Advertisment

ମାଙ୍ଗାଲୁରୁ ଅଟୋ ବିସ୍ଫୋରଣ ଘଟଣା: ତଦନ୍ତ କରିବ ଏନଆଇଏ!

ମାଙ୍ଗାଲୁରୁ; କର୍ଣ୍ଣାଟକାର ମାଙ୍ଗାଲୁରୁରେ ହୋଇଥିବା ଅଟୋକ ବିସ୍ଫୋରଣ ପଛରେ ଆତଙ୍କବାଦୀ ଲିଙ୍କ ରହିଛି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କରିବ ବୋଲି କୁହାଯାଉଛି। ଏବେ ରାଜ୍ୟ ପୁଲିସ୍‌ର ସ୍ୱତନ୍ତ୍ର ସେଲ ଘଟଣାର ତଦନ୍ତ ଜାରି ରଖିଛି। ଏହାର ତଦନ୍ତ ଏନଆଇଏକୁ ଦିଆଯିବ କି ନାହିଁ, ତା’ର ନିଷ୍ପତ୍ତି ୨ ଦିନ ମଧ୍ୟରେ ନିଆଯିବ ବୋଲୀ ରାଜ୍ୟ ଗୃହମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ର ସୂଚନା ଦେଇଛନ୍ତି। ମାଙ୍ଗାଲୁରୁରେ ଜରୁରୀ ସମୀକ୍ଷା ବୈଠକ […]

ମାଙ୍ଗାଲୁରୁ ଅଟୋ ବିସ୍ଫୋରଣ ଘଟଣା: ତଦନ୍ତ କରିବ ଏନଆଇଏ!

blast

Advertisment

ମାଙ୍ଗାଲୁରୁ; କର୍ଣ୍ଣାଟକାର ମାଙ୍ଗାଲୁରୁରେ ହୋଇଥିବା ଅଟୋକ ବିସ୍ଫୋରଣ ପଛରେ ଆତଙ୍କବାଦୀ ଲିଙ୍କ ରହିଛି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) କରିବ ବୋଲି କୁହାଯାଉଛି। ଏବେ ରାଜ୍ୟ ପୁଲିସ୍‌ର ସ୍ୱତନ୍ତ୍ର ସେଲ ଘଟଣାର ତଦନ୍ତ ଜାରି ରଖିଛି।

Advertisment

ଏହାର ତଦନ୍ତ ଏନଆଇଏକୁ ଦିଆଯିବ କି ନାହିଁ, ତା’ର ନିଷ୍ପତ୍ତି ୨ ଦିନ ମଧ୍ୟରେ ନିଆଯିବ ବୋଲୀ ରାଜ୍ୟ ଗୃହମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ର ସୂଚନା ଦେଇଛନ୍ତି। ମାଙ୍ଗାଲୁରୁରେ ଜରୁରୀ ସମୀକ୍ଷା ବୈଠକ କରିବା ପରେ ମନ୍ତ୍ରୀ ଜ୍ଞାନେନ୍ଦ୍ର କହିଛନ୍ତି, ପ୍ରଥମ ଦିନକୁ ହିଁ ମାଙ୍ଗାଲୁରୁ ବିସ୍ଫୋରଣ ଘଟଣାରେ କର୍ଣ୍ଣାଟକା ପୁଲିସ୍‌ ସହ ମିଶି ଏନଆଇଏ ଓ ଅନ୍ୟ କେନ୍ଦ୍ରୀୟ ସଂସ୍ଥା କାମ କରୁଛନ୍ତି। ତେଣୁ କେହି ବ୍ୟସ୍ତ ହେବାର ଆବଶ୍ୟକ ନାହିଁ। ମାଙ୍ଗାଲୁରୁରେ ଏନଆଇଏ ଅଫିସ ପ୍ରତିଷ୍ଠା ପାଇଁ ହେଉଥିବା ଦାବି ସମ୍ପର୍କରେ ସେ କହିଛନ୍ତି ଯେ ଏକଥା କେନ୍ଦ୍ର ସରକାରଙ୍କ ଆଗରେ ଉପସ୍ଥାପନ କରାଯାଇଛି।

ଅନ୍ୟପକ୍ଷରେ ଡିଜିପି ପ୍ରବୀଣ ସୁଦ କହିଛନ୍ତି, ୟୁଏପିଏ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଏନଆଇଏର ଦୃଷ୍ଟିକୁ ଅଣାଯାଇଛି। ଘଟଣାର ବିସ୍ତୃତ ତଥ୍ୟ ମଧ୍ୟ ଏନଆଇଏକୁ ଦିଆଯାଇଛି। ମଙ୍ଗଳବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜରିଆରେ କର୍ଣ୍ଣାଟକା ପୁଲିସ୍‌ ରିପୋର୍ଟ ଦେଇଛି। ଠିକଣା ସମୟରେ ଘଟଣାର ତଦନ୍ତ ଦାୟିତ୍ୱ ଏନଆଇଏକୁ ହସ୍ତାନ୍ତର କରାଯିବ। ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ଥିଲା ବୋଲି ସେ କହିଛନ୍ତି।

Advertisment

ଶନିବାର ନାଗୋରି ଠାରେ ହୋଇଥିବା ଅଟୋ ବିସ୍ଫୋରଣ ସ୍ଥଳକୁ ମନ୍ତ୍ରୀ ଜ୍ଞାନେନ୍ଦ୍ର ଯାଇଥିଲେ। ଏଥିସହ ସେ ବିସ୍ଫୋରଣ ପଛରେ ଥିବା ସନ୍ଦିଗ୍ଧ ଆତଙ୍କୀ ମହମ୍ମଦ ଶାରିକ ଓ ଅଟୋ ଡ୍ରାଇଭର ପୁରୁଷତ୍ତୋମ ଚିକିତ୍ସିତ ହେଉଥିବା ହସ୍ପିଟାଲକୁ ମଧ୍ୟ ଯାଇଛନ୍ତି।

ମାଙ୍ଗାଲୁରୁରେ ନିର୍ମାଣଧୀନ କୋଠା ନିକଟ ରାସ୍ତାରେ ଏକ ଅଟୋରିକ୍ସା ଯାଉଥିବା ବେଳେ ହଠାତ୍ ଶନିବାର ବିସ୍ଫୋରଣ ହୋଇଥିଲା। ଅଟୋରେ ନିଆଁ ଲାଗିଯିବା ସହିତ ଧୂଆଁ ବାହାରିଥିଲା। ଏଥିରେ ଦୁଇ ଜଣ ଆହତ ହୋଇଥିଲେ। ଆହତ ଦୁଇ ଜଣ ହେଲେ ଅଟୋ ଡ୍ରାଇଭର ଓ ଯାତ୍ରୀ। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଯାତ୍ରୀଙ୍କ ବ୍ୟାଗ୍‌ରେ ଥିବା ସନ୍ଦେହଜନକ ବସ୍ତୁ ଯୋଗୁ ବିସ୍ଫୋରଣ ହୋଇଛି ବୋଲି ପୁଲିସ୍‌ ତଦନ୍ତ ବେଳେ ଜାଣିବାକୁ ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe