ପ୍ରେମ ପାଇଁ ଅଙ୍କିତାଙ୍କୁ ଜୀବନ୍ତ ଜାଳି ଦେଇଥିବା ଯୁବକର ଅସଲ ଚେହେରା ସାମ୍ନାକୁ ଆସିଲା

ରାଞ୍ଚି: ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ୧୯ ବର୍ଷୀୟ ଛାତ୍ରୀ ଅଙ୍କିତା ରବିବାର ପ୍ରାଣ ହରାଇବା ପରେ ପୂରା ଝାରଖଣ୍ଡରେ ଉତ୍ତେଜନା ପ୍ରକାଶ ପାଇଛି। ଶାହରୁଖ ନାମ ଜଣେ ଯୁବକ ଅଙ୍କିତାଙ୍କୁ ଏକତରଫା ପ୍ରେମ କରି ନିରାଶ ହେବା ପରେ ଗତ ମଙ୍ଗଳବାର ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ସେବେଠାରୁ ଗୁରୁତର ଅବସ୍ଥାରେ ଅଙ୍କିତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଗତକାଲି ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ସୋରେନ ଅଙ୍କିତାଙ୍କ […]

ranchi

ranchi

Hemant Lenka
  • Published: Monday, 29 August 2022
  • Updated: 29 August 2022, 08:01 PM IST

ରାଞ୍ଚି: ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ୧୯ ବର୍ଷୀୟ ଛାତ୍ରୀ ଅଙ୍କିତା ରବିବାର ପ୍ରାଣ ହରାଇବା ପରେ ପୂରା ଝାରଖଣ୍ଡରେ ଉତ୍ତେଜନା ପ୍ରକାଶ ପାଇଛି। ଶାହରୁଖ ନାମ ଜଣେ ଯୁବକ ଅଙ୍କିତାଙ୍କୁ ଏକତରଫା ପ୍ରେମ କରି ନିରାଶ ହେବା ପରେ ଗତ ମଙ୍ଗଳବାର ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ସେବେଠାରୁ ଗୁରୁତର ଅବସ୍ଥାରେ ଅଙ୍କିତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଗତକାଲି ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।

ମୁଖ୍ୟମନ୍ତ୍ରୀ ହିମନ୍ତ ସୋରେନ ଅଙ୍କିତାଙ୍କ ପରିବାର ଲୋକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେହିପରି ପୁଲିସ ଝାରଖଣ୍ଡର ଡୁମକାରେ ଘଟିଥିବା ଭୟଙ୍କର ଘଟଣାର ମୁଖ୍ୟ କାର୍ପଟଦାର ଶାହରୁଖକୁ ଗିରଫ କରିଛି। ଗିରଫ ପରେ ମଧ୍ୟ ତା’ ମନରେ ଟିକିଏ ବି ଦୁଃଖ ନାହିଁ। ପୁଲିସ୍‌ ତାକୁ ଗିରଫ କରି ଥାନାକୁ ନେଉଥିବା ବେଳେ ସେ କ୍ୟାମେରା ଦେଖି ବେଶ ହିରୋ ଷ୍ଟାଇଲରେ ସ୍ମିତ ହାସ୍ୟ ଦେଇଛି। ଫଟୋ ପାଇଁ ମଧ୍ୟ ପୋଜ ଦେବାକୁ ପଛାଇ ନାହିଁ ଶାହରୁଖ। ଅଙ୍କିତାଙ୍କୁ ହତ୍ୟା କରି ସେ ଆଦୌ ଅନୁତପ୍ତ ନୁହେଁ ବୋଲି ତା’ ହାବଭାବରୁ ସ୍ପଷ୍ଟ ଜଣାପଡ଼ୁଛି।

ଘଟଣାକୁ ନେଇ ଡୁମକାରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ୍‌ ୧୪୪ ଧାରା ଲାଗୁ କରିଛି। ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଙ୍କିତାଙ୍କ ବାପା ଓ ଗାଁ ଲୋକମାନେ ଆଜି ଝିଅର ଅନ୍ତିମ ସଂସ୍କାର କରିଛନ୍ତି। ଏଥିସହ ନ୍ୟାୟ ଦାବି କରିଛନ୍ତି।

ଅଗଷ୍ଟ ୨୩ ତାରିଖରେ ଝାରଖଣ୍ଡର ଡୁମକାରେ ପୂରା ଘଟଣା ଘଟିଥିଲା। ଶାହରୁଖ ପ୍ରଥମେ ଫୋନ କରି ଅଙ୍କିତାଙ୍କୁ ପ୍ରେମ ନିବେଦନ କରିଥିଲା। ହେଲେ ଏହାକୁ ସେ ଗ୍ରହଣ ନ କରିବାରୁ ଗତ ମଙ୍ଗଳବାର ଶାହରୁଖ ପ୍ରତିଶୋଧ ନେବାକୁ ଅଙ୍କିତାଙ୍କ ଘର ପାଖରେ ପହଞ୍ଚିଥିଲା। ସେ ନିଜ ରୁମରେ ଶୋଇଥିବା ବେଳେ ଶାହରୁଖ ଝରକା ପଟେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା।

ଗୁରୁତର ଅବସ୍ଥାରେ ଅଙ୍କିତାଙ୍କୁ ପ୍ରଥେମ ପୁଲୋ ଝାନୋ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ଶରୀରର ୯୦% ଅଂଶ ପୋଡ଼ି ଯାଇଥିବାରୁ ତାଙ୍କୁ ରାଞ୍ଚିର ରିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ପୂର୍ବରୁ ଅଙ୍କିତା ପୂରା ଘଟଣା ପୁଲିସ୍ ଆଗରେ ଉପସ୍ଥାପନ କରିଥିଲେ।


ଅଙ୍କିତା ପୁଲିସ୍‌କୁ କହିଛନ୍ତି, ୧୦ ଦିନ ତଳେ ପ୍ରଥମେ ଶାହରୁଖ ତାଙ୍କୁ ଫୋନ କରି ବନ୍ଧୁତା କରିବାକୁ ପ୍ରସ୍ତାବ ଦେଇଥିଲା। ହେଲେ ଏଥିରେ ସେ ରାଜି ହୋଇ ନଥିଲେ। ସୋମବାର ରାତି ପ୍ରାୟ ୮ଟାରେ ସେ ପୁଣି ଫୋନ କରି ପ୍ରେମ ନିବେଦନ କରିଥିଲା। ଯଦି ଅଙ୍କିତା ଏଥିରେ ରାଜି ନ ହେବେ, ତା’ହେଲେ ତାଙ୍କୁ ଶାହରୁଖ ହତ୍ୟା କରିବ ବୋଲି ଧମକ ଦେଇଥିଲା।

ଏ ସମ୍ପର୍କରେ ଅଙ୍କିତା ତାଙ୍କ ବାପାଙ୍କୁ କହିଥିଲେ। ବାପା ମଧ୍ୟ ଝିଅକୁ ବୁଝାଇବା ସହ ଅଭୟ ବାଣୀ ଶୁଣାଇଥିଲେ। କିନ୍ତୁ ମଙ୍ଗଳବାର ଶାହରୁଖ ହତ୍ୟା ଯୋଜନା ସହ ପେଟ୍ରୋଲ ଧରି ଅଙ୍କିତାଙ୍କ ଘର ପାଖରେ ପହଞ୍ଚିଥିଲା। ସେ ଶୋଇଥିବା ବେଳେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଙ୍କିତା ତାଙ୍କ ମୃତ୍ୟୁ ପୂର୍ବରୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos