Advertisment

ଗର୍ଭବତୀ ଛେଳିକୁ ଦୁଷ୍କର୍ମ ପରେ ହତ୍ୟା, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍‌

କାସରଗଡ଼: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କ’ଣ ଦୁନିଆରେ ଏମିତି ବି ଲୋକ ଅଛନ୍ତି, ଯେଉଁମାନେ କଥା କହି ପାରୁ ନଥିବା ନୀରିହ ପଶୁଙ୍କୁ ସହ ଏପରି କାଣ୍ଡ ଘଟାଇ ପାରନ୍ତି? ଆପଣଙ୍କୁ ଅଜବ ଲାଗୁଥିଲେ ମଧ୍ୟ କେରଳର କାସରଗଡ଼ରେ ଏମିତି ଘଟଣା ଘଟିଛି। ଜଣେ ବ୍ୟକ୍ତି ଗୋଟିଏ ଗର୍ଭବତୀ ଛେଳିକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଛି। ଏହି ଘଟଣାରେ ସାମିଲ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ୍‌ ଗିଫ କରିଛି। ଗିରଫ ଅଭିଯୁକ୍ତ ଜଣକ […]

ଗର୍ଭବତୀ ଛେଳିକୁ ଦୁଷ୍କର୍ମ ପରେ ହତ୍ୟା, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍‌

goat

Advertisment

କାସରଗଡ଼: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କ’ଣ ଦୁନିଆରେ ଏମିତି ବି ଲୋକ ଅଛନ୍ତି, ଯେଉଁମାନେ କଥା କହି ପାରୁ ନଥିବା ନୀରିହ ପଶୁଙ୍କୁ ସହ ଏପରି କାଣ୍ଡ ଘଟାଇ ପାରନ୍ତି? ଆପଣଙ୍କୁ ଅଜବ ଲାଗୁଥିଲେ ମଧ୍ୟ କେରଳର କାସରଗଡ଼ରେ ଏମିତି ଘଟଣା ଘଟିଛି।

Advertisment

ଜଣେ ବ୍ୟକ୍ତି ଗୋଟିଏ ଗର୍ଭବତୀ ଛେଳିକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଛି। ଏହି ଘଟଣାରେ ସାମିଲ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ୍‌ ଗିଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ସେନ୍ତିଲ। ତା’ ଘର ତାମିଲନାଡୁରେ ହୋଇଥିବା ବେଳେ ସେ ଏଠାରେ ଗୋଟିଏ ହୋଟେଲରେ କାମ କରୁଥିଲା।

ସଂପୃକ୍ତ ହୋଟେଲ ମାଲିକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ସେନ୍ତିଲକୁ ଗିରଫ କରିଛି। ହୋଟେଲ ମାଲିକଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୧ଟା ବେଳେ ବିକଟାଳ ଚିତ୍କାର ଶୁଣି ଅନ୍ୟ କର୍ମଚାରୀମାନେ ଦୌଡ଼ି ଆସିଥିଲେ। ଏହି ସମୟରେ ଗର୍ଭବତୀ ଛେଳିଟି ପିଞ୍ଜରା ପାଖରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ।

Advertisment

ହଠାତ୍ ଏତିକି ବେଳେ ଜଣେ ବ୍ୟକ୍ତି ସେଠାରୁ ଦୌଡ଼ି ଚାଲି ଯାଇଥିବା ମଧ୍ୟ କର୍ମଚାରୀମାନେ ଜାଣିବାକୁ ପାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଦୌଡ଼ି ଚାଲିଥିବା ବ୍ୟକ୍ତି ଜଣଙ୍କ ସେନ୍ତିଲ ବୋଲି ଜଣାପଡ଼ିଥିଲା। ସେନ୍ତାଲି ଦୀର୍ଘ ୨ ବର୍ଷ ହେଲା ଉକ୍ତ ହୋଟେଲରେ କାମ କରୁଥିଲା।

ଘଟଣା ରାତିରେ ସେ ଛେଳିଟିକୁ ଦୁଷ୍କର୍ମ କରିବା ସହ ତା’କୁ ହତ୍ୟା କରିଥିବା ମାଲିକ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଆଧାର କରି ପୁଲିସ୍‌ ଏଫଆଇଆର ରୁଜୁ କରିଛି ଓ ସେନ୍ତିଲକୁ ଗିରଫ ମଧ୍ୟ କରିଛି।

ମାଲିକ ଜଣଙ୍କ ସେନ୍ତିଲ ସହ ଘଟଣାରେ ଆଉ ୨ ଜଣ ସାମିଲ ଥିବା ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍ ଏଥିରେ ଏକମତ ହୋଇପାରିନି। ସେନ୍ତିଲ ଏକାକୀ ପୂରା ଘଟଣା ଭିଆଇଛି ବୋଲି ପୁଲିସ୍‌ କହିଛି। ଛେଳିଟି ପ୍ରାଣ ହରାଇବା ପରେ ଏହାକୁ ବ୍ୟବଚ୍ଛେଦ କରାଯାଇଛି।

ପ୍ରାଥମିକ ପର୍ଯ୍ୟାୟରେ ଛେଳିଟି ଅପ୍ରାକୃତି ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣାପଡ଼ିଛି। ତେବେ ତା’ର ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe