Advertisment

୨୦୨୪ ପାଇଁ ଯୋଜନା, ରଣନୀତି ପ୍ରସ୍ତୁତ କରିବାକୁ ଦିଲ୍ଲୀ ଆସୁଛନ୍ତି ଦିଦି

ନୂଆଦିଲ୍ଲୀ: ଆସନ୍ତା ୨୦୨୪ରେ କ୍ଷମତାସୀନ ବିଜେପିକୁ ମାତ ଦେବାକୁ ଏବେଠାରୁ ରଣନୀତି ପ୍ରସ୍ତୁତ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିପାଇଁ ଆସନ୍ତା ୨୫ ତାରିଖରେ ମମତା ଦିଲ୍ଲୀ ଆସିବେ। ବେଙ୍ଗଲରେ ତୃତୀୟ ଥର ବିପୁଳ ଜନମତ ସହ ସରକାର ଗଠନ କରିବା ପରେ ମମତା ପ୍ରଥମଥର ଦିଲ୍ଲୀ ଆସୁଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନରେ ମମତା ବିଜେପିକୁ ଚକମା ଦେବା ପରେ ସେ ୨୦୨୪ରେ ବିରୋଧୀ ଦଳ ଗୁଡ଼ିକର ନେତୃତ୍ୱ ନେବେ ବୋଲି ଚର୍ଚ୍ଚା ହେଉଛି। ଏସବୁ ଭିତରେ […]

ଅଦ୍ୟତନ ହୋଇଛି
୨୦୨୪ ପାଇଁ ଯୋଜନା, ରଣନୀତି ପ୍ରସ୍ତୁତ କରିବାକୁ ଦିଲ୍ଲୀ ଆସୁଛନ୍ତି ଦିଦି

Mamata

Advertisment

ନୂଆଦିଲ୍ଲୀ: ଆସନ୍ତା ୨୦୨୪ରେ କ୍ଷମତାସୀନ ବିଜେପିକୁ ମାତ ଦେବାକୁ ଏବେଠାରୁ ରଣନୀତି ପ୍ରସ୍ତୁତ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିପାଇଁ ଆସନ୍ତା ୨୫ ତାରିଖରେ ମମତା ଦିଲ୍ଲୀ ଆସିବେ। ବେଙ୍ଗଲରେ ତୃତୀୟ ଥର ବିପୁଳ ଜନମତ ସହ ସରକାର ଗଠନ କରିବା ପରେ ମମତା ପ୍ରଥମଥର ଦିଲ୍ଲୀ ଆସୁଛନ୍ତି।

Advertisment

ପଶ୍ଚିମବଙ୍ଗ ନିର୍ବାଚନରେ ମମତା ବିଜେପିକୁ ଚକମା ଦେବା ପରେ ସେ ୨୦୨୪ରେ ବିରୋଧୀ ଦଳ ଗୁଡ଼ିକର ନେତୃତ୍ୱ ନେବେ ବୋଲି ଚର୍ଚ୍ଚା ହେଉଛି। ଏସବୁ ଭିତରେ ମମତା ଦିଲ୍ଲୀ ଆସୁଛନ୍ତି। ସୂତ୍ର ଅନୁସାରେ, ମମତା ୪ ଦିନିଆ ଦିଲ୍ଲୀ ଗସ୍ତରେ ଆସୁଛନ୍ତି। ଏହି ସମୟରେ ସେ ଏକାଧିକ ବିରୋଧୀ ଦଳର ମୁଖ୍ୟମାନଙ୍କୁ ଭେଟିବେ।

ଏମାନଙ୍କ ମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ଏନସିପି ମୁଖ୍ୟ ଶରଦ ପାୱାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଓ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରହିଛନ୍ତି। ଏମାନଙ୍କ ସହ ମମତା ବୈଠକ କରି ଆଗାମୀ ରଣନୀତି ପ୍ରସ୍ତୁତ କରିବେ।

Advertisment

ସେହିପରି ସଂସଦର ମୌସୁମୀ ଅଧିବେଶନ ସମୟରେ ହିଁ ମମତା ଦିଲ୍ଲୀ ଆସୁଛନ୍ତି। ତେଣୁ ସଂସଦରେ ବିରୋଧୀଙ୍କ ଆଭିମୁଖ୍ୟ କ’ଣ ରହୁଛି, ତା’ ଉପରେ ମଧ୍ୟ ନଜର ରହିଛି। ଦରବୃଦ୍ଧି ଠାରୁ ଆରମ୍ଭ କରି ରାଫେଲ ଡିଲ ଓ ଚାଇନା ସହ ସୀମା ବିବାଦକୁ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ଅସ୍ତ୍ର କରି ଗୃହରେ ସରକାରଙ୍କୁ ଘେରିବାକୁ ଲକ୍ଷ୍ୟ ରଖିଛନ୍ତି।

୨୦୨୪ ସାଧାରଣ ନିର୍ବାଚନ ସହ ଆସନ୍ତା ବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ରାଜନୀତିକ ହଲଚଲ ଗୋଟିଏ ମାସ ହେଲା ସୃଷ୍ଟି ହୋଇଛି। ବିଶିଷ୍ଟ ରାଜନୀତିଜ୍ଞ ପ୍ରଶାନ୍ତ କିଶୋର ଦୁଇଥର ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଥିଲେ। ଏହାପରେ ସେ ଗାନ୍ଧି ପରିବାର ସହ ମଧ୍ୟ ବୈଠକ କରିଥିଲେ। ୨୦୨୪ରେ ବିଜେପିକୁ ଚକମା ଦେବା ପାଇଁ ପ୍ରଶାନ୍ତ କିଶୋର ଯୋଜନା କରୁଥିବା କୁହାଯାଉଛି।

Mamata Banerjee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe