Advertisment

ଚା' ବିକିଲେ ମମତା ବାନାର୍ଜୀ

କୋଲକାତା: ବୁଧବାର ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ପ୍ରାର୍ଥୀପତ୍ର ଦାଖଲ କରିବେ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହାପୂର୍ବରୁ ନନ୍ଦିଗ୍ରାମରେ ହାଇଭୋଲଟେଜ ପ୍ରଚାର କରିଛନ୍ତି ଦିଦି। ଏମିତିକି ହିନ୍ଦୁତ୍ୱ କାର୍ଡ ଖେଳି ବିଜେପି ଯେଉଁଭଳି ରାଜନୀତି କରୁଛି ତାହା ହିନ୍ଦୁତ୍ୱର ପରିଚୟ ନୁହେଁ ବୋଲି ମମତା କହିଛନ୍ତି। ଏମିତିକି ଚା ଦୋକାନକୁ ଯାଇ ମମତା ଲୋକଙ୍କ ପାଇଁ ଚା ଦେଉଥିବାର ଭିଡିଓ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ହେବା ପାଇଁ ମମତା ଏକ ଚା […]

author-image
Subhransu Sekhar
ଅଦ୍ୟତନ ହୋଇଛି
 ଚା' ବିକିଲେ ମମତା ବାନାର୍ଜୀ 

mamata tea stall

କୋଲକାତା: ବୁଧବାର ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ପ୍ରାର୍ଥୀପତ୍ର ଦାଖଲ କରିବେ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହାପୂର୍ବରୁ ନନ୍ଦିଗ୍ରାମରେ ହାଇଭୋଲଟେଜ ପ୍ରଚାର କରିଛନ୍ତି ଦିଦି। ଏମିତିକି ହିନ୍ଦୁତ୍ୱ କାର୍ଡ ଖେଳି ବିଜେପି ଯେଉଁଭଳି ରାଜନୀତି କରୁଛି ତାହା ହିନ୍ଦୁତ୍ୱର ପରିଚୟ ନୁହେଁ ବୋଲି ମମତା କହିଛନ୍ତି। ଏମିତିକି ଚା ଦୋକାନକୁ ଯାଇ ମମତା ଲୋକଙ୍କ ପାଇଁ ଚା ଦେଉଥିବାର ଭିଡିଓ ସାମ୍ନାକୁ ଆସିଛି।

Advertisment

ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ହେବା ପାଇଁ ମମତା ଏକ ଚା ଦୋକାନକୁ ଯାଇଥିଲେ। ସେଠାରେ ସେ ଲୋକଙ୍କୁ ପେପର କପରେ ଚା ଢ଼ାଳି ପରଶିଥିବା ଦେଖିବାକୁ ମିଳିଛି।

https://twitter.com/ANI/status/1369279508302286860?s=20

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଆଜି ସକାଳେ ପ୍ରଚାର କରିବା ବେଳେ କହିଛନ୍ତି ଯେ ମୁଁ ସବୁକିଛି ଭୁଲି ପାରିବି, କିନ୍ତୁ ନନ୍ଦିଗ୍ରାମକୁ ଭୁଲି ପାରିବି ନାହିଁ। ଏମିତିକି ନିଜ ନାଁ ଭୁଲିପାରନ୍ତି ହେଲେ ନନ୍ଦିଗ୍ରାମକୁ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି।

Advertisment

ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ମମତା ବାନାର୍ଜୀ ଆଜି ନନ୍ଦିଗ୍ରାମରେ ପହଞ୍ଚିଥିଲେ। ତାଙ୍କ ସହ ମଞ୍ଚରେ ସୁବ୍ରତ ବକ୍ସି ଏବଂ ମନ୍ତ୍ରୀ ପୂର୍ଣ୍ଣେନ୍ଦୁ ବସୁ ଉପସ୍ଥିତ ଥିଲେ। ଏହି ଅବସରରେ ୧୦ ହଜାର ବୁଥ କମିଟି ସଦସ୍ୟ ଉପସ୍ଥିତ ଥିଲେ।

ସେ କହିଛନ୍ତି ଯେ ଜମି ଆନ୍ଦୋଳନରେ ସିଙ୍ଗୁର ଏବଂ ନନ୍ଦିଗ୍ରାମ ଏକାଠି ହୋଇଥିଲେ। ସେତେବେଳେ ନନ୍ଦିଗ୍ରାମରେ ମୋ କାର ଉପରେ ପେଟ୍ରୋଲ ବୋମା ମାଡ ହୋଇଥିଲା। ହେଲେ କାର ଭିତରେ କେହି ନଥିଲେ। କାରଣ ରାଜ୍ୟପାଳ ତାଙ୍କୁ ଆଗୁଆ ସତର୍କ କରାଇ ଦେଇଥିଲେ। ତେଣୁ ସେ ସ୍କୁଟିରେ ଆସୁଥିଲେ। ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିବା ସେତେବେଳେ ରାଜ୍ୟପାଳ ତାଙ୍କୁ କହିଥିଲେ ବୋଲି ମମତା କହିଛନ୍ତି।

ମମତା ବାନାର୍ଜୀ କହିଛନ୍ତି ଯେ ମୋତେ ବାହାର ଲୋକ କୁହାଯାଉଛି। ଯଦି ମୁଁ ବାହାର ଲୋକ, ତାହେଲେ କିଭଳି ମୁଖ୍ୟମନ୍ତ୍ରୀ ହେଲେ ବୋଲି ପ୍ରଶ୍ନ କରିଛନ୍ତି। ମମତାଙ୍କ ଏହି ମନ୍ତବ୍ୟ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଥିଲା। ନିକଟରେ ଶୁଭେନ୍ଦୁ କହିଥିଲେ ମମତା ବାହାର ଲୋକ। ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ତାଙ୍କୁ ପିଉସୀ ବୋଲି ଭାବନ୍ତି।

ସେହିପରି ମମତା କହିଛନ୍ତି ମୋ ସହିକ ହିନ୍ଦୁତ୍ୱର କାର୍ଡ ଖେଳନ୍ତୁ ନାହିଁ। ମୁଁ ଜଣେ ହିନ୍ଦୁ ଝିଅ। ସେ ପ୍ରତିଦିନ ସକାଳେ ଚଣ୍ଡିପାଠ କରିବା ପରେ ଘରୁ ବାହାରନ୍ତି ବୋଲି କହିଛନ୍ତି।

West Bengal West Bengal Assembly Election