Advertisment

କାଲିଠୁ ଭବାନୀପୁର ପାଇଁ ପ୍ରଚାର ଆରମ୍ଭ କରିବେ ଦିଦି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆସନ୍ତାକାଲି ଠାରୁ ଭବାନୀପୁର ବିଧାନସଭା ଉପ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ। ଏହି ଆସନରୁ ଦିଦି ନିଜେ ଟିଏମସିର ପ୍ରାର୍ଥୀ ହୋଇଛନ୍ତି। ଆସନ୍ତାକାଲି ଭବାନୀପୁର ଠାରେ ଟିଏମସି ପକ୍ଷରୁ ଗୋଟିଏ ଦଳୀୟ କର୍ମୀ ସମ୍ମିଳନୀ ହେବ। ଏହି ସମ୍ମିଳନୀ ଜରିଆରେ ହିଁ ମମତା ନିଜର ବିଜୟ ପାଇଁ ପ୍ରଚାର ଆରମ୍ଭ କରିବେ। ଆସନ୍ତାକାଲି ଅପରାହ୍ନ ୩ଟାରେ ଦିଦି ଗୋଟିଏ ଅଡିଟୋରିୟମରେ ଭବାନୀପୁର ନିର୍ବାଚନ […]

ଅଦ୍ୟତନ ହୋଇଛି
କାଲିଠୁ ଭବାନୀପୁର ପାଇଁ ପ୍ରଚାର ଆରମ୍ଭ କରିବେ ଦିଦି

mamata

Advertisment

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆସନ୍ତାକାଲି ଠାରୁ ଭବାନୀପୁର ବିଧାନସଭା ଉପ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ। ଏହି ଆସନରୁ ଦିଦି ନିଜେ ଟିଏମସିର ପ୍ରାର୍ଥୀ ହୋଇଛନ୍ତି। ଆସନ୍ତାକାଲି ଭବାନୀପୁର ଠାରେ ଟିଏମସି ପକ୍ଷରୁ ଗୋଟିଏ ଦଳୀୟ କର୍ମୀ ସମ୍ମିଳନୀ ହେବ। ଏହି ସମ୍ମିଳନୀ ଜରିଆରେ ହିଁ ମମତା ନିଜର ବିଜୟ ପାଇଁ ପ୍ରଚାର ଆରମ୍ଭ କରିବେ।

Advertisment

ଆସନ୍ତାକାଲି ଅପରାହ୍ନ ୩ଟାରେ ଦିଦି ଗୋଟିଏ ଅଡିଟୋରିୟମରେ ଭବାନୀପୁର ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ୱାର୍ଡର ଟିଏମସି କର୍ମୀମାନଙ୍କୁ ସମ୍ବୋଧନ କରିବେ। ପ୍ରଚାର ରଣନୀତି କ’ଣ ରହିବ ଓ କର୍ମୀମାନେ କେମିତି ଲୋକଙ୍କ ପାଖରେ ପହଞ୍ଚିବେ, ସେ ବାବଦରେ ଦିଦି ସମସ୍ତଙ୍କୁ ମନ୍ତ୍ର ଫୁଙ୍କିବେ ବୋଲି କୁହାଯାଉଛି।

ଭବାନୀପୁରରେ ସେପ୍ଟେମ୍ବର ୩୦ରେ ଭୋଟ ଗ୍ରହଣ ହେବ। ଏପ୍ରିଲ-ମେ’ରେ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଦିଦି ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଏଠାରେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। ଏହା ସତ୍ତ୍ୱେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Advertisment

ତେଣୁ ତାଙ୍କୁ ଯେମିତି ହେଲେ ବି ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ଭବାନୀପୁରରୁ ଜିତିବାକୁ ପଡ଼ିବ। ଦିଦି କ୍ରମାଗତ ଭାବେ ଏହି ଆସନରୁ ଜିତି ଆସୁଥିଲେ। ଏହା ଦିଦିଙ୍କ ଗଡ଼ ଭାବେ ପରିଚିତ। ତେବେ ଚଳିତ ବିଧାନସଭା ନିର୍ବାଚନ ବେଳେ ଦିଦି ଏହି ଆସନକୁ ଛାଡ଼ି ନନ୍ଦିଗ୍ରାମରୁ ଲଢ଼େଇ କରିଥିଲେ। ଦିଦି ହାରି ଥିବାରୁ ଏଠାରେ ଜିତିଥିବା ଟିଏମସି ନେତା ଶୋଭନଦେବ ଚଟ୍ଟୋପାଧ୍ୟାୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେଣୁ ଦିଦି ଏଠାରେ ଉପ ନିର୍ବାଚନ ଲଢ଼ିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe