Advertisment

ପ୍ରଚାର କରୁଥିବା ବେଳେ ଦିଦିଙ୍କୁ ଆକ୍ରମଣ ଅଭିଯୋଗ

କୋଲକାତା: ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହାପରେ ପ୍ରଚାର କରୁଥିବା ବେଳେ ମମତାଙ୍କ କନଭୟ ଉପରକୁ ଆକ୍ରମଣ କରାଯାଇଥିବା ମମତା ଅଭିଯୋଗ କରିଛନ୍ତି। ତିନି ଚାରି ଜଣ ଲୋକ ଆସି ମମତାଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମମତାଙ୍କ ଗୋଡ଼ରେ ଆଘାତ ଲାଗିଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିବା କୁହାଯାଉଛି। ମମତା ଏବେ ଏହାକୁ ନେଇ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିବେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ପ୍ରଚାର କରୁଥିବା ବେଳେ ଦିଦିଙ୍କୁ ଆକ୍ରମଣ ଅଭିଯୋଗ

mamata-banarjee

କୋଲକାତା: ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହାପରେ ପ୍ରଚାର କରୁଥିବା ବେଳେ ମମତାଙ୍କ କନଭୟ ଉପରକୁ ଆକ୍ରମଣ କରାଯାଇଥିବା ମମତା ଅଭିଯୋଗ କରିଛନ୍ତି। ତିନି ଚାରି ଜଣ ଲୋକ ଆସି ମମତାଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Advertisment

ମମତାଙ୍କ ଗୋଡ଼ରେ ଆଘାତ ଲାଗିଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିବା କୁହାଯାଉଛି। ମମତା ଏବେ ଏହାକୁ ନେଇ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି। ସୁରକ୍ଷାକର୍ମୀ ନଥିବା ବେଳେ ମମତା ପ୍ରଚାର କରୁଥିଲେ। ଏହି ସମୟରେ ମମତା ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ରହିଛି। ଏବେ ମମତା ସମସ୍ତ କାର୍ଯ୍ୟକ୍ରମ ବାତିଲ କରି କୋଲକାତା ଫେରି ଆସିଛନ୍ତି।

ତେବେ ବିରୋଧୀ ବିଜେପି ଏହି ଅଭିଯୋଗ କରିଛି। ସହାନୁଭୂତି ପାଇବା ପାଇଁ ମମତା ନିର୍ବାଚନ ବେଳେ ଏଭଳି ନାଟକ କରୁଛନ୍ତି। ବିଜେପି ନେତା ଅର୍ଜୁନ ସିଂହ ଏହା କହିଛନ୍ତି। ରାଜ୍ୟରେ ନିଜର ସରକାର, ସୁରକ୍ଷାକର୍ମୀ ଥିବା ବେଳେ ଯଦି ଖୋଦ୍ ମୁଖ୍ୟମନ୍ତ୍ରୀ ଆକ୍ରମଣର ଶିକାର ହେଉଛନ୍ତି ତାହେଲେ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଏଇଥିରୁ ବୁଝି ହେଉଛି ବୋଲି ବିଜେପି କହିଛି। ନିଜ ସୁରକ୍ଷା ବ୍ୟବସ୍ଥାରେ ଢ଼ିଲା ହେବାରୁ ଏଭଳି ସ୍ଥିତି ଉପୁଜିଛି ତେଣୁ ମମତା ପ୍ରଥମେ ନିଜ ସୁରକ୍ଷାକର୍ମୀଙ୍କୁ ବରଖାସ୍ତ କରିବା ଦରକାର ବୋଲି ସେ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଆଜି ନନ୍ଦିଗ୍ରାମରେ ମମତା ପ୍ରାର୍ଥୀ କରିଛନ୍ତି। ଏହା ପୂର୍ବରୁ ଏକ ବିଶାଳ ପଦଯାତ୍ରା କରିଥିଲେ ମମତା ବାନାର୍ଜୀ। ସେହିପରି ଗତକାଲି ନନ୍ଦିଗ୍ରାମରେ ଚଣ୍ଡିପାଠ କରିବା ସହିତ ମସଜିଦ ଯାଇ ଚାଦର ଚଢ଼ାଇଥିଲେ। ବିରୋଧୀ ବିଜେପି କହିଛି ମମତା ନିର୍ବାଚନ ବେଳେ ଏବେ ହିନ୍ଦୁତ୍ୱ କାର୍ଡ ଖେଳୁଛନ୍ତି। ସେ ଜାଣିଛନ୍ତି ହିନ୍ଦୁ ସମ୍ପ୍ରଦାୟକୁ ନେଇ ନିର୍ବାଚନ ପୂର୍ବରୁ କଣ କଣ କହିଥିଲେ। ନନ୍ଦିଗ୍ରାମରେ ନିଜ ଚେହେରାରେ ଭୋଟ୍ ହାତେଇବାରେ ବିଫଳ ହୋଇଥିବା ସେ ଅନୁଭବ କରିସାରିଲେଣି। ତେଣୁ ଏବେ ହିନ୍ଦୁତ୍ୱର କାର୍ଡ ଖେଳୁଛନ୍ତି। ଏହା ତୁଷ୍ଟିକରଣ ରାଜନୀତି ବୋଲି ବିଜେପି କହିଛି।

ସେହିଭଳି ମମତା କହିଥିଲେ ମୁଁ ମୋ ନାମ ଭୁଲିଯାଇପାରେ ହେଲେ ନନ୍ଦିଗ୍ରାମ ନୁହେଁ। ସିଙ୍ଗୁର ଓ ନନ୍ଦିଗ୍ରାମରେ ଜମି ଅଧିଗ୍ରହଣକୁ ନେଇ ୨୧ ବର୍ଷ ତଳେ ଆନ୍ଦୋଳନ କରୁଥିବା ବେଳେ ତାଙ୍କ ଉପରକୁ ପେଟ୍ରୋଲ ବୋମା ମାଡ଼ କରାଯାଇଥିଲା ବୋଲି ମମତା କହିଛନ୍ତି। ସେ କାରରେ ନଥିବାରୁ ସୌଭାଗ୍ୟ ବଶତଃ ବର୍ତ୍ତିଯାଇଥିଲେ ବୋଲି ମମତା ଉଦବୋଧନ ଦେବା ବେଳେ କହିଥିଲେ।

West Bengal Assembly Election West Bengal Election 2021