Advertisment

ମୋଦିଙ୍କୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ: ଖେଲା ହୋବେ, ଦେଖା ହୋବେ, ଜେତା ହୋବେ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଜିତିବା ପାଇଁ ପୂରା କେନ୍ଦ୍ରୀୟ ନେତାଙ୍କ ଫୋର୍ସ ରାଜ୍ୟରେ ମୁତୟନ କରିଥିବାରୁ ଏହା ସହ କଡ଼ା ମୁକାବିଲା କରିବାକୁ ମମତାଙ୍କ ଟିଏମସି ପ୍ରସ୍ତୁତ ବୋଲି ସେ କହିଛନ୍ତି। ସେ ବଙ୍ଗାଳୀ ଭାଷାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି, “ଖେଲା […]

ଅଦ୍ୟତନ ହୋଇଛି
ମୋଦିଙ୍କୁ ମମତାଙ୍କ ଖୋଲା ଚ୍ୟାଲେଞ୍ଜ: ଖେଲା ହୋବେ, ଦେଖା ହୋବେ, ଜେତା ହୋବେ

Mamata

Advertisment

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଜିତିବା ପାଇଁ ପୂରା କେନ୍ଦ୍ରୀୟ ନେତାଙ୍କ ଫୋର୍ସ ରାଜ୍ୟରେ ମୁତୟନ କରିଥିବାରୁ ଏହା ସହ କଡ଼ା ମୁକାବିଲା କରିବାକୁ ମମତାଙ୍କ ଟିଏମସି ପ୍ରସ୍ତୁତ ବୋଲି ସେ କହିଛନ୍ତି।

Advertisment

ସେ ବଙ୍ଗାଳୀ ଭାଷାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି, “ଖେଲା ହୋବେ, ଦେଖା ହୋବେ ଓ ଜେତା ହୋବେ।” ଏହାର ଅର୍ଥ ଖେଳ ହେବ, ଲଢ଼େଇ ହେବ ଓ ଜିତା ବି ହେବ। ବେଙ୍ଗଲ ନିର୍ବାଚନ ପାଇଁ ବିଜେପି ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କର ପ୍ରାୟ ୩୦ଟି ରାଲି କରିବ। ଏହାକୁ ସମାଲୋଚନା କରି ମମତା କହିଛନ୍ତି, ତାଙ୍କୁ ମୋ ସହ ୧୨୦ଟି ରାଲି କରିବାକୁ କୁହନ୍ତୁ।

ସେମାନେ(ବିଜେପି) ବେଙ୍ଗଲର ବିଧାନସଭା ନିର୍ବାଚନ ପାଇଁ କଶ୍ମୀରରୁ କନ୍ୟାକୁମାରୀ ଯାଏ ଫୋର୍ସଙ୍କୁ ପଠାନ୍ତୁ। ସେମାନେ ପଶ୍ଚିମବଙ୍ଗ ନିର୍ବାଚନକୁ ୨୯୪ଟି ଫେଜ୍‌ରେ କରିବାକୁ ଇସିଆଙ୍କୁ ବି କୁହନ୍ତୁ। କିନ୍ତୁ ଯେଉଁମାନେ ବେଙ୍ଗଲର ଇତିହାସ ଓ ସଂସ୍କୃତି ବିଷୟରେ ଜାଣିନାହାନ୍ତି, ସେମାନେ କେବେ ହେଲେ ରାଜ୍ୟକୁ ଶାସନ କରିପାରିବେ ନାହିଁ।

Advertisment

ବେଙ୍ଗଲର ସ୍ଥିତାବସ୍ଥା ପାଇଁ ଏହି ଲଢ଼େଇ ହେଉଛି। ଲୋକମାନେ ଭଲ ଭାବେ ଜାଣିଛନ୍ତି ଯେ ବିଜେପି ଆସିବମାନେ ବେଙ୍ଗଲ ଶେଷ ହୋଇଯିବ ବୋଲି ମମତା କହିଛନ୍ତି।

ଆଜି ମମତା ୨୯୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି। ସେ ନିଜେ ଏଥର ନନ୍ଦିଗ୍ରାମ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି।

West Bengal Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe