Advertisment

ମଣିପୁରରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟିଂ

ଇମ୍ଫାଲ: ଆଜି ମଣିପୁରରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍। ଦୁଇଟି ପର୍ଯ୍ୟାୟରେ ମଣିପୁରରେ ଭୋଟ୍ ହେଉଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ୩୮ଟି ଆସନ ଲାଗି ମତଦାନ ହେଉଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଭୋଟିଂ ଅପରାହ୍ଣ ୪ଟା ଯାଏଁ ଚାଲିବ। ୧୨ ଲକ୍ଷରୁ ଅଧିକ ଭୋଟର ନିଜ ନିଜ ମତାଧିକାର ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ ୧୭୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍‌। ମଣିପୁରର ମୋଟ ୬୦ଟି ଆସନ ପାଇଁ ୨୬୫ ପ୍ରାର୍ଥୀ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ମଣିପୁରରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟିଂ

manipur election

ଇମ୍ଫାଲ: ଆଜି ମଣିପୁରରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍। ଦୁଇଟି ପର୍ଯ୍ୟାୟରେ ମଣିପୁରରେ ଭୋଟ୍ ହେଉଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ୩୮ଟି ଆସନ ଲାଗି ମତଦାନ ହେଉଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଭୋଟିଂ ଅପରାହ୍ଣ ୪ଟା ଯାଏଁ ଚାଲିବ।

Advertisment

୧୨ ଲକ୍ଷରୁ ଅଧିକ ଭୋଟର ନିଜ ନିଜ ମତାଧିକାର ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ ୧୭୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍‌। ମଣିପୁରର ମୋଟ ୬୦ଟି ଆସନ ପାଇଁ ୨୬୫ ପ୍ରାର୍ଥୀ ମଇଦାନରେ ଅଛନ୍ତି।

ଆଜି ହେଉଥିବା ନିର୍ବାଚନରେ ୧୭୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ୧୭୩ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରମୁଖ ପ୍ରାର୍ଥୀ ଭାବେ ମଇଦାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ ତଥା ହେଇନଗାଙ୍ଗ ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ଏନ୍. ବିରେନ ସିଂହ।

Advertisment

ତାଙ୍କର କ୍ୟାବିନେଟ୍ ମନ୍ତ୍ରୀ ଥୋଙ୍ଗମ୍ ବିଶ୍ୱଜିତ୍ ସିଂହ, ବାଚସ୍ପତି ଓ୍ୱାଇ ଖେମଚାନ୍ଦ ସିଂହ, ଡେପୁଟି ସିଏମ୍ ଏବଂ ଏନ୍ପିପି ପ୍ରାର୍ଥୀ ୟୁମ୍ନମ୍ ଜୟକୁମାର ଏବଂ ମଣିପୁର କଂଗ୍ରେସ ସଭାପତି ଏନ୍ ଲୋକେଶ ସିଂହ ପ୍ରମୁଖ ମଇଦାନରେ ଅଛନ୍ତି। ମାର୍ଚ୍ଚ ୫ରେ ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ମାର୍ଚ୍ଚ ୧୦ରେ ଗଣନା ହେବ।

https://twitter.com/ANI/status/1498165692277080069?s=20&t=BZlP5bg6A3F7J-VcxEZZCQ

Election News