Advertisment

'ମୋଦିଙ୍କ ଠାରୁ ଅଧିକ ଲୋକପ୍ରିୟ ମମତା'

ନୂଆଦିଲ୍ଲୀ: ଟିଏମସି ସାଂସଦ ଓ ପାର୍ଟିର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ହମଲା କରିଛନ୍ତି। ସେ କହିଛନ୍ତି ଯେ କେବଳ ବେଙ୍ଗଲ ନୁହେଁ ଟିଏମସି ଆଗାମୀ ଦିନରେ ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ବିଜୟ ଲାଭ କରିବ। ବାନାର୍ଜୀ ମଧ୍ୟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଶଂସା କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ମମତା ବାନାର୍ଜୀ ଅଧିକ ଲୋକପ୍ରିୟ। ଭବାନୀପୁରର ଜଗୁ ବଜାରରେ ଏକ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
'ମୋଦିଙ୍କ ଠାରୁ ଅଧିକ ଲୋକପ୍ରିୟ ମମତା'

abhishek-banerjee

ନୂଆଦିଲ୍ଲୀ: ଟିଏମସି ସାଂସଦ ଓ ପାର୍ଟିର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ହମଲା କରିଛନ୍ତି। ସେ କହିଛନ୍ତି ଯେ କେବଳ ବେଙ୍ଗଲ ନୁହେଁ ଟିଏମସି ଆଗାମୀ ଦିନରେ ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ବିଜୟ ଲାଭ କରିବ। ବାନାର୍ଜୀ ମଧ୍ୟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଶଂସା କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ମମତା ବାନାର୍ଜୀ ଅଧିକ ଲୋକପ୍ରିୟ।

Advertisment

ଭବାନୀପୁରର ଜଗୁ ବଜାରରେ ଏକ ନିର୍ବାଚନୀ ସଭାରେ ସମ୍ବୋଧନ କରି ଅଭିଷେକ ଏହି କଥା କହିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁରରୁ ନିର୍ବାଚନ ଲଢ଼ୁଛନ୍ତି। ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ତାଙ୍କୁ ନିର୍ବାଚନ ଜିତିବାକୁ ପଡ଼ିବ। ଏହି ଅବସରରେ ଅଭିଷେକ କହିଛନ୍ତି, ବର୍ତ୍ତମାନ ଅନେକ ରାଜ୍ୟ ମମତା ବାନାର୍ଜୀଙ୍କ ନେତୃତ୍ୱରେ ବିଜେପି ବିରୋଧରେ ଲଢ଼େଇ ପାଇଁ ପ୍ରସ୍ତୁତ ଅଛନ୍ତି। ଆମେ ତ୍ରିପୁରା ଓ ଆସାମରେ ପହଞ୍ଚି ସାରିଛୁ ଏବଂ ଆଗକୁ ଗୋଆ ମଧ୍ୟ ଯିବୁ। ଏଥିପାଇଁ ଆମେ ନିଜକୁ ପ୍ରସ୍ତୁତ କରୁଛୁ।

ଇଟାଲୀର ରୋମରେ ହେବାକୁଥିବା ୱର୍ଡ ପିସ୍ କନଫରେନ୍ସକୁ ଯିବା ପାଇଁ ମମତା ବାନାର୍ଜୀଙ୍କୁ କେନ୍ଦ୍ର ସରକାରଙ୍କୁ ତରଫରୁ ଅନୁମତି ମିଳିନଥିଲା। ଯାହାକୁ ନେଇ ଟିଏମସିର ଏହି ସାଂସଦ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି, ବିଶ୍ୱ ଶାନ୍ତି ବୈଠକରେ ମମତାଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ଆମନ୍ତ୍ରିତ କରାଯାଇଥିଲା। କିନ୍ତୁ ତାଙ୍କୁ ଯିବାକୁ ଦିଆଗଲା ନାହିଁ। ଏହାର କାରଣ ହେଉଛି ମମତା ବାନାର୍ଜୀ ପିଏମ୍ ମୋଦିଙ୍କ ଠାରୁ ଅଧିକ ଲୋକପ୍ରିୟ।

Advertisment

ଅଭିଷେକ ମଧ୍ୟ ଉତ୍ତର ପ୍ରଦେଶର ଯୋଗୀ ସରକାରକୁ ଟାର୍ଗେଟ୍ କରିଛନ୍ତି। ଅଭିଷେକ ବାନାର୍ଜୀ କହିଛନ୍ତି ଯେ ବର୍ତ୍ତମାନ ଉତ୍ତର ପ୍ରଦେଶର ସ୍ଥିତି ଦେଖନ୍ତୁ। ବିଜେପି ବର୍ତ୍ତମାନ ତାଲିବାନ ଶୈଳୀରେ ସେଠାରେ ଶାସନ କରୁଛି। ସେଠାକାର ନାଗରିକଙ୍କୁ ସ୍ୱାଧୀନତା ମିଳୁନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବୁକିଛି ନିଷ୍ପତ୍ତି ନେଉଛନ୍ତି।

Mamata Banerjee West Bengal Assembly Election