Advertisment

‘ଖୋଲା ବଜାରରେ ମିଳୁ କରୋନା ଟିକା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୋଲା ବଜାରରେ ମିଳୁ କରୋନା ଟିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏହି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଖୋଲା ବଜାରରେ ଟିକା ଉପଲବ୍ଧ କରାଗଲେ ଯେଉଁ ଆଗ୍ରହୀ ନାଗରିକମାନେ ଏହାର ଖର୍ଚ୍ଚ ଉଠାଇପାରିବେ ସେମାନେ ଏହାକୁ କିଣିପାରିବେ। ଫଳରେ ଏହା ସରକାରଙ୍କୁ ସମାଜର ଦୁର୍ବଳ ବର୍ଗଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ କରିବ। ବିଶ୍ୱରେ ଯେଉଁ ସବୁ କୋଭିଡ୍ ଟିକାକୁ ସ୍ୱୀକୃତ ମିଳିଛି ସେଗୁଡ଼ିକର […]

ଅଦ୍ୟତନ ହୋଇଛି
ଦିନକ ପରେ ନବୀନଙ୍କୁ ଛୁଇଁବ ୭୬, ପାଳିବେନି ଜନ୍ମଦିନ

Naveen Pattnaik

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖୋଲା ବଜାରରେ ମିଳୁ କରୋନା ଟିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏହି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଖୋଲା ବଜାରରେ ଟିକା ଉପଲବ୍ଧ କରାଗଲେ ଯେଉଁ ଆଗ୍ରହୀ ନାଗରିକମାନେ ଏହାର ଖର୍ଚ୍ଚ ଉଠାଇପାରିବେ ସେମାନେ ଏହାକୁ କିଣିପାରିବେ। ଫଳରେ ଏହା ସରକାରଙ୍କୁ ସମାଜର ଦୁର୍ବଳ ବର୍ଗଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ କରିବ।

ବିଶ୍ୱରେ ଯେଉଁ ସବୁ କୋଭିଡ୍ ଟିକାକୁ ସ୍ୱୀକୃତ ମିଳିଛି ସେଗୁଡ଼ିକର ଯୋଗାଣ ବୃଦ୍ଧି କରିବାକୁ ଅନୁମତି ଦିଆଯାଇପାରେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲେଖିଛନ୍ତି, ଟିକା ଉତ୍ପାଦନ ପାଇଁ ଭାରତ ପାଖରେ ପ୍ରଚୁର ଭିତ୍ତିଭୂମି ରହିଛି। ଟିକା ପ୍ରସ୍ତୁତ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକ ଏକାଠି ହେବା ଉଚିତ୍‌।

କିଛି ମହାନଗରୀ ଅଛନ୍ତି ଯେଉଁଗୁଡ଼ିକରୁ ଅଧିକରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିସବୁ ସ୍ଥାନରେ ଟିକାକରଣକୁ ଅଗ୍ରାଧିକାର ଦିଆଯିବା ସହିତ ବୟସ ଉପରେ ଲାଗିଥିବା କଟକଣାକୁ କୋହଳ କରାଯିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି। ସେ ଆହୁରି ଲେଖିଛନ୍ତି, ଏହି ମହାନଗରୀ ଗୁଡ଼ିକ ହେଉଛନ୍ତି ଆମ ଦେଶର ଅର୍ଥନୀତିର ମେରୁଦଣ୍ଡ। ଏହି ଅଞ୍ଚଳଗୁଡ଼ିକରେ କୌଣସି ପ୍ରକାର ଲକ୍‌ଡାଉନ୍‌ ଲାଗୁ କରାଗଲେ ଦେଶର ବାକି ଅଞ୍ଚଳର ଗୁଡ଼ିକ ପ୍ରଭାବିତ ହେବେ।

ଏହା ସହିତ ଠିକ୍ ସମୟରେ ଆବଶ୍ୟକ ପରିମାଣର ଟିକା ରାଜ୍ୟ ଗୁଡ଼ିକୁ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହା ଦ୍ୱାରା ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଛନ୍ତି।

ଏହି ଚିଠିରେ ମୁଖ୍ୟମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ଯେ ଓଡ଼ିଶାରେ ଏପର୍ଯ୍ୟନ୍ତ ୪୭ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କର୍ମୀ, ଅନ୍ୟ କରୋନା ଯୋଦ୍ଧା ଓ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ସାଧାରଣ ନାଗରିକ ରହିଛନ୍ତି। ଆମ ପାଖରେ ପ୍ରତ୍ୟେକ ଦିନ ୩ ଲକ୍ଷ ଟିକାକରଣ କରିବାର କ୍ଷମତା ରହିଛି। ରାଜ୍ୟର ଲୋକମାନେ ମଧ୍ୟ ଟିକା ନେବାକୁ ଆଗ୍ରହ ଦେଖାଉଛନ୍ତି। କିନ୍ତୁ ସେହି ଅନୁସାରେ ଟିକା ନମିଳିବା ଆମ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ପରିପେକ୍ଷୀରେ ମୁଁ ଆପଣଙ୍କୁ ୨୫ ଲକ୍ଷ ଟିକା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲି, ଯାହା ଆମକୁ ପ୍ରତ୍ୟେକ ଦିନ ୩ ଲକ୍ଷ ଟିକାକରଣରେ ସାହାଯ୍ୟ କରିବ। ଯଦି ପୂର୍ଣ୍ଣ କ୍ଷମତାରେ ଦିଆଯାଏ, ତା’ହେଲେ ଆମ ରାଜ୍ୟରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଯୋଗ୍ୟ ଲୋକଙ୍କୁ ଟିକା ଦେବାକୁ ୧୬୦ ଦିନ ଲାଗିବ।

Naveen Patnaik Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe