଛି
'କରୋନା ଆକ୍ରାନ୍ତ ଓ ସମ୍ପର୍କୀୟଙ୍କୁ ଟାହି ଟାପରା ନକରି ସହାନୁଭୂତି ଦେଖାନ୍ତୁ'

aiims_randeep guleria

Advertisment

ନୂଆଦିଲ୍ଲୀ: ସାରା ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨.୩୪ ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୩୦୦ରୁ ଅଧିକ ଏହି ମହାମାରୀରେ ମୃତ୍ୟୁ ବରଣ କରିଛନ୍ତି। ଯଦିଓ ଦେଶରେ ଟିକାକରଣ ପ୍ରକ୍ରିୟା ଚାଲିଛି, ଲୋକମାନେ ମାସ୍କ ସହିତ ଅନ୍ୟାନ୍ୟ ନିୟମ ମାନୁଛନ୍ତି ହେଲେ ହଠାତ କାହିଁକି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଡବଲ ହୋଇଛି ଏ ନେଇ ଉତ୍ତର ରଖିଛନ୍ତି ନୂଆଦିଲ୍ଲୀ ସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ।

Advertisment

ସେ ଦୁଇଟି ପ୍ରମୁଖ କାରଣ କହିଛନ୍ତି। ଗୋଟିଏ ହେଲା, ଜାନୁଆରୀ ମାସରେ ଦେଶରେ ଟିକାକରଣ ଆରମ୍ଭ ହୋଇଛି। ଆଉ ଫେବୃଆରୀ ବେଳକୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା କମିଯାଇଥିଲା। ଆଉ ଲୋକମାନେ ଏହି ସମୟରେ କୋଭିଡ ନିୟମ ମାନିନଥିଲେ। ଆଉ ଠିକ୍ ଏହି ସମୟରେ କରୋନ ମାରାତ୍ମକ ହୋଇ ବ୍ୟାପିଛି। ତେବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅକସ୍ମାତ ବୃଦ୍ଧି ପାଇବାରୁ ଦେଶରେ ସ୍ୱାସ୍ଥ୍ୟସେବା ଗୁରୁତର ହୋଇପଡିଛି ବୋଲି ଗୁଲେରିଆ କହିଛନ୍ତି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଦେଶରେ କୋଭିଡ୍ ବେଡ ଏବଂ ସମ୍ବଳ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଦ୍ୱିତୀୟଟି ହେଲା, କୁମ୍ଭ ମେଳା, ବିଭିନ୍ନ ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ବାବଦରେ ପ୍ରତିକ୍ରିୟା ରଖି ଗୁଲେରିଆ କହିଛନ୍ତି ଆମ ପାଇଁ ଜୀବନ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଦେଶରେ କରୋନା ଜୋରଦାର ବ୍ୟାପୁଛି ସେତେବେଳେ ଅନେକ ଧାର୍ମିକ କାର୍ଯ୍ୟକଳାପ ଓ ନିର୍ବାଚନୀ ମତଦାନ ଚାଲିଛି। ହେଲେ ଏହାକୁ ଏପରି ଭାବରେ ପରିଚାଳନା କରିବା ଦରକାର ଯେମିତି କାହାରିକୁ କ୍ଷତି ନପହଞ୍ଚାଇ ପାରିବ। ଯେମିତି ପ୍ରତ୍ୟେକ ଲୋକର ଧାର୍ମିକ ଭାବନା ରହିଛି ସେହିପରି ପ୍ରତ୍ୟେକ ଲୋକର ଜୀବନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକମାନେ ମନେ ରଖିବା ଆବଶ୍ୟକ ଯେ କୌଣସି ଟିକା ୧୦୦ ପ୍ରତିଶତ ସଫଳ ନୁହେଁ। ସଂକ୍ରମିତ ହୋଇଥିଲେ ମଧ୍ୟ ଯଦି ଶରୀରରେ ଆଣ୍ଟିବଡି ଥିବ ତାହେଲେ କରୋନା ଭାଇରସକୁ ବଢ଼ିବାକୁ ଦେବ ନାହିଁ।

COVID-19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe