ଇନ୍ଦୋର: ପଡ଼ୋଶୀଙ୍କ ପୋଷା କୁକୁରକୁ ଜଣେ ବ୍ୟକ୍ତି ଅତ୍ୟନ୍ତ ନୃଶଂସ ଭାବେ ଗୁଳି କରି ହତ୍ୟା କରିଛନ୍ତି। କୁକୁରଟି ତାଙ୍କ ପତ୍ନୀଙ୍କୁ କାମୁଡ଼ି ଦେବାରୁ ଏଥିରେ ରାଗି ଯାଇ ବ୍ୟକ୍ତି ଜଣଙ୍କ ଏଭଳି କାଣ୍ଡ ଘଟାଇଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟପ୍ରଦେଶ ପୁଲିସ୍ ସଂପୃକ୍ତ ବ୍ୟକ୍ତିଙ୍କୁ ଇନ୍ଦୋରରୁ ଗିଫ କରିଛି।
ପୁଲିସ ଅଫିସର ମନୀଷ ମାହୋର କହିଛନ୍ତି, କୁକୁରକୁ ଗୁଳି କରି ହତ୍ୟା କରିବା ଘଟଣାରେ ୫୩ ବର୍ଷୀୟ ନରେନ୍ଦ୍ର ବିଶଭିୟାଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁରେ ବିଭିନ୍ନ ପ୍ରକାରର ଦଫା ଲାଗିଛି। ସେ ଇନ୍ଦୋରର ସୁଦାମ ନଗରରେ ରୁହନ୍ତି। ତାଙ୍କ ପଡ଼ୋଶୀ ଗୋଟିଏ କୁକୁରକୁ ପାଳିଥିଲେ।
କୁକୁରଟି ବୁଧବାର ହଠାତ୍ ନରେନ୍ଦ୍ରଙ୍କ ପତ୍ନୀଙ୍କୁ କାମୁଡ଼ି ଦେଇଥିଲା। ଏଥିରେ ରାଗି ଯାଇ ବୁଧବାର ରାତିରେ ନରେନ୍ଦ୍ର ତାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧକରୁ କୁକୁରଟିକୁ ଗୁଳି କରିଥିଲେ। ଗୁଳିଟି କୁକୁରର ବେକରେ ମାଡ଼ ହେବାରୁ ତା’ର ମୃତ୍ୟୁ ଘଟିଛି।
ନରେନ୍ଦ୍ର କହିଛନ୍ତି ଯେ କୁକୁରଟି କେବଳ ତାଙ୍କ ପତ୍ନୀଙ୍କୁ କାମୁଡ଼ି ନାହିଁ। ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଅନେକ ଲୋକଙ୍କୁ କାମୁଡ଼ିଛି। ତଥାପି ତାକୁ ପାଳିଥିବା ମାଲିକ ଏହା ଉପରେ କୌଣସି ପଦକ୍ଷେପ ନେଇଥିଲେ।
ଏବେ ପୁଲିସ୍ ନରେନ୍ଦ୍ରଙ୍କ ଅଭିଯୋଗର ଯାଞ୍ଚ କରୁଛି। ଯଦି ତାଙ୍କ କଥାରେ ସତ୍ୟତା ଥାଏ। ତା’ହେଲେ କୁକୁର ପାଳିଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନୀଷ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।