Advertisment

ଜଳାଭିଷେକ ପରେ ନନ୍ଦିଗ୍ରାମ ପାଇଁ ନାମାଙ୍କନ ଦାଖଲ କଲେ ମମତା

କୋଲକାତା: ବିଶାଳ ପଦଯାତ୍ରା କରି ଆଜି ନନ୍ଦିଗ୍ରାମ ଆସନରେ ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଟିଏମସି ସଭାପତି ସୁବ୍ରତ ବକ୍ସିଙ୍କ ସହ ହଳଦିଆ ସବ୍‌ ଡିଭିଜନାଲ ଅଫିସକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହାପୂର୍ବରୁ ସେ ୨ କିମି ବାଟ ପଦଯାତ୍ରା କରିଥିଲେ। ଏହି ସମୟରେ ‘ଖେଲା ହୋବେ’ ନାରା ଦେଇଥିଲେ। ସେହିପରି ମମତା ନନ୍ଦିଗ୍ରାମରେ ଥିବା ଶିବ ମନ୍ଦିର ଯାଇ ନାମାଙ୍କନ ଦାଖଲ ପୂର୍ବରୁ ଜଳାଭିଷେକ […]

ଜଳାଭିଷେକ ପରେ ନନ୍ଦିଗ୍ରାମ ପାଇଁ ନାମାଙ୍କନ ଦାଖଲ କଲେ ମମତା

Mamata-Banerjee.jpg1

Advertisment

କୋଲକାତା: ବିଶାଳ ପଦଯାତ୍ରା କରି ଆଜି ନନ୍ଦିଗ୍ରାମ ଆସନରେ ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଟିଏମସି ସଭାପତି ସୁବ୍ରତ ବକ୍ସିଙ୍କ ସହ ହଳଦିଆ ସବ୍‌ ଡିଭିଜନାଲ ଅଫିସକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

Advertisment

ଏହାପୂର୍ବରୁ ସେ ୨ କିମି ବାଟ ପଦଯାତ୍ରା କରିଥିଲେ। ଏହି ସମୟରେ ‘ଖେଲା ହୋବେ’ ନାରା ଦେଇଥିଲେ। ସେହିପରି ମମତା ନନ୍ଦିଗ୍ରାମରେ ଥିବା ଶିବ ମନ୍ଦିର ଯାଇ ନାମାଙ୍କନ ଦାଖଲ ପୂର୍ବରୁ ଜଳାଭିଷେକ କରିଛନ୍ତି। ଏଥିସହ ସେଠାରେ ଉପସ୍ଥିତି ପୂଜକଙ୍କ ସହ କଥା ହେବା ପରେ ସ୍ଥାନୀୟ ଲୋକଙ୍କୁ ପ୍ରସାଦ ବାଣ୍ଟିଛନ୍ତି।

ଆଜି ସକାଳୁ ମମତା ନନ୍ଦିଗ୍ରାମର ରେୟା ପଡ଼ାରେ ଥିବା ମହାରୁଦ୍ର ସିଦ୍ଧାର୍ଥ ମନ୍ଦିରକୁ ଯାଇଥିଲେ। ସେଠାରେ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ପୂଜାର୍ଚ୍ଚନା କରିଥିଲେ। ସେଠାରୁ ସିଧା ପଦଯାତ୍ରା କରି ଡିଏମ ଅଫିସ ଅଭିମୁଖେ ନାମାଙ୍କନ ଭରିବାକୁ ଯାଇଥିଲେ।

Advertisment

ନନ୍ଦିଗ୍ରାମରେ ଏଥର ହାଇଭୋଲଟେଜଜ ଲଢ଼େଇ ଦେଖିବାକୁ ମିଳିବ। କାରଣ ଗୋଟିଏ ପଟେ ମମତା ବାନାର୍ଜୀ ରହିଥିବା ବେଳେ ଅନ୍ୟପଟେ ତାଙ୍କ ପୁରୁଣା ସହଯୋଗୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ରହିଛନ୍ତି। ଶୁଭେନ୍ଦୁ କ୍ରମାଗତ ଟିଏମସି ଟିକେଟରେ ନନ୍ଦିଗ୍ରାମରୁ ଜିତି ଆସୁଥିଲେ।

ତେବେ ଗତବର୍ଷ ଡିସେମ୍ବର ମାସରେ ସେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ମଧ୍ୟ ତାଙ୍କୁ ନନ୍ଦିଗ୍ରାମରୁ ଲଢ଼ିବାକୁ ପ୍ରାର୍ଥୀ କରିଛି। ସମ୍ଭବତଃ ଆସନ୍ତାକାଲି ସେ ଏଠାରେ ନାମାଙ୍କନ ଦାଖଲ କରିବେ। ନନ୍ଦିଗ୍ରାମରେ ଆସନ୍ତା ଏପ୍ରିଲ ୧ରେ ଭୋଟ ହେବ।

ଅନ୍ୟପକ୍ଷରେ ମମତା ନନ୍ଦିଗ୍ରାମରେ ପୂଜା କରିବା ଓ ମଙ୍ଗଳବାର ଚଣ୍ଡିପାଠ କରିବା ଘଟଣାକୁ ନେଇ ବିଜେପି ତାଙ୍କୁ ସୁବିଧାବାଦୀ ରାଜନୀତି କରୁଥିବା କହିଛି। ଶୁଭେନ୍ଦୁ ଅଧିକାରୀ ଆଜି ଗୋଟିଏ ସଭାରେ କହିଛନ୍ତି, ମମତା କେବେ ହେଲେ ନନ୍ଦିଗ୍ରାମ ଆସନ୍ତି ନାହିଁ। ଏପରି କି ବାତ୍ୟା ଅମ୍ପାନ ପରେ ବି ସେ ଏଠାକୁ ଆସି ନଥିଲେ। ସେ କେବଳ ନିଜ ପୁତୁରାଙ୍କ ନିର୍ବାଚନ ମଣ୍ଡଳୀ ଡାଇମଣ୍ଡ ହାର୍ବର ଯାଆନ୍ତି।

ସେ ୫ ବର୍ଷ ପରେ ନନ୍ଦିଗ୍ରାମ ଆସିଛନ୍ତି। ସେ ଜଣେ ସୁବିଧାବାଦୀ। ବର୍ତ୍ତମାନ ମମତା କାହିଁକି ନିଜର ହିନ୍ଦୁ ସର୍‌ନେମ ବା ସାଂଘିଆ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି? ଗତକାଲି ସେ ଯେଉଁଭଳି ଚଣ୍ଡିପାଠ କରୁଥିଲେ, ମୁଁ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲି। ସେ ଭୁଲ ମନ୍ତ୍ର ଉଚ୍ଚାରଣ କରୁଥିବାରୁ ମୁଁ କେବଳ ଭଗବାନଙ୍କୁ ଡାକୁଥିଲି। ଦିଦି ଏବେ ଭୟଭୀତ ହୋଇଯାଇଛି ବୋଲି ସେ କହିଛନ୍ତି। ଏଥିସହ ସେ ମମତା ଚଣ୍ଡିପାଠ କରୁଥିବା ବେଳର ଅଡିଓକୁ ମାଇକ ଲଗାଇ ସଭାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ମଧ୍ୟ ଶୁଣାଇଥିଲେ। ଏହା ଭୁଲ ବୋଲି ସେ ପୁଣି ଦୋହରାଇଥିଲେ।

West Bengal Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe