Advertisment

ପତ୍ନୀଙ୍କୁ କାମୁଡ଼ି ଦେବାରୁ କୁକୁରକୁ ଗୁଳିକରି ହତ୍ୟା କଲେ ଏହି ବ୍ୟକ୍ତି

ଇନ୍ଦୋର: ପଡ଼ୋଶୀଙ୍କ ପୋଷା କୁକୁରକୁ ଜଣେ ବ୍ୟକ୍ତି ଅତ୍ୟନ୍ତ ନୃଶଂସ ଭାବେ ଗୁଳି କରି ହତ୍ୟା କରିଛନ୍ତି। କୁକୁରଟି ତାଙ୍କ ପତ୍ନୀଙ୍କୁ କାମୁଡ଼ି ଦେବାରୁ ଏଥିରେ ରାଗି ଯାଇ ବ୍ୟକ୍ତି ଜଣଙ୍କ ଏଭଳି କାଣ୍ଡ ଘଟାଇଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟପ୍ରଦେଶ ପୁଲିସ୍‌ ସଂପୃକ୍ତ ବ୍ୟକ୍ତିଙ୍କୁ ଇନ୍ଦୋରରୁ ଗିଫ କରିଛି। ପୁଲିସ ଅଫିସର ମନୀଷ ମାହୋର କହିଛନ୍ତି, କୁକୁରକୁ ଗୁଳି କରି ହତ୍ୟା କରିବା ଘଟଣାରେ ୫୩ ବର୍ଷୀୟ ନରେନ୍ଦ୍ର ବିଶଭିୟାଙ୍କୁ ଗିରଫ କରାଯାଇଛି। ତାଙ୍କ […]

ଅଦ୍ୟତନ ହୋଇଛି
ପତ୍ନୀଙ୍କୁ କାମୁଡ଼ି ଦେବାରୁ କୁକୁରକୁ ଗୁଳିକରି ହତ୍ୟା କଲେ ଏହି ବ୍ୟକ୍ତି

Man-kills

Advertisment

ଇନ୍ଦୋର: ପଡ଼ୋଶୀଙ୍କ ପୋଷା କୁକୁରକୁ ଜଣେ ବ୍ୟକ୍ତି ଅତ୍ୟନ୍ତ ନୃଶଂସ ଭାବେ ଗୁଳି କରି ହତ୍ୟା କରିଛନ୍ତି। କୁକୁରଟି ତାଙ୍କ ପତ୍ନୀଙ୍କୁ କାମୁଡ଼ି ଦେବାରୁ ଏଥିରେ ରାଗି ଯାଇ ବ୍ୟକ୍ତି ଜଣଙ୍କ ଏଭଳି କାଣ୍ଡ ଘଟାଇଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟପ୍ରଦେଶପୁଲିସ୍‌ ସଂପୃକ୍ତ ବ୍ୟକ୍ତିଙ୍କୁ ଇନ୍ଦୋରରୁ ଗିଫ କରିଛି।

Advertisment

ପୁଲିସ ଅଫିସର ମନୀଷ ମାହୋର କହିଛନ୍ତି, କୁକୁରକୁ ଗୁଳି କରି ହତ୍ୟା କରିବା ଘଟଣାରେ ୫୩ ବର୍ଷୀୟ ନରେନ୍ଦ୍ର ବିଶଭିୟାଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁରେ ବିଭିନ୍ନ ପ୍ରକାରର ଦଫା ଲାଗିଛି। ସେ ଇନ୍ଦୋରର ସୁଦାମ ନଗରରେ ରୁହନ୍ତି। ତାଙ୍କ ପଡ଼ୋଶୀ ଗୋଟିଏ କୁକୁରକୁ ପାଳିଥିଲେ।

କୁକୁରଟି ବୁଧବାର ହଠାତ୍‌ ନରେନ୍ଦ୍ରଙ୍କ ପତ୍ନୀଙ୍କୁ କାମୁଡ଼ି ଦେଇଥିଲା। ଏଥିରେ ରାଗି ଯାଇ ବୁଧବାର ରାତିରେ ନରେନ୍ଦ୍ର ତାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧକରୁ କୁକୁରଟିକୁ ଗୁଳି କରିଥିଲେ। ଗୁଳିଟି କୁକୁରର ବେକରେ ମାଡ଼ ହେବାରୁ ତା’ର ମୃତ୍ୟୁ ଘଟିଛି।

Advertisment

ନରେନ୍ଦ୍ର କହିଛନ୍ତି ଯେ କୁକୁରଟି କେବଳ ତାଙ୍କ ପତ୍ନୀଙ୍କୁ କାମୁଡ଼ି ନାହିଁ। ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଅନେକ ଲୋକଙ୍କୁ କାମୁଡ଼ିଛି। ତଥାପି ତାକୁ ପାଳିଥିବା ମାଲିକ ଏହା ଉପରେ କୌଣସି ପଦକ୍ଷେପ ନେଇଥିଲେ।

ଏବେ ପୁଲିସ୍‌ ନରେନ୍ଦ୍ରଙ୍କ ଅଭିଯୋଗର ଯାଞ୍ଚ କରୁଛି। ଯଦି ତାଙ୍କ କଥାରେ ସତ୍ୟତା ଥାଏ। ତା’ହେଲେ କୁକୁର ପାଳିଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନୀଷ କହିଛନ୍ତି।

Madhya Pradesh Inhumane
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe