Advertisment

ମାତ୍ର ୧୨୦୦ ଭୋଟରେ ଶୁଭେନ୍ଦୁଙ୍କୁ ହରାଇଲେ ଦିଦି

ନନ୍ଦିଗ୍ରାମ: ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ନନ୍ଦିଗ୍ରାମ ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ନିଜର ପୂର୍ବତନ ସହଯୋଗୀ ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ୬୨ ହଜାରରୁ ଅଧିକ ଭୋଟରେ ହରାଇ ନନ୍ଦିଗ୍ରାମର ବାଜିଗର ହେବେ ବୋଲି କହିଥିବା ମମତା କିନ୍ତୁ ଶେଷରେ ୧୨୦୦ ଭୋଟରେ ବିଜୟୀ ହୋଇଛନ୍ତି। ସେହିପରି ଟିଏମସି ଛାଡ଼ି ବିଜେପିର ମଙ୍ଗ ଧରିଥିବା ଶୁଭେନ୍ଦୁ ୫୦ ହଜାରରୁ ଅଧିକ ଆସନରେ ବିଜୟୀ ହେବେ ବୋଲି ଯେଉଁ ଦମ୍ଭୋକ୍ତି ପ୍ରକାଶ […]

ଅଦ୍ୟତନ ହୋଇଛି
ମୋଦିଙ୍କୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ: ଖେଲା ହୋବେ, ଦେଖା ହୋବେ, ଜେତା ହୋବେ

Mamata

Advertisment

ନନ୍ଦିଗ୍ରାମ: ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ନନ୍ଦିଗ୍ରାମ ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ନିଜର ପୂର୍ବତନ ସହଯୋଗୀ ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ୬୨ ହଜାରରୁ ଅଧିକ ଭୋଟରେ ହରାଇ ନନ୍ଦିଗ୍ରାମର ବାଜିଗର ହେବେ ବୋଲି କହିଥିବା ମମତା କିନ୍ତୁ ଶେଷରେ ୧୨୦୦ ଭୋଟରେ ବିଜୟୀ ହୋଇଛନ୍ତି।

Advertisment

ସେହିପରି ଟିଏମସି ଛାଡ଼ି ବିଜେପିର ମଙ୍ଗ ଧରିଥିବା ଶୁଭେନ୍ଦୁ ୫୦ ହଜାରରୁ ଅଧିକ ଆସନରେ ବିଜୟୀ ହେବେ ବୋଲି ଯେଉଁ ଦମ୍ଭୋକ୍ତି ପ୍ରକାଶ କରିଥିଲେ ସେଥିରେ ଫସର ଫାଟିଛି। ଆଉ ହାରିଲେ ରାଜନୀତିରୁ ସନ୍ୟାସ ନେବେ ବୋଲି ଶୁଭେନ୍ଦୁ ଯେଉଁ ମତ ରଖିଥିଲେ ସେଥିରେ ଫସର ଫାଟିଛି। ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ହୋଇଥିବା ଏହି ନିର୍ବାଚନୀ ଯୁଦ୍ଧ ଉପରେ ସମଗ୍ର ଦେଶର ନଜର ଥିଲା। ଏବେ ମମତା ନନ୍ଦିଗ୍ରାମରୁ ବିଜୟୀ ହୋଇ ନନ୍ଦିଗ୍ରାମ ଆସନକୁ ଟିଏମସି ପାଖରେ ରଖିବାରେ ସକ୍ଷମ ହୋଇଛନ୍ତି।

ଅନ୍ୟପଟେ ପଶ୍ଚିମବଙ୍ଗରେ ବିଜେପିର ସମସ୍ତ ଆକଳନ ଏକ ପ୍ରକାର ଫେଲ୍ ମାରିଛି। ରାଜ୍ୟରେ ବିଜେପି ୨୦୦ରୁ ଅଧିକ ଆସନ ଜିତିବ ବୋଲି ଯେଉଁ ଦମ୍ଭୋକ୍ତି ପ୍ରକାଶ କରିଥିଲା ତାହା ବିଫଳ ହୋଇଛି। ବିଜେପି ଦୁଇ ଅଙ୍କରେ ସୀମିତ ରହିଛି। ଏବେର ଭୋଟ୍ ଗଣତି ଅନୁଯାୟୀ ଟିଏମସି ୨୧୬ଟି ଆସନରେ ଅଗ୍ରଣୀ ରହିଥିବା ବେଳେ ବିଜେପି ୭୫ଟି ଆସନରେ ଅଗ୍ରଣୀ ରହିଛି।

Advertisment
West Bengal Assembly Election West Bengal Election 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe