Advertisment

ଉପ ରାଷ୍ଟ୍ରପତି ନିର୍ବାଚନ: ମମତାଙ୍କ ନିଷ୍ପତ୍ତି ପଛରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଗେମ୍‌ !

ନୂଆଦିଲ୍ଲୀ: କାହିଁକି ଉପରାଷ୍ଟ୍ରପତି ନିର୍ବାଚନରେ ନିଜକୁ ଦୂରେଇ ରଖିଲା ତ୍ରୁଣମୂଳ କଂଗ୍ରେସ(ଟିଏମସି) । ରାଷ୍ଟ୍ରପତି ନିର୍ବାଚନରେ ମମତାଙ୍କ ପ୍ରସ୍ତାବରେ କଂଗ୍ରେସ ସମେତ ବିରୋଧୀ ସହମତି ହୋଇଥିଲା ବେଳେ ଉପରାଷ୍ଟ୍ରପତି ନିର୍ବାଚନ ବେଳକୁ ମୁହଁ ମୋଡ଼ି ଦେଇଛନ୍ତି ମମତା। ବିରୋଧୀ କଂଗ୍ରେସ ପକ୍ଷରୁ ଉପରାଷ୍ଟ୍ରପତି ପାଇଁ ଘୋଷଣା ହୋଇଥିବା ମାର୍ଗାରେଟ ଆଲଭାଙ୍କୁ ଟିଏମସି ସମର୍ଥନ କରିବ ନାହିଁ ବୋଲି ନିଜେ ମମତା ଏକପ୍ରକାର ଘୋଷଣା କରିଛନ୍ତି । ଏହି ନିର୍ବାଚନରେ ଭୋଟଦାନରୁ ଟିଏମସି ନିବୃତ୍ତ ରହିବ। । ଅର୍ଥାତ […]

ଉପ ରାଷ୍ଟ୍ରପତି ନିର୍ବାଚନ: ମମତାଙ୍କ ନିଷ୍ପତ୍ତି ପଛରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଗେମ୍‌ !

uop

Advertisment

ନୂଆଦିଲ୍ଲୀ: କାହିଁକି ଉପରାଷ୍ଟ୍ରପତି ନିର୍ବାଚନରେ ନିଜକୁ ଦୂରେଇ ରଖିଲା ତ୍ରୁଣମୂଳ କଂଗ୍ରେସ(ଟିଏମସି) । ରାଷ୍ଟ୍ରପତି ନିର୍ବାଚନରେ ମମତାଙ୍କ ପ୍ରସ୍ତାବରେ କଂଗ୍ରେସ ସମେତ ବିରୋଧୀ ସହମତି ହୋଇଥିଲା ବେଳେ ଉପରାଷ୍ଟ୍ରପତି ନିର୍ବାଚନ ବେଳକୁ ମୁହଁ ମୋଡ଼ି ଦେଇଛନ୍ତି ମମତା। ବିରୋଧୀ କଂଗ୍ରେସ ପକ୍ଷରୁ ଉପରାଷ୍ଟ୍ରପତି ପାଇଁ ଘୋଷଣା ହୋଇଥିବା ମାର୍ଗାରେଟ ଆଲଭାଙ୍କୁ ଟିଏମସି ସମର୍ଥନ କରିବ ନାହିଁ ବୋଲି ନିଜେ ମମତା ଏକପ୍ରକାର ଘୋଷଣା କରିଛନ୍ତି । ଏହି ନିର୍ବାଚନରେ ଭୋଟଦାନରୁ ଟିଏମସି ନିବୃତ୍ତ ରହିବ। ।

Advertisment

ଅର୍ଥାତ ଶାସକ କିମ୍ବା ବିରୋଧୀଙ୍କ ପ୍ରାର୍ଥୀଙ୍କୁ  ଟିଏମସି ସମର୍ଥନ କରିବ ନାହିଁ । ତେବେ ଏହା ପଛରେ ଯେଉଁ କାରଣ ରହିଛି ତାର ଏକ ଚାଞ୍ଚଲ୍ୟକର ଗୁମର ଖୋଲିଛି। ମମତା ନିଜ ନିଷ୍ପତ୍ତି ଶୁଣାଇବାର ଦିନକ ପରେ ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଯେଉଁ ଫଟୋରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ  ଶର୍ମା, ପଶ୍ଚିମବଙ୍ଗ ପୂର୍ବତନ ରାଜ୍ୟପାଳ ତଥା ଏବେକାର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନକଡ଼ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଉପସ୍ଥିତ ଥିବା ଜଣାପଡ଼ିଛି।  କୁହାଯାଉଛି ଚଳିତ ମାସ ଆରମ୍ଭରେ ଦାର୍ଜେଲିଂରେ ଏହି ବୈଠକ ହୋଇଛି। ଯେଉଁ ବୈଠକରେ ଚାଣକ୍ୟ ଭାବେ ହିମନ୍ତ ବିଶ୍ୱ ଶର୍ମା ଉପସ୍ଥିତ ଥିଲେ। ।  ଏହା ପରେ ଗତକାଲି ମମତାଙ୍କ ବୟାନ ବିରୋଧୀଙ୍କୁ ଚକିତ କରିଛି। କାରଣ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ପକ୍ଷରୁ ମମତା ନେତୃତ୍ୱ ନେଇଥିଲେ।  ମମତାଙ୍କ ପ୍ରସ୍ତାବରେ ଯଶୱନ୍ତ ସିହ୍ନାଙ୍କୁ  ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା ।

ଯେଉଁଥିରେ କଂଗ୍ରେସ ସହମତି ହୋଇଥିଲା । ହେଲେ ଉପରାଷ୍ଟ୍ରପତି ନିର୍ବାଚନରେ ମମତାଙ୍କ ସମର୍ଥନ  ନେଇ କଂଗ୍ରେସ ଆଶା ରଖିଥିଲା। କିନ୍ତୁ ମମତା ଚକିତ କଲା ନିଷ୍ପତ୍ତି ନେଇ କଂଗ୍ରେସକୁ ଚକମା ଦେଇଛନ୍ତି। ଟିଏମସି ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି ଯେ,  କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଯେଉଁଭଳି ଉପ ରାଷ୍ଟ୍ରପତି ପ୍ରାର୍ଥୀ ବାଛିଲେ, ତାହା ମମତାଙ୍କୁ ବ୍ୟଥିତ କରିଛି । ଏଥିପାଇଁ ସେ ଉପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ କିମ୍ବା ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଉପ ରାଷ୍ଟ୍ରପତି ନିର୍ବାଚନରେ ଟିଏମସିର ସାଂସଦମାନେ କୌଣସି ବି ପ୍ରାର୍ଥୀଙ୍କ ଭୋଟ ଦେବେ ନାହିଁ । ଭୋଟ ଦାନରୁ ଟିଏମସି ସାଂସଦମାନେ ଦୂରେଇ ରହିବେ ବୋଲି ଦଳ ନିଷ୍ପତ୍ତି ନେଇଛି । ବିରୋଧୀ ଦଳର ସଦସ୍ୟମାନେ ମମତା ବାନାର୍ଜୀଙ୍କ ସହ ଆଲୋଚନା ନ କରି ମାର୍ଗାରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଥିବା କୁହାଯାଉଛି। କିନ୍ତୁ ପ୍ରକୃତ ଖେଳ ହିମନ୍ତ ବିଶ୍ୱଶର୍ମା କରିଥିବା କୁହାଯାଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe