Advertisment

ନିର୍ବାଚନ ଆୟୋଗକୁ ବ୍ୟବହାର କରୁଛି ବିଜେପି: ମମତା

କୋଲକାତା: ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ମତଦାନ ହେବ। ଏଥିପାଇଁ ୨୩ ଦିନ ଲାଗିବ। ନିର୍ବାଚନ କମିଶନର ନିର୍ବାନନ ତାରିଖ ଘୋଷଣା କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ନେଇ ପ୍ରଶ୍ନ ଉଠାଇଠନ୍ତି। ଯଦି ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ଯଦି ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇପାରିଲା ତାହେଲେ ପଶ୍ଚିମବଙ୍ଗରେ କାହିଁକି ୮ଟି ପର୍ଯ୍ୟାୟ ବୋଲି ପ୍ରଶ୍ନ କରିଛନ୍ତି ମମତା ବାନାର୍ଜୀ। କେନ୍ଦ୍ରର ଶାସକ ଦଳ ବିଜେପି ନିର୍ବାଚନ କମିଶନକୁ ବ୍ୟବହାର କରୁଛି ବୋଲି ମମତା […]

author-image
Subhransu Sekhar
ଅଦ୍ୟତନ ହୋଇଛି
ନିଜକୁ ବେଙ୍ଗଲର ଝିଅ କହି ବିଜେପି ବିରୋଧରେ ଲଢ଼େଇ ଆରମ୍ଭ କଲେ ମମତା

mamata

କୋଲକାତା: ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ମତଦାନ ହେବ। ଏଥିପାଇଁ ୨୩ ଦିନ ଲାଗିବ। ନିର୍ବାଚନ କମିଶନର ନିର୍ବାନନ ତାରିଖ ଘୋଷଣା କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ନେଇ ପ୍ରଶ୍ନ ଉଠାଇଠନ୍ତି।

Advertisment

ଯଦି ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ଯଦି ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇପାରିଲା ତାହେଲେ ପଶ୍ଚିମବଙ୍ଗରେ କାହିଁକି ୮ଟି ପର୍ଯ୍ୟାୟ ବୋଲି ପ୍ରଶ୍ନ କରିଛନ୍ତି ମମତା ବାନାର୍ଜୀ। କେନ୍ଦ୍ରର ଶାସକ ଦଳ ବିଜେପି ନିର୍ବାଚନ କମିଶନକୁ ବ୍ୟବହାର କରୁଛି ବୋଲି ମମତା ଅଭିଯୋଗ କରିଛନ୍ତି। ଗୋଟିଏ ଜିଲ୍ଲାରେ ତିନୋଟି ପର୍ଯ୍ୟାୟରେ ମତଦାନ କାହିଁକି ହେଉଛି ବୋଲି ମମତା ପ୍ରଶ୍ନ କରିଛନ୍ତି। ଦକ୍ଷିଣ ପରଗନା ଜିଲ୍ଲାରେ ଟିଏମସି ମଜବୁତ ଅଛି। ସେଠାରେ ତିନୋଟି ପର୍ଯ୍ୟାୟରେ ମତଦାନ କାହିଁକି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ସାରା ଦେଶକୁ ବିଜେପି ଭାଗ ଭାଗ କରିବାକୁ ଚେଷ୍ଟା କରୁଛି। ମୁସଲମାନ ଏବଂ ହିନ୍ଦୁ ମଧ୍ୟରେ ବିଭେଦ ସୃଷ୍ଟି କରୁଛି ବିଜେପି। ପଶ୍ଚିମବଙ୍ଗରେ ବଙ୍ଗାଳୀ ହିଁ ଶାସନ କରିବେ। ଏଠାରେ ବିଜେପିକୁ ଟିଏମସି ହରାଇବ ବୋଲି ମମତା ପ୍ରେସ କନଫରେନସ କରି କହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନକୁ ଅପେକ୍ଷା କରିବା ପାଇଁ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହକୁ କହିଛନ୍ତି ମମତା ବାନାର୍ଜୀ।

Advertisment

ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ତାରିଖ ଶୁକ୍ରବାର ଘୋଷଣା ହୋଇଛି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏହି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ୮ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ମେ ୨ରେ ସମସ୍ତ ପାଞ୍ଚଟି ରାଜ୍ୟର ଭୋଟ ଗଣନା ହେବ ବୋଲି ନିର୍ବାଚନ କମିଶନର କହିଛନ୍ତି। ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ୬୮ଟି ଆସନ ଏସସି ଏବଂ ୧୬ଟି ଆସନ ଏସଟି ପାଇଁ ସଂରକ୍ଷିତ ରହିଛି।

ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ପଶ୍ଚିମବଙ୍ଗରେ ୨୦୧୬ ନିର୍ବାଚନରେ ​​୭୭୪୧୩ ମତଦାନ ବୁଥ ପ୍ରତିଷ୍ଠା କରାଯାଇଥିଲା। ଏଥର ୧୦୧,୯୧୬ ବୁଥରେ ମତଦାନ ହେବ। ମତଦାନ ବୁଥ ସଂଖ୍ୟା ୩୯.୬ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଥି ସହିତ କରୋନାକୁ ଧ୍ୟାନରେ ରଖି ମତଦାନ ସମୟ ମଧ୍ୟ ଘଣ୍ଟାଏ ବୃଦ୍ଧି କରାଯାଇଛି। ସମସ୍ତ ରାଜ୍ୟର ଅନେକ ସ୍ଥାନରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ ହେବେ। ପଶ୍ଚିମବଙ୍ଗରେ ଦୁଇଜଣ ପୁଲିସ ପର୍ଯ୍ୟବେକ୍ଷକ ରହିବେ ବୋଲି ସେ କହିଛନ୍ତି।

West Bengal Assembly Election