Advertisment

ପେଟ୍ରୋଲରୁ କମିଲା ୩ ଟଙ୍କା ଟିକସ

ଚେନ୍ନାଇ: ପେଟ୍ରୋଲ ଏବଂ ଡିଜେଲ ଦର ଏବେ ସମସ୍ତଙ୍କ ପାଇଁ ବଡ ବୋଝ ପାଲଟିଛି। ଆଉ ଏହି କାରଣ ପାଇଁ ଖାଦ୍ୟ ସାମଗ୍ରୀର ଦର ଦାମ ମଧ୍ୟ ବୃଦ୍ଧି ପାଇଛି। ଯାହାକୁ ନେଇ ସାରା ଦେଶର ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି। ତାମିଲନାଡୁ ସମେତ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ରୁ ଅଧିକ ଟଙ୍କା ରହିଛି। ଏହାରି ଭିତରେ ତାମିଲନାଡୁର ଏମ୍ କେ ଷ୍ଟାଲିନ ସରକାର ପେଟ୍ରୋଲ ଉପରୁ ୩ ଟଙ୍କା ଟିକସ କମାଇଛନ୍ତି। କିନ୍ତୁ […]

ଅଦ୍ୟତନ ହୋଇଛି
ଉପର ମୁହାଁ ତେଲ ଦର, ମାସକରେ ବଢ଼ିଲାଣି ୮ ଥର

PETROL-DIESEL

Advertisment

ଚେନ୍ନାଇ: ପେଟ୍ରୋଲ ଏବଂ ଡିଜେଲ ଦର ଏବେ ସମସ୍ତଙ୍କ ପାଇଁ ବଡ ବୋଝ ପାଲଟିଛି। ଆଉ ଏହି କାରଣ ପାଇଁ ଖାଦ୍ୟ ସାମଗ୍ରୀର ଦର ଦାମ ମଧ୍ୟ ବୃଦ୍ଧି ପାଇଛି। ଯାହାକୁ ନେଇ ସାରା ଦେଶର ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି। ତାମିଲନାଡୁ ସମେତ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ରୁ ଅଧିକ ଟଙ୍କା ରହିଛି। ଏହାରି ଭିତରେ ତାମିଲନାଡୁର ଏମ୍ କେ ଷ୍ଟାଲିନ ସରକାର ପେଟ୍ରୋଲ ଉପରୁ ୩ ଟଙ୍କା ଟିକସ କମାଇଛନ୍ତି। କିନ୍ତୁ ଡିଜେଲ ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ସରକାର।

Advertisment

ଏହାଦ୍ୱାରା ରାଜ୍ୟ ସରକାର ବାର୍ଷିକ ୧,୧୬୦ କୋଟି ଟଙ୍କା ରାଜସ୍ୱ ହରାଇବେ। ତାମିଲନାଡୁର ଅର୍ଥମନ୍ତ୍ରୀ ପଲନିଭେଲ୍ ଠିଆଗା ରାଜନ ବିଧାନସଭାରେ ବଜେଟ ଉପସ୍ଥାପନ କରିବା ବେଳେ ଏହି ଘୋଷଣା କରିଛନ୍ତି। ଯେଉଁମାନେ ପ୍ରତିଦିନ କାମ କରିବା ପାଇଁ ଘରୁ ବାହାରକୁ ଯାତ୍ରା କରୁଛନ୍ତି ସେମାନଙ୍କ ପକେଟ ପାଇଁ ଏହି ଖବର ଆଶ୍ୱସ୍ତି ଦେଇଛି। ଦେଶବାସୀ ଏବେ ମହଙ୍ଗା ମାଡ଼ରେ ଛଟପଟ ହେଉଥିବା ବେଳେ ପ୍ରଥମ ରାଜ୍ୟ ଭାବରେ ତାମିଲନାଡୁର ଡିଏମକେ ସରକାର ପେଟ୍ରୋଲରୁ ସର୍ବାଧିକ ତିନି ଟଙ୍କା ଟିକସ କମାଇଛନ୍ତି।

ଆଜି ଷ୍ଟାଲିନ ସରକାର ବିଧାନସଭାରେ ବଜେଟ ଉପସ୍ଥାପନ କରିଥିଲେ। ଏହି ଅବସରରେ ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଡିଏମକେ ଦେଇଥିଲା ତାକୁ ଗୁରୁତ୍ୱ ଦେଇଛନ୍ତି ଷ୍ଟାଲିନ ସରକାର। ନିର୍ବାଚନ ବେଳେ ଡିଏମକେ କହିଥିଲା ଯେ ଯଦି ଦଳ କ୍ଷମତାକୁ ଆସିବ ତା'ହେଲେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା କମାଇବ। ଏବେ ୩ ଟଙ୍କା କମାଇ ଡିଏମକେ ନିଜର ପ୍ରତିଶ୍ରୁତି ଏକ ପ୍ରକାର ରଖିଛି ବୋଲି କୁହାଯାଇଛି। ଏହାବାଦ କୋଅପରେଟିଭ୍ ଋଣ ମଧ୍ୟ ଛାଡ଼ କରିଛନ୍ତି ଏହି ସରକାର।

Advertisment

ସୂଚନାଯୋଗ୍ୟ, ରାଜ୍ୟରେ ଡିଏମକେ କ୍ଷମତାକୁ ଆସିବା ପୂର୍ବରୁ ୫୦୦ଟି ପ୍ରତିଶ୍ରୁତି ରଖିଥିଲା। ଶାସନ ଗାଦିରେ ବସିବା ପରେ ସେମିତି କିଛି ପ୍ରତିଶ୍ରୁତି ପୂରଣ ହୋଇନଥିଲା। ଏହାକୁ ନେଇ ବିରୋଧୀ ଏଆଇଏଡିଏମକେ, ବିଜେପି ସମେତ ଅନ୍ୟାନ୍ୟ ଦଳ ଡିଏମକେ ସରକାରକୁ ସମାଲୋଚନା କରୁଥିଲେ। କିନ୍ତୁ ରାଜ୍ୟ ବଜେଟ ଉପସ୍ଥାପନ କରିବା ବେଳେ ଷ୍ଟାଲିନ ସରକାର ବିଭିନ୍ନ ପ୍ରତିଶ୍ରୁତି ରକ୍ଷା କରିଥିବା ସୂଚନା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe