Advertisment

ଯୁଆଡ଼େ ଗୀତ ଗାଇବାକୁ ଗଲେ, ସେଠି ବାହା ହେଲେ!

ପାଟନା: ଯୋଉଠିକୁ ଗୀତ ଗାଇବାକୁ ଗଲେ ସେଠି ବାହା ହେଲେ। ଗୋଟେ କି ଦୁଇଟା ନୁହେଁ, ଏକାଥରେ ୬ ଜଣଙ୍କୁ ବିବାହ କରିଛନ୍ତି ଜଣେ ବ୍ୟକ୍ତି। ୪ ରାଜ୍ୟରେ ଏପରି ୬ ବିବାହ କରିଥିବା ବ୍ୟକ୍ତି ଶେଷରେ ଧରା ପଡ଼ିଛନ୍ତି। ବ୍ୟକ୍ତି ଜଣଙ୍କୁ ବିହାରର ଜାମୁଇ ରେଳ ଷ୍ଟେସନରେ ଜଣେ ମହିଳାଙ୍କ ସହ ଶାଳକ ଦେଖିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଶାଳକ ଜଣଙ୍କ ତାଙ୍କୁ ପୁଲିସ ଷ୍ଟେସନ ନେବା ପରେ ସେ ୪ ରାଜ୍ୟରେ […]

ଯୁଆଡ଼େ ଗୀତ ଗାଇବାକୁ ଗଲେ, ସେଠି ବାହା ହେଲେ!

marry

Advertisment

ପାଟନା: ଯୋଉଠିକୁ ଗୀତ ଗାଇବାକୁ ଗଲେ ସେଠି ବାହା ହେଲେ। ଗୋଟେ କି ଦୁଇଟା ନୁହେଁ, ଏକାଥରେ ୬ ଜଣଙ୍କୁ ବିବାହ କରିଛନ୍ତି ଜଣେ ବ୍ୟକ୍ତି। ୪ ରାଜ୍ୟରେ ଏପରି ୬ ବିବାହ କରିଥିବା ବ୍ୟକ୍ତି ଶେଷରେ ଧରା ପଡ଼ିଛନ୍ତି। ବ୍ୟକ୍ତି ଜଣଙ୍କୁ ବିହାରର ଜାମୁଇ ରେଳ ଷ୍ଟେସନରେ ଜଣେ ମହିଳାଙ୍କ ସହ ଶାଳକ ଦେଖିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଶାଳକ ଜଣଙ୍କ ତାଙ୍କୁ ପୁଲିସ ଷ୍ଟେସନ ନେବା ପରେ ସେ ୪ ରାଜ୍ୟରେ ୬ ଜଣ ମହିଳାଙ୍କୁ ବିବାହ କରିଥିବା ସ୍ୱୀକାର କରିଛନ୍ତି।

Advertisment

ଏହି ବହୁପତ୍ନୀକ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଛୋଟୁ। ସେ ବିଭିନ୍ନ ସମୟରେ ୬ ଜଣ ମହିଳାଙ୍କୁ ବିବାହ କରିଛନ୍ତି। ଛୋଟୁଙ୍କ ପ୍ରଥମ ପତ୍ନୀଙ୍କର ୪ଟି ଛୁଆ ଥିବା ଥିବା ବେଳେ ଦେଢ଼ ବର୍ଷ ତଳେ ଛାଡ଼ିଥିବା ଦ୍ୱିତୀୟ ପତ୍ନୀଙ୍କର ୨ଟି ଛୁଆ ରହିଛନ୍ତି।

ଛୋଟୁ କୁମାରଙ୍କ ଘର ବାରହତ ପୁଲିସ ଷ୍ଟେସନ ଅଧୀନରେ ଥିବା ଜାଭାତାରି ଗାଁରେ। ଛୋଟୁଙ୍କ ଜଣେ ପତ୍ନୀ ହେଉଛନ୍ତି ମଞ୍ଜୁ। ତାଙ୍କ ଭାଇ ବିକାଶ କୋଲକାତା ଯିବା ପାଇଁ ସୋମବାର ଜାମୁଇ ରେଳ ଷ୍ଟେସନକୁ ଆସିଥିଲେ। ଷ୍ଟେସନରେ ସେ ଛୋଟୁଙ୍କୁ ଆଉ ଜଣେ ମହିଳାଙ୍କ ସହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହାପରେ ତାଙ୍କ ସମସ୍ତେ କାବୁ କରି ପୁଲିସ ଷ୍ଟେସନକୁ ନେଇଥିଲେ।

Advertisment

ମଞ୍ଜୁଙ୍କ ମା’ କହିଛନ୍ତି, ୨୦୧୮ରେ ଛୋଟୁ ତାଙ୍କ ଝିଅ ମଞ୍ଜୁଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ଟି ସନ୍ତାନ ମଧ୍ୟ ରହିଛନ୍ତି। ତେବେ ଦେଢ଼ ବର୍ଷ ତଳେ ଛୋଟୁ ମେଡିସିନ ଆଣିବାକୁ କହି ଘରୁ ବାହାରି ଯାଇଥିଲେ। ହେଲେ ସେବେଠାରୁ ଆଉ ଘରକୁ ଫେରି ନଥିଲେ।

ଛୋଟୁ ଆମକୁ ଠକିଛନ୍ତି। ସେ ଝାରଖଣ୍ଡର ରାଞ୍ଚିରେ କଳାବତୀ ଦେବୀ ନାମକ ଆଉ ଜଣେ ମହିଳାଙ୍କୁ ମଧ୍ୟ ବିବାହ କରିଥିଲେ। କଳାବତୀଙ୍କ ୪ଟି ପିଲା ମଧ୍ୟ ରହିଛନ୍ତି ବୋଲି ମଞ୍ଜୁଙ୍କ ମା’ କହିଛନ୍ତି। ବିକାଶ କହିଛନ୍ତି, “ଏଠାରେ ମୋ ଭଉଣୀ ତାଙ୍କ ସ୍ୱାମୀ ଛୋଟୁଙ୍କୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ସେ ରେଳ ଷ୍ଟେସନରେ ଜଣେ ମହିଳାଙ୍କୁ ଧରି ବୁଲୁଛନ୍ତି। ତାଙ୍କୁ ସେ ନିଜର ପତ୍ନୀ ବୋଲି କହୁଛନ୍ତି।”

ଛୋଟୁ କୁମାର ଦେଓଗଡ଼ର ମା’ ଶାରଦା ଅର୍କେଷ୍ଟ୍ରାରେ ସିଙ୍ଗର ଭାବେ କାମ କରନ୍ତି। ଏଥିପାଇଁ ସେ ବିଭିନ୍ନ ସ୍ଥାନକୁ ଗୀତ ଗାଇବା ପାଇଁ ଯାଆନ୍ତି। ଏହି ସମୟରେ ସେ ଚିନାୱାରିଆ, ସୁନ୍ଦେରଖଣ୍ଡ, ରାଞ୍ଚି, ସଂଗ୍ରାମପୁର, ଦିଲ୍ଲୀ ଓ ଦେଓଗଡ଼ରେ ୬ ଜଣଙ୍କୁ ବିବାହ କରିଛନ୍ତି। ପ୍ରତି ପତ୍ନୀଙ୍କର ପିଲାଛୁଆ ମଧ୍ୟ ରହିଛନ୍ତି।

ସେ ଗୀତ ଗାଇ ସମସ୍ତଙ୍କ ମନୋରଞ୍ଜ କରନ୍ତି। ଯୁଆଡ଼େ ବି ସେ ଗୀତ ଗାଇବାକୁ ଯାଆନ୍ତି, ସେଠାରେ ବିବାହ କରନ୍ତି। ବିବାହ କରି କିଛି ଦିନ ରହିବା ପରେ ପତ୍ନୀଙ୍କୁ ଧୋକା ଦେଇ ପୁଣି ବିବାହ କରିବାକୁ ଫେରାର ହୋଇଯାଆନ୍ତି।

ଛୋଟୁ କୁମାରଙ୍କ ଦ୍ୱିତୀୟ ପତ୍ନୀଙ୍କ ପରିବାର ଲୋକ ମୌଖିକ ଭାବେ ଅଭିଯୋଗ କରିଛନ୍ତି। ଏଯାଏ ପୂରା ଘଟଣାରେ କୌଣସି ଲିଖିତ ଭାବେ ଅଭିଯୋଗ କରାଯାଇନି। ଯଦି ଲିଖିତ ଭାବେ ଅଭିଯୋଗ ଆସିବ, ତା’ହେଲେ ପୁଲିସ୍‌ ତଦନ୍ତ କରିବ ବୋଲି ଜଣେ ଅଧିକାରୀ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe