Advertisment

ମୋଦିଙ୍କୁ ମିଛୁଆ କହି ବର୍ଷିଲେ ଦିଦି

କୋଲକାତା: ଗୋଟିଏ ପଟେ ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ଭୋଟିଂ ଚାଲିଥିବା ବେଳେ ଅନ୍ୟପଟେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ଏହିକ୍ରମରେ ଆଜି କୋଚ ବେହାର ଠାରେ ଆୟୋଜିତ ରାଲିରେ ଉଦବୋଧନ ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଛୁଆ ବୋଲି କହିଛନ୍ତି। ମମତା କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଜଣେ ମିଛୁଆ। ସେ ପ୍ରତିଟି ମିଟିଂରେ ମୋ ଉପରେ କେବଳ ଚିତ୍କାର କରନ୍ତି ଓ ମିଛ […]

ମୋଦିଙ୍କୁ ମିଛୁଆ କହି ବର୍ଷିଲେ ଦିଦି

Mamata-Banerjee

Advertisment

କୋଲକାତା: ଗୋଟିଏ ପଟେ ପଶ୍ଚିମବଙ୍ଗରେ ତୃତୀୟ ପର୍ଯ୍ୟାୟ ଭୋଟିଂ ଚାଲିଥିବା ବେଳେ ଅନ୍ୟପଟେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ଏହିକ୍ରମରେ ଆଜି କୋଚ ବେହାର ଠାରେ ଆୟୋଜିତ ରାଲିରେ ଉଦବୋଧନ ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଛୁଆ ବୋଲି କହିଛନ୍ତି। ମମତା କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଜଣେ ମିଛୁଆ। ସେ ପ୍ରତିଟି ମିଟିଂରେ ମୋ ଉପରେ କେବଳ ଚିତ୍କାର କରନ୍ତି ଓ ମିଛ କୁହନ୍ତି।”

Advertisment

ମମତା ଆହୁରି କହିଛନ୍ତି ଯେ “କେନ୍ଦ୍ରୀୟ ଆର୍ମଡ ପୁଲିସ୍‌ ଫୋର୍ସରେ ସ୍ୱତନ୍ତ୍ର ନାରାୟଣୀ ବାଟାଲିୟନ ତିଆରି କରିଥିବା ସମ୍ପର୍କରେ ବିଜେପି ଯେଉଁ ଦାବି କରୁଛି, ତାହା ସଂପୂର୍ଣ୍ଣ ମିଛ। ଆମ ସରକାର ବେଙ୍ଗଲ ପୁଲିସ୍‌ରେ ନାରାୟଣୀ ବାଟାଲିୟନ କରି ଦେଖାଇଛି। ଆମେ(ଟିଏମସି) ଲୋକଙ୍କୁ ମାଗଣାରେ ରାସନ ଯୋଗାଉଥିବା ବେଳେ କେନ୍ଦ୍ର ଏଲପିଜି ଦରକୁ ୯୦୦ ଟଙ୍କାକୁ ବୃଦ୍ଧି କରିଛି।

ଆମେ ଆଗକୁ ମାଗଣା ରାସନ ବ୍ୟବସ୍ଥା ଜାରି ରଖିବୁ ଓ ଏହା ଲୋକଙ୍କ ଘର ଦୁଆରରେ ପହଞ୍ଚାଇବାକୁ ବ୍ୟବସ୍ଥା କରିବୁ। ଆମ ସରକାର ତୃତୀୟ ଥର କ୍ଷମତାକୁ ଆସିଲେ, ଏପରି ବ୍ୟବସ୍ଥା ଲାଗୁ କରାଯିବ।”

Advertisment

ଛତିଶଗଡ଼ରେ ୨୨ ଜଣ ଯବାନ ସହିଦ ହେବା ଘଟଣାକୁ ନେଇ ମମତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ସୁକମାରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି। ଏହି ସମୟରେ ମୋଦି କ’ଣ କରୁଥିଲେ? ସେ ରାଫେଲରୁ ସବୁ ଟଙ୍କା ଚୋରି କରି ନେଇଛନ୍ତି। ବିଜେପି ବେଙ୍ଗଲକୁ ଦଖଲ କରିବାକୁ ଚାହୁଁଛି। ହେଲେ ଏହା ଆଦୌ ସହଜ ହେବନାହିଁ।

ଆମେ ମନମୋହନ ସିଂହଙ୍କ ଠାରୁ ଭିପି ସିଂହ ଓ ରାଜୀବ ଗାନ୍ଧିଙ୍କ ଯାଏ କେନ୍ଦ୍ରୀୟ ଫୋର୍ସ ଦେଖିଛୁ। କିନ୍ତୁ କେବେ ହେଲେ ମହିଳାଙ୍କୁ ଧମକ ଦେଉଥିବା କେନ୍ଦ୍ରୀୟ ଫୋର୍ସକୁ ଦେଖି ନଥିଲୁ। ଏବେ ସେଭଳି କେନ୍ଦ୍ରୀୟ ଫୋର୍ସ ବେଙ୍ଗଲରେ ମୁତୟନ ହୋଇଥିବା ମମତା କହିଛନ୍ତି।

West Bengal Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe