stunt
ସୁରତ: ବିପଦଜନକ ଷ୍ଟଣ୍ଟ ଦେଖାଇବା ହେଲା କାଳ। ନିଆଁରେ ଖେଳିବା ପଡ଼ିଲା ମହଙ୍ଗା। ଷ୍ଟଣ୍ଟ ଦେଖାଉଥିବା ବେଳେ ଷ୍ଟଣ୍ଟମ୍ୟାନଙ୍କ ଦେହରେ ଲାଗି ଯାଇଛି ନିଆଁ। ଗଣେଣ ପୂଜାରେ ଯୁବକ ଜଣଙ୍କ ଗୁଜରାଟର ସୁରତ ଅନ୍ତର୍ଗତ ପ୍ରଭାତ ପାଟିୟା ଅଞ୍ଚଳରେ ଷ୍ଟଣ୍ଟ କରୁଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଷ୍ଟଣ୍ଟ ବେଳେ ତାଙ୍କ ଦେହରେ ହିଁ ନିଆଁ ଲାଗି ଯାଇଛି। ଏହି ଘଟଣା ମଧ୍ୟ କ୍ୟାମେରାରେ କଏଦ ହୋଇଛି।
ସାମ୍ନାକୁ ଆସିଥିବା ଭିଡିଓରେ ଯୁବକ ଜଣଙ୍କ ଗୋଟିଏ ପୂଜା ପେଣ୍ଡାଲ ଉପରେ ଷ୍ଟଣ୍ଟ ଦେଖାଉଥିବା ଦୃଶ୍ୟ ରହିଛି। ସେ ସର୍ବସମ୍ମୁଖରେ ନିଆଁ ହୁଳାକୁ ଫୁଙ୍କି ଷ୍ଟଣ୍ଟ ଦେଖାଉଥିଲେ। ସେ ନିଜ ପାଟିରେ ରଖିଥିବା କେମିକାଲକୁ ଫୁଙ୍କୁଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା। ଯୁବକଙ୍କ ମୁହଁ ଓ ଦେହରେ ବେଶ ଭୟଙ୍କର ଢଙ୍ଗରେ ନିଆଁ ଲାଗି ଯିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସେ ମଧ୍ୟ ନିଜ ଗଞ୍ଜି ଖୋଲି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ପାଖରେ ଥିବା ଜଣେ ବ୍ୟକ୍ତି ଷ୍ଟଣ୍ଟମ୍ୟାନଙ୍କୁ ନିଆଁ ଲିଭାଇବାରେ ସହାୟତା କରିଥିଲେ। ଫଳରେ କିଛି ବଡ଼ ଅଘଟଣ ଘଟିବା ପୂର୍ବରୁ ଏହାକୁ ଆୟତ୍ତ କରି ନିଆଯାଇଥିଲା। ତେବେ ଯୁବକ ଜଣଙ୍କ ମୁହଁ ଓ ଦେହରେ ନିଆଁ ଲାଗିଥିବାରୁ ସେ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲ ନିଆଯାଇ ପ୍ରାଥମିକ ଚିକିତ୍ସା ସେବା ମଧ୍ୟ ଯୋଗାଇ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/stunt.jpg)