Advertisment

କୋର୍ଟରୁ ଖସି ଯାଇଥିଲା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ, ପିଟିପିଟି ମାରିଦେଲେ ଲୋକେ

ଗୌହାଟୀ: କୋର୍ଟରୁ ଖସି ଯାଇଥିଲେ ହେଁ ଲୋକଙ୍କ ହାତରେ ଧରାପଡ଼ି ପ୍ରାଣ ହରାଇଛି ଜଣେ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ। ୪୫ ବର୍ଷୀୟ ଅଭିଯୁକ୍ତ ଜଣକ ଦୁଇ ଦିନ ତଳେ ପୁଲିସ୍‌ ହାତରୁ ଖସି ଯାଇଥିଲା। ହେଲେ ଆଜି ତା’କୁ ଲୋକମାନେ କାବୁ କରିବା ସହ ପିଟିପିଟି ହତ୍ୟା କରିଛନ୍ତି। ଆସାମର ଲଖିମପୁର ଠାରେ ଗୁରୁବାର ଏହି ଘଟଣା ଘଟିଛି। ଲୋକଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ହେଲା ଗେରଜାଇ ଓରଫ ରାଜୁ ବରୁଆ। ତା’ […]

କୋର୍ଟରୁ ଖସି ଯାଇଥିଲା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ, ପିଟିପିଟି ମାରିଦେଲେ ଲୋକେ

MOB

Advertisment

ଗୌହାଟୀ: କୋର୍ଟରୁ ଖସି ଯାଇଥିଲେ ହେଁ ଲୋକଙ୍କ ହାତରେ ଧରାପଡ଼ି ପ୍ରାଣ ହରାଇଛି ଜଣେ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ। ୪୫ ବର୍ଷୀୟ ଅଭିଯୁକ୍ତ ଜଣକ ଦୁଇ ଦିନ ତଳେ ପୁଲିସ୍‌ ହାତରୁ ଖସି ଯାଇଥିଲା। ହେଲେ ଆଜି ତା’କୁ ଲୋକମାନେ କାବୁ କରିବା ସହ ପିଟିପିଟି ହତ୍ୟା କରିଛନ୍ତି। ଆସାମର ଲଖିମପୁର ଠାରେ ଗୁରୁବାର ଏହି ଘଟଣା ଘଟିଛି।

Advertisment

ଲୋକଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ହେଲା ଗେରଜାଇ ଓରଫ ରାଜୁ ବରୁଆ। ତା’ ନାଁରେ ହତ୍ୟା ଓ ଦୁଷ୍କର୍ମ ଭଳି ସଂଗୀନ ମାମଲା ରହିଥିଲା। ହେଲେ ସେ ଓ ଆଉ ଦୁଇ ଜଣ ଅଭିଯୁକ୍ତ ଧାକୁଆଖାନା ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟର ୱାଶରୁମରୁ ଦୁଇ ଦିନ ତଳେ ହାଜିରା ବେଳେ ଖସି ଯିବାକୁ ସକ୍ଷମ ହୋଇଥିଲେ। ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ପୁଲିସ ୩ ଅଭିଯୁକ୍ତଙ୍କୁ ଧରିବାକୁ ଜୋରଦାମ ଉଦ୍ୟମ ମଧ୍ୟ କରୁଥିଲା।

ପୁଲିସ୍‌ କହିଛି ଯେ ରାଜୁ ନାଁରେ ଅନେକ ଅପରାଧିକ ମାମଲା ରହିଥିଲା। ସେ କୋର୍ଟରୁ ଖସିଯିବା ପରେ କିଲାକିଲି ଗାଁ ନିକଟ ଝରଣା ପାଖରେ ଆତ୍ମଗୋପନ କରିଥିଲା। ସେ ଲୁଚିଥିବା ବେଳେ ଆଜି ତା’କୁ କିଛି ଲୋକ ଧରିବା ସହ ପୁଲିସ୍‌କୁ ଖବର ଦେଇଥିଲେ। କିନ୍ତୁ ସ୍ଥାନଟି ଅତ୍ୟନ୍ତ ଦୂର ଓ ଜଙ୍ଗଲିଆ ଅଞ୍ଚଳରେ ହୋଇଥିବାରୁ ପୁଲିସ୍‌ ଟିମ୍‌ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଥିଲା।

Advertisment

ଏତିକି ବେଳେ ଗାଁର ଅଧିକାଂଶ ଲୋକ ଝରଣା ନିକଟରେ ପହଞ୍ଚି ରାଜୁକୁ ମାଡ଼ ମାରିବା ଆରମ୍ଭ କରିଥିଲେ। ଶେଷରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ କବଳରୁ ରାଜୁକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ହେଲେ ଲୋକମାନେ ତା’କୁ ଛାଡ଼ିବା ମୁଡରେ ନଥିଲେ।

ଏଥିପାଇଁ ପୁଲିସ୍‌ ଓ ଗାଁ ଲୋକଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଥିଲା। ଏଥିରେ ଦୁଇ ଜଣ ପୁଲିସ୍‌ ଆହତ ହୋଇଛନ୍ତି। ଦୀର୍ଘ ସମୟର ସଂଘର୍ଷ ପରେ ପୁଲିସ୍‌ ଶେଷରେ ରାଜୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସିଭିଲ ହସ୍ପିଟାଲକୁ ଆଣିଥିଲା। କିନ୍ତୁ ସେଠାରେ ଡାକ୍ତର ତା’କୁ ମୃତ ଘୋଷଣା କରିଥିଲେ।

ଜାନୁଆରୀ ମାସରେ ରାଜୁ ଉତ୍ତର ଲଖିମପୁରରେ ଥିବା ଗୋଟିଏ କୋଭିଡ ୱାର୍ଡରୁ ଚିକିତ୍ସା ବେଳେ ଖସି ଯାଇଥିଲା। ଅବଶ୍ୟ ପରବର୍ତ୍ତୀ ଅବସ୍ଥାରେ ତା’କୁ ଗିରଫ କରାଯାଇଥିଲେ। ସେହିପରି ଗତବର୍ଷ ପୁଲିସ୍‌ ସହ ମଧ୍ୟ ତା’ର ଏନକାଉଣ୍ଟର ହୋଇଥିଲା। ଏହି ସମୟରେ ତା’ ଗୋଡ଼ରେ ଗୁଳିମାଡ଼ ହୋଇଥିଲା। ରାଜୁ ଦୀର୍ଘ ୧୫ ବର୍ଷ ହେଲା ଗୁଣ୍ଡାଗର୍ଦ୍ଦି କରି ଆସୁଥିଲା। ତା’ ନାଁରେ ଏକାଧିକ ଦୁଷ୍କର୍ମ, ଚୋରି, ଡାକାୟତି ଓ ହତ୍ୟା ଭଳି ମାମଲା ରୁଜୁ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe