/odisha-reporter/media/post_attachments/uploads/2021/05/Akhil-Gogoi.jpg)
Akhil-Gogoi
ଗୌହାଟି: ୨୦୨୪ରେ ବିଜେପିକୁ ଶାସନ ଗାଦିରୁ ହଟାଇବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚେଷ୍ଟା କରୁଛନ୍ତି। ଏଥିପାଇଁ ଟିଏମସି ଆଞ୍ଚଳିକ ଦଳମାନଙ୍କୁ ଏକାଠି କରି ବିଜେପି ବିରୋଧରେ ବିକଳ୍ପ ମଞ୍ଚ ତିଆରି କରିବାକୁ ଯୋଜନା କରୁଛି। ଆସାମର ଏକମାତ୍ର ସ୍ୱାଧୀନ ବିଧାୟକ ତଥା ରାଇଜର ଦଳ ମୁଖ୍ୟ ଅଖିଲ ଗୋଗୋଇ ରବିବାର ଏହା କହିଛନ୍ତି।
ଏମିତିକି ତାଙ୍କ ଦଳକୁ ଟିଏମସି ସହିତ ମିଶ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରସ୍ତାବ ଦେଇଛନ୍ତି ବୋଲି ସେ କହିଛନ୍ତି। ଯଦି ଦୁଇ ଦଳର ମିଶ୍ରଣ ହେବ ତାହେଲେ ଆସାମ ଟିଏମସିର ନେତୃତ୍ୱ ନେବାକୁ ତାଙ୍କୁ ମମତା ଆଲୋଚନା କରିବା ବେଳେ ପ୍ରସ୍ତାବ ଦେଇଥିବା ସେ କହିଛନ୍ତି। ତେବେ ଅଖିଲ ଗୋଗୋଇ ଏ ନେଇ କୌଣସି ନିଷ୍ପତ୍ତି ନେଇନଥିବା ସେ କହିଛନ୍ତି। କିନ୍ତୁ ମମତ ବାନାର୍ଜୀଙ୍କୁ ଆଗାମୀ ଦିନରେ ଦେଶରେ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହାନ୍ତି ବୋଲି ଗୋଗୋଇ କହିଛନ୍ତି।
ଅଖିଲ ଗୋଗୋଇ ଜଣେ ଚାଷୀ ନେତା। ସେ ନବ ଗଠିତ ରାଜନୀତିକ ଦଳ ରାଇଜର ଦଳର ସଭାପତି। ଚଳିତ ବର୍ଷ ଆସାମାର ଶିବସାଗର ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଜେଲରେ ଥିବା ବେଳେ ବିଧାୟକ ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଥିଲେ। ସେ ଜେଲରେ ଥିବା ବେଳେ ତାଙ୍କ ସମର୍ଥକ ତାଙ୍କ ପାଇଁ ପ୍ରଚାର କରିଥିଲେ। ଆଉ ବିଜୟୀ ହୋଇଛନ୍ତି। ଆସାମରେ ନାଗରିକ ସଂଶୋଧନ ଆଇନ (CAA) ବିରୋଧର ନେତୃତ୍ୱ ନେଇ ଆନ୍ଦୋଳନ କରି ଅଖିଲ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ଅଖିଲ ଗୋଗୋଇଙ୍କୁ ଏନଆଇଏ ୨୦୧୯ରେ ଗିରଫ କରିଥିଲା।
ସଂଶୋଧିତ UAPA ଅନୁଯାୟୀ ଗୋଟିଏ ମାମଲା ତାଙ୍କ ବିରୋଧରେ ରୁଜୁ ହୋଇଥିଲା। ଏଥିପାଇଁ ସେ ପ୍ରାୟ ଦେଢ଼ ବର୍ଷ ଜେଲରେ ବିତାଇଥିଲେ। ଗତ ମାସରେ ସ୍ୱତନ୍ତ୍ର ଏନଆଇଏ କୋର୍ଟ ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଥିଲେ। ନିକଟରେ ସେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ଭେଟିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
