Advertisment

ବାତ୍ୟା ’ୟାସ’ ପାଇଁ ରାତିସାରା ସଚିବାଳୟରେ ରହିବେ ମୁଖ୍ୟମନ୍ତ୍ରୀ, ୯ ଲକ୍ଷ ଲୋକ ସ୍ଥାନାନ୍ତର

କୋଲକାତା: ଓଡ଼ିଶା ଉପକୂଳ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି ଭୀଷଣ ବାତ୍ୟା ୟାସ। ବର୍ତ୍ତମାନ ଏହା ପାରଦୀପ ଠାରୁ ୨୦୦ କିମି ଦୂରରେ ରହିଛି। ଓଡ଼ିଶାର ଧାମରା ଓ ଏହାର ଆଖପାଖ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ କରିବ। ଏହାର ପ୍ରଭାବ ପଶ୍ଚିମବଙ୍ଗରେ ମଧ୍ୟ ଦେଖିବାକୁ ମିଳିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ପ୍ରାୟ ୯ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ମମତା […]

author-image
Hemant Lenka
ଅଦ୍ୟତନ ହୋଇଛି
ବାତ୍ୟା ’ୟାସ’ ପାଇଁ ରାତିସାରା ସଚିବାଳୟରେ ରହିବେ ମୁଖ୍ୟମନ୍ତ୍ରୀ, ୯ ଲକ୍ଷ ଲୋକ ସ୍ଥାନାନ୍ତର

EarthZoom

କୋଲକାତା: ଓଡ଼ିଶା ଉପକୂଳ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି ଭୀଷଣ ବାତ୍ୟା ୟାସ। ବର୍ତ୍ତମାନ ଏହା ପାରଦୀପ ଠାରୁ ୨୦୦ କିମି ଦୂରରେ ରହିଛି। ଓଡ଼ିଶାର ଧାମରା ଓ ଏହାର ଆଖପାଖ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ କରିବ। ଏହାର ପ୍ରଭାବ ପଶ୍ଚିମବଙ୍ଗରେ ମଧ୍ୟ ଦେଖିବାକୁ ମିଳିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ପ୍ରାୟ ୯ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ସବୁ କାମର ତଦାରଖ କରୁଛନ୍ତି। ଏବେ ସେ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରିବା ପାଇଁ ରାତିତମାମ କୋଲକାତାରେ ଥିବା ସଚିବାଳୟ ବା ନବାନ୍ନାରେ ରହିବେ ବୋଲି ଘୋଷଣା କରିଛନ୍ତି।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ୫୪ ହଜାର ଅଫିସର, ୨ ଲକ୍ଷ ପୁଲିସ୍‌ କର୍ମଚାରୀ ଓ ହୋମଗାର୍ଡଙ୍କ ସହ ଏନଡିଆରଏଫ ଟିମ୍ ନିୟୋଜିତ ରହିଛନ୍ତି। ଯେଉଁ ସବୁ ଜିଲ୍ଲାରେ ବାତ୍ୟା ୟାସର ପ୍ରଭାବ ପଡ଼ିବ, ସେଠାରେ ଏବେଠାରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Advertisment

ବାତ୍ୟା ୟାସସମ୍ପର୍କରେ ସେ ସବୁ ଜିଲ୍ଲାର ମାଜିଷ୍ଟ୍ରେଟଙ୍କ ସହ କଥା ମଧ୍ୟ ହୋଇଛନ୍ତି। ଆଜି ରାତିରେ ସେ ରାଜ୍ୟ ସଚିବାଳୟ ନବାନ୍ନାରେ ରହିବେ ଓ ପୂରା ଅପରେସନକୁ ତଦାରଖ କରିବେ ବୋଲି ମମତା କହିଛନ୍ତି।


ସେ ଆହୁରି କହିଛନ୍ତି, ତଳିଆ ଅଞ୍ଚଳରେ ରହିଥିବା ପ୍ରାୟ ୯ ଲକ୍ଷ ଲୋକଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳ ଓ ସ୍କୁଲକୁ ପଠାଯାଇଛି। ପୌରପାଳିକା, ବ୍ଲକ, ଓ ପଞ୍ଚାୟତ ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବାତ୍ୟା ୟାସର ସ୍ଥିତି ଦେଖିବା ପାଇଁ ଆଜି ରାଜ୍ୟପାଳ ଜଗଦୀପ ଧାନକର କୋଲକାତା ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ଯାଇଥିଲେ। ସେ ଅଧିକାରୀମାନଙ୍କ ସହ ବାତ୍ୟାର ଗତିପଥ ଓ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଛନ୍ତି।

West Bengal Cyclone Yaas