Advertisment

ଷ୍ଟେଜ ଉପରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ମାଇକ ମୋଡ଼ିଦେଲେ ଓ ପ୍ରଶ୍ନ ପଚାରିଲେ

ହାଇଦ୍ରାବାଦ: ଷ୍ଟେଜ ଉପରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱଶର୍ମା। ସେ ନିଜର ଦଳୀୟ ସମର୍ଥକଙ୍କ ସହ ତେଲେଙ୍ଗାନାର ଗୋଟିଏ ଷ୍ଟେଜ ଉପରେ ରହିଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ମାଇକକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି। ଏଥିସହ ସେ ହିମନ୍ତ ବିଶ୍ୱଶର୍ମାଙ୍କ ଛାତିକୁ ଛାତି ଲଗାଇ ପ୍ରଶ୍ନ କରିଛନ୍ତି। ଏହା ଦେଖି ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ଚକିତ ହୋଇଯାଇଥିବା ବେଳେ ତାଙ୍କ ସୁରକ୍ଷାକର୍ମୀ ଓ ଅନ୍ୟମାନେ ଷ୍ଟେଜ ଉପରେ ଅନାଧିକାର […]

author-image
Hemant Lenka
ଷ୍ଟେଜ ଉପରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ମାଇକ ମୋଡ଼ିଦେଲେ ଓ ପ୍ରଶ୍ନ ପଚାରିଲେ

KCR

ହାଇଦ୍ରାବାଦ: ଷ୍ଟେଜ ଉପରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱଶର୍ମା। ସେ ନିଜର ଦଳୀୟ ସମର୍ଥକଙ୍କ ସହ ତେଲେଙ୍ଗାନାର ଗୋଟିଏ ଷ୍ଟେଜ ଉପରେ ରହିଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ମାଇକକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି। ଏଥିସହ ସେ ହିମନ୍ତ ବିଶ୍ୱଶର୍ମାଙ୍କ ଛାତିକୁ ଛାତି ଲଗାଇ ପ୍ରଶ୍ନ କରିଛନ୍ତି।

Advertisment

ଏହା ଦେଖି ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ଚକିତ ହୋଇଯାଇଥିବା ବେଳେ ତାଙ୍କ ସୁରକ୍ଷାକର୍ମୀ ଓ ଅନ୍ୟମାନେ ଷ୍ଟେଜ ଉପରେ ଅନାଧିକାର ଭାବେ ପ୍ରବେଶ କରିଥିବା ବ୍ୟକ୍ତିଙ୍କୁ କାବୁ କରି ନେଇଛନ୍ତି। ଏହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆରଙ୍କ ଦଳର ରଙ୍ଗ ପିଙ୍କ ସ୍କାର୍ଫ ପକାଇ ବ୍ୟକ୍ତି ଜଣଙ୍କ ଏପରି କାଣ୍ଡ ଘଟାଇଛନ୍ତି। କିନ୍ତୁ ତାଙ୍କ ପରିଚୟ ରିପୋର୍ଟ ଲେଖା ହେବା ବେଳକୁ ମିଳିନାହିଁ। ଭାଗ୍ୟନଗର ଗଣେଶ ଉତ୍ସବ ସମିତି ପକ୍ଷରୁ ଆୟୋଜିତ ପୂଜା ଓ ଅନ୍ୟ କାର୍ଯ୍ୟକ୍ରମରେ ଯୋଗା ଦେବାକୁ ହିମନ୍ତ ବିଶ୍ୱଶର୍ମା ଏଠାକୁ ଆସିଛନ୍ତି।

Advertisment

ହାଇଦ୍ରାବାଦରେ ଥିବା ପ୍ରସିଦ୍ଧ ମନ୍ଦିର ବୁଲିବା ପରେ ହିମନ୍ତ ବିଶ୍ୱଶର୍ମା ତାଙ୍କ ତେଲେଙ୍ଗାନା ପ୍ରତିପକ୍ଷ କେସିଆରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ “ମୁଖ୍ୟମନ୍ତ୍ରୀ କେସିଆର ବିଜେପି ମୁକ୍ତ ରାଜନୀତି କଥା କହୁଛନ୍ତି। କିନ୍ତୁ ଆମେ ବଂଶବାଦ ମୁକ୍ତ ରାଜନୀତି କଥା କହୁଛୁ। ଆପଣମାନେ ଏବେ ବି ତାଙ୍କ ପୁଅ ଓ ଝିଅଙ୍କ ଫଟୋ ହାଇଦ୍ରାବାଦରେ ଦେଖିପାରିବେ। ଦେଶର ରାଜନୀତି ବଂଶବାଦରୁ ମୁକ୍ତ ହେବା ଦରକାର। ଗୋଟିଏ ସରାକାର ସବୁବେଳେ ଦେଶ ପାଇଁ ଓ ଲୋକଙ୍କ ପାଇଁ କାମ କରିବା ଦରକାର। କେବେ ହେଲେ ଗୋଟିଏ ସରକାର ପରିବାର ପାଇଁ କାମ କରିବା ଠିକ ନୁହେଁ।”

ଏହି ବୟାନ ପରେ ସେ ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଷ୍ଟେଜ ଉପରକୁ ଯାଇଥିଲେ। ତାଙ୍କ ସପକ୍ଷରେ ଆୟୋଜକମାନେ ନାରା ବାଜି ଆରମ୍ଭ କରି ଦେଇଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଷ୍ଟେଜ ଉପରକୁ ଯାଇ ଷ୍ଟାଣ୍ଡରେ ଲାଗିଥିବା ମାଇକକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ। ସେହିପରି ସେ ହିମନ୍ତ ବିଶ୍ୱଶାର୍ମଙ୍କ ପାଖକୁ ମାଡ଼ି ଯାଇ କିଛି ପଚାରୁ ଥିବା ମଧ୍ୟ ଦେଖିବାକୁ ମିଳିଛି।