Advertisment

ବିମାନ ବନ୍ଦରରେ ବଡ଼ ଦୁର୍ଘଟଣା, ପୁଶ୍‌ବ୍ୟାକ୍‌ ଗାଡିରେ ଲାଗିଲା ନିଆଁ

ମୁମ୍ବାଇ: ବିମାନ ବନ୍ଦରରେ ବଡ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବିମାନ। ମୁମ୍ବାଇ ବିମାନ ବନ୍ଦରରେ ବିମାନକୁ ପୁଶ୍‌ବ୍ୟାକ୍‌ ଦେଉଥିବା ଗାଡିରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ଗାଡିଟି ହୁ ହୁ ହୋଇ ଜଳିବାକୁ ଲାଗିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ ବିମାନ ବନ୍ଦରରେ ଆତଙ୍କ ଖେଳିଯାଇଥିଲା। ପରେ ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ରିପୋର୍ଟ ମୁତାବକ, ଆଜି ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଛି। ଏୟାର ଇଣ୍ଡିଆ ବିମାନ AI-647କୁ ପଛରୁ ଧକ୍କାର […]

ଅଦ୍ୟତନ ହୋଇଛି
ବିମାନ ବନ୍ଦରରେ ବଡ଼ ଦୁର୍ଘଟଣା, ପୁଶ୍‌ବ୍ୟାକ୍‌ ଗାଡିରେ ଲାଗିଲା ନିଆଁ

pushback-tug-caught-fire

Advertisment

ମୁମ୍ବାଇ: ବିମାନ ବନ୍ଦରରେ ବଡ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବିମାନ। ମୁମ୍ବାଇ ବିମାନ ବନ୍ଦରରେ ବିମାନକୁ ପୁଶ୍‌ବ୍ୟାକ୍‌ ଦେଉଥିବା ଗାଡିରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ଗାଡିଟି ହୁ ହୁ ହୋଇ ଜଳିବାକୁ ଲାଗିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ ବିମାନ ବନ୍ଦରରେ ଆତଙ୍କ ଖେଳିଯାଇଥିଲା। ପରେ ଘଟଣାସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

Advertisment

ରିପୋର୍ଟ ମୁତାବକ, ଆଜି ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଛି। ଏୟାର ଇଣ୍ଡିଆ ବିମାନ AI-647କୁ ପଛରୁ ଧକ୍କାର ଦେଉଥିବା ଏୟାରକ୍ରାଫ୍ଟ ଟଗ୍‌ରେ ନିଆଁ ଲାଗିଯାଇଥିଲା। ଯେତେବେଳେ ଏହି ଦୁର୍ଘଟଣା ଘଟିଥିଲା ସେତେବେଳେ ସମସ୍ତ ଯାତ୍ରୀ ବିମାନ ଭିତରେ ଥିଲେ। ଏହି ବିମାନରେ ମୋଟ ୮୫ ଯାତ୍ରୀ ଥିଲେ।

ଏହି ଦୁର୍ଘଟଣା ବେଳର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ହୁ ହୁ ହୋଇ ଜଳୁଥିବା ଗାଡିକୁ ଦମକଳ ବାହିନୀ ପାଣି ପକାଇ ଲିଭାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ବିମାନ ବନ୍ଦରର ଅଧିକାରୀଙ୍କ କହିବା ମୁତାବକ, ନିଆଁକୁ ନିୟନ୍ତ୍ରଣ କରାଯାଇଛି। ଏହି ଦୁର୍ଘଟଣାରେ ବିମାନକୁ କୌଣସି ବି ପ୍ରକାରର କ୍ଷତି ହୋଇନାହିଁ।

Advertisment

ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ରିପୋର୍ଟ ଅନୁସାରେ, ମୁମ୍ବାଇ ବିମାନ ବନ୍ଦରର ପିଆର୍‌ଓଙ୍କ କହିବାକୁ ମୁତାବକ, ମୁମ୍ବାଇରୁ ଜାମନଗର ବିମାନରେ ୮୫ ଯାତ୍ରୀ ଥିଲେ। ସେତେବେଳେ ହଠାତ୍‌ ପୁଶ୍‌ବ୍ୟାକ୍‌ ଗାଡିରେ ନିଆଁ ଲାଗିଯାଇଥିଲା। ତେବେ ଏହି ଘଟଣାରେ କୌଣସି ବି ଯାତ୍ରୀଙ୍କର କ୍ଷତି ହୋଇନାହିଁ। କିଛି ଘଣ୍ଟା ପରେ ବିମାନଟି ସୁରକ୍ଷିତ ଭାବେ ଉଡାଣ ଭରିଥିବା ସେ କହିଛନ୍ତି।

https://twitter.com/ANI/status/1480471045475737601?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe