Advertisment

ମୋଦିଙ୍କୁ ମମତାଙ୍କ ଜବାବ: ଡିବେଟ୍ ପାଇଁ ସ୍ଥାନ, ସମୟ ସ୍ଥିର କରିବାକୁ ଆହ୍ୱାନ

କୋଲକାତା: ବ୍ରିଗେଡ ପଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଲି କରିବା ବେଳେ ଟିଏମସି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବର୍ଷିଛନ୍ତି। ଏବେ ମମତା ଏହାର ଜବାବ ରଖିଛନ୍ତି। ଓ୍ୱାନ ଟୁ ଓ୍ୱାନ ଡିବେଟ୍ ପାଇଁ ସମୟ ଓ ତାରିଖ ସ୍ଥିର କରିବାକୁ ମୋଦିଙ୍କୁ ଆହ୍ୱାନ କରିଛନ୍ତି ମମତା। ମମତା ବାନାର୍ଜୀ କହିଛନ୍ତି ‘ଖେଲୋ ହୋବେ. ଆପଣ (ମୋଦି) ତାରିଖ ଏବଂ ସମୟ ସ୍ଥିର କରନ୍ତୁ। ମୁଁ ଓ୍ୱାନ ଟୁ ଓ୍ୱାନ ଡିବେଟ୍ ପାଇଁ ଚ୍ୟାଲେଞ୍ଜ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମୋଦିଙ୍କୁ ମମତାଙ୍କ ଜବାବ: ଡିବେଟ୍ ପାଇଁ ସ୍ଥାନ, ସମୟ ସ୍ଥିର କରିବାକୁ ଆହ୍ୱାନ

modi-mamata

କୋଲକାତା: ବ୍ରିଗେଡ ପଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଲି କରିବା ବେଳେ ଟିଏମସି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବର୍ଷିଛନ୍ତି। ଏବେ ମମତା ଏହାର ଜବାବ ରଖିଛନ୍ତି। ଓ୍ୱାନ ଟୁ ଓ୍ୱାନ ଡିବେଟ୍ ପାଇଁ ସମୟ ଓ ତାରିଖ ସ୍ଥିର କରିବାକୁ ମୋଦିଙ୍କୁ ଆହ୍ୱାନ କରିଛନ୍ତି ମମତା।

Advertisment

ମମତା ବାନାର୍ଜୀ କହିଛନ୍ତି ‘ଖେଲୋ ହୋବେ. ଆପଣ (ମୋଦି) ତାରିଖ ଏବଂ ସମୟ ସ୍ଥିର କରନ୍ତୁ। ମୁଁ ଓ୍ୱାନ ଟୁ ଓ୍ୱାନ ଡିବେଟ୍ ପାଇଁ ଚ୍ୟାଲେଞ୍ଜ କରୁଛି। ଆମେ ଲଢ଼ିବୁ, ଆମେ ଜିତିବୁ. ମୋଦିଙ୍କୁ ଭାରତରୁ ହଟାଇବୁ, ବିଜେପିକୁ ହଟାଇବୁ। ଏଭଳି କରିବା ପାଇଁ ଆମର ସାମର୍ଥ୍ୟ ରହିଛି

ମୋଦି ସବୁବେଳେ ଲିଖିତ ଅଭିଭାଷଣ ପଢ଼ୁଛନ୍ତି। ହେଲେ ସେ ବେଙ୍ଗଲୀ କହି ବଙ୍ଗଳା ଲୋକଙ୍କ ସହ ଯୋଡ଼ି ହେବାକୁ ଚେଷ୍ଟା କରୁନାହାନ୍ତି ବୋଲି ମମତା କହିଛନ୍ତି। ମୋଦି ବହୁତ ମିଛ କହୁଛନ୍ତି। ମୋଦି ଟ୍ରାନ୍ସପାରେଣ୍ଟ ଟେଲିପ୍ରମ୍ପଟର ବ୍ୟବହାର କରୁଛନ୍ତି ବୋଲି ବାନାର୍ଜୀ କହିଛନ୍ତି।

Advertisment

ଆଜି ମୋଦି ବ୍ରିଗେଡ ପଡିଆରେ ରାଲି କରିଥିବା ବେଳେ ମମତା ବାନାର୍ଜୀ ସିଲିଗୁରିରେ ପଦଯାତ୍ରା କରିଛନ୍ତି। ଏହି ସମୟରେ ସେ ରୋଷେଇ ଗ୍ୟାସ ଦରବୃଦ୍ଧିକୁ ପ୍ରସଙ୍ଗ କରି ନିଜ ସମର୍ଥକଙ୍କ ସହ ପଦଯାତ୍ରା କରିଥିଲେ ମମତା।

ପ୍ରଧାନମନ୍ତ୍ରୀ ମୋଦି ରାଲିରେ ବିଜେପି କର୍ମୀ ଏବଂ ସମର୍ଥକଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଏଠାରେ ବିଜେପି ସରକାର ଗଢ଼ିଲେ 'ଆଶୋଲ ପରିବର୍ତ୍ତନ' ଆଧାର ରହିବ। ଆଶୋଲ ପରିବର୍ତ୍ତନ ଅର୍ଥ ଯେଉଁଠାରେ ଲୋକଙ୍କୁ କାମ କରିବା ପାଇଁ ବାହାରକୁ ଯିବାକୁ ହେବ ନାହିଁ। ଏଠାରେ ଅଧିକ ପୁଞ୍ଜି ବିନିଯୋଗ ହେବ, ଆଉ ଯୁବକମାନେ କିଭଳି ରୋଜଗାର ପାଇବେ ତାର ବ୍ୟବସ୍ଥା ବିଜେପି କ୍ଷମତାକୁ ଆସିଲେ କରିବ ବୋଲି ମୋଦି କହିଥିଲେ।

ମୋଦି କହିଛନ୍ତି ଯେ ଏହି ରାଲି ହେଉଛି ବଙ୍ଗଳାବାସୀଙ୍କ ସ୍ୱର, ବଙ୍ଗାଳୀର ସ୍ୱର। ଏଠାରେ ଯୁବକ, ଝିଅମାନେ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି। ଦିଦିଙ୍କର ୧୦ ବର୍ଷର ଅଭିଜ୍ଞତା ପରେ ପ୍ରଶ୍ନ ପଚାରୁଛନ୍ତି, ସେମାନେ ଆପଣଙ୍କୁ ଦିଦି ଭୂମିକାରେ ବାଛିଛନ୍ତି କିନ୍ତୁ ଆପଣ କାହିଁକି ନିର୍ଦ୍ଦିଷ୍ଟ ଗୋଟିଏ ପିଉସୀରେ ସୀମିତ ରହିଛନ୍ତି?

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ସ୍ୱାଧୀନତାର ସ୍ଲୋଗାନରେ କଂଗ୍ରେସ କ୍ଷମତାକୁ ଆସିଥିଲା, କିଛି ସମୟ କାମ କଲା, ତା’ପରେ ଭୋଟ୍ ବ୍ୟାଙ୍କ ରାଜନୀତି ଆଉ ବଙ୍ଗଳା ଉପରେ ପ୍ରାଧାନ୍ୟ ବିସ୍ତାର କଲା। ତା’ପରେ ବାମପନ୍ଥୀ ଏହାକୁ ଆଗକୁ ନେଇଗଲେ। ବାମପନ୍ଥୀମାନେ ତାଙ୍କୁ ବ୍ଲାକ୍ ହ୍ୟାଣ୍ଡର ସ୍ଲୋଗାନ୍ ଦେଇଥିଲେ। ସେହି କଳା ହାତରେ କ’ଣ ହେଲା, ସେହି ହାତ କିପରି ଧଳା ହୋଇଗଲା ବୋଲି ପ୍ରଶ୍ନ କରିଛନ୍ତି ମୋଦି।

West Bengal West Bengal Assembly Election