Advertisment

ଖାଦ୍ୟ ଠିକ ଭାବେ ନ ପରସିବାରୁ ସ୍ତ୍ରୀଙ୍କୁ ମାରିଦେଲେ ସ୍ୱାମୀ

ଗୁରୁଗ୍ରାମ: ସାମାନ୍ୟ କଥାରୁ ପତ୍ନୀଙ୍କୁ ତଣ୍ଟିଚିପି ହତ୍ୟା କରିଛନ୍ତି ସ୍ୱାମୀ। ପତ୍ନୀ ଠିକ ଭାବେ ଖାଦ୍ୟ ନ ପରସିବାରୁ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ ଜଣେ ପତ୍ନୀହନ୍ତା। ହେଲେ ଗୁରୁଗ୍ରାମରେ ଏହି ଘଟଣା ଘଟିଥିବା ବେଳେ ପୁଲିସ୍‌ ଅଭିଯୁକ୍ତ ସ୍ୱାମୀ ଦୀପକ ଖିରବାତ(୫୯)ଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୀପକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ସେ ତାଙ୍କ ପତ୍ନୀ ପୁନମ ଅରୋରା(୫୮)ଙ୍କ ସହ ସୂର୍ଯ୍ୟ ବିହାର କଲୋନୀରେ ରହୁଥିଲେ। ତେବେ ବୁଧବାର […]

ଖାଦ୍ୟ ଠିକ ଭାବେ ନ ପରସିବାରୁ ସ୍ତ୍ରୀଙ୍କୁ ମାରିଦେଲେ ସ୍ୱାମୀ

Food

Advertisment

ଗୁରୁଗ୍ରାମ: ସାମାନ୍ୟ କଥାରୁ ପତ୍ନୀଙ୍କୁ ତଣ୍ଟିଚିପି ହତ୍ୟା କରିଛନ୍ତି ସ୍ୱାମୀ। ପତ୍ନୀ ଠିକ ଭାବେ ଖାଦ୍ୟ ନ ପରସିବାରୁ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ ଜଣେ ପତ୍ନୀହନ୍ତା। ହେଲେ ଗୁରୁଗ୍ରାମରେ ଏହି ଘଟଣା ଘଟିଥିବା ବେଳେ ପୁଲିସ୍‌ ଅଭିଯୁକ୍ତ ସ୍ୱାମୀ ଦୀପକ ଖିରବାତ(୫୯)ଙ୍କୁ ଗିରଫ କରିଛି।

Advertisment

ଅଭିଯୁକ୍ତ ଦୀପକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ସେ ତାଙ୍କ ପତ୍ନୀ ପୁନମ ଅରୋରା(୫୮)ଙ୍କ ସହ ସୂର୍ଯ୍ୟ ବିହାର କଲୋନୀରେ ରହୁଥିଲେ। ତେବେ ବୁଧବାର ରାତିରେ ଦୀପକ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେକ୍ଟର ୯ ପୁଲିସ ଷ୍ଟେସନରେ ରୂଜୁ ହୋଇଥିବା ଏଫଆଇଆରକୁ ଆଧାର ଅଧିକ ତଦନ୍ତ ଆରମ୍ଭ ହୋଇଛି।

ବୁଧବାର ଅଭିଯୁକ୍ତ ଦୀପକ ପୁଲିସକୁ ଫୋନ କରି ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିବା କଥା କହିଥିଲେ। ପୁଲିସ୍‌ର ଗୋଟିଏ ଟିମ୍‌ ଖବର ପାଇ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ଘରର ବେଡ୍‌ରେ ପୁନମଙ୍କ ମୃତଦେହ ପଡ଼ି ରହିଥିବା ବେଳେ ଗୋଟିଏ ବେଡଶିଟ୍‌ ତାଙ୍କ ବେକରେ ଗୁଡ଼ା ଯାଇଥିବା ଦେଖିବାକୁ ପାଇଥିଲା। ପ୍ରାଥମିକ ଭାବେ ପୁଲିସ୍‌ ଏହାକୁ ଏକ ଆତ୍ମହତ୍ୟା ଘଟଣା ଭାବି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

Advertisment

ହେଲେ ଘଟଣାର ଦିନକ ପରେ ପୁନମଙ୍କ ଝିଅ ମାନ୍ୟତା ୱିଲିୟମ ପୁଲିର ଦ୍ୱାରସ୍ଥ ହୋଇ ହତ୍ୟା ଅଭିଯୋଗ ଆଣିଥିଲେ। ସେ ତାଙ୍କ ଅଭିଯୋଗରେ କହିଥିଲେ ଯେ “ମୋ ମା’ ଓ ବାପା ରହୁଥିବା ବିଲଡିଂର ବିଭିନ୍ନ ରୁମରେ ଆଉ ୬ଟି ପରିବାର ଭଡ଼ାରେ ରୁହନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକ ଆଦୌ ଭଲ ନୁହନ୍ତି। ସେମାନେ ମୋ ମା’ ସହ ଝଗଡ଼ା କରିବା ସହ ତାଙ୍କୁ ମାରିବାକୁ ଚେଷ୍ଟା କରୁଥିବା ସେ ନିଜେ ମୋତେ କହିଥିଲେ।

ପୂର୍ବରୁ ମୋ ମା’ଙ୍କ ମାନସିକ ରୋଗ ରହିଥିଲା। ହେଲେ ସେ ନିକଟରେ ସଂପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିଲେ। ମୋତେ ମଧ୍ୟ ସବୁଦିନ ଫୋନ କରୁଥିଲେ। ଏହି କଥାବାର୍ତ୍ତା ସମୟରେ ହିଁ ସେ ଭଡ଼ାଟିଆଙ୍କ ସମ୍ପର୍କରେ ମୋତେ କହିଥିଲେ।” ଝିଅଙ୍କ ଅଭିଯୋଗ ପରେ ପୁଲିସ୍‌ ସନ୍ଦିଗ୍ଧ ଭଡ଼ାଟିଆଙ୍କ ବିରୋଧରେ ଧାରା ୩୦୨ ଓ ୧୨୦-୧ରେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।

ଘଟଣାର ତଦନ୍ତ ଚାଲିଥିବା ବେଳେ ପୁଲିସକୁ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିଥିଲା। ଏଥିରେ ପୁନମଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା କଥା ଉଲ୍ଲେଖ ରହିଥିଲା। ସେହିପରି ତାଙ୍କ ଶରୀରରୁ କିଛି ନଖର ଦାଗ ମିଳିଥିଲା। ଏହା ପଛରେ ପୁନମଙ୍କ ସ୍ୱାମୀ ଦୀପକଙ୍କ ହାତ ଥିବା ସନ୍ଦେହ କରି ପୁଲିସ୍‌ ତାଙ୍କୁ ଅଟକ ରଖିଥିଲା। ତାଙ୍କୁ ଘନଘନ ଜେରା କରାଯିବାରୁ ସେ ସବୁ ସତକଥା ମାନି ଯାଇଥିଲେ ବୋଲି ପୁଲିସ୍‌ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe