Advertisment

ଦିଲ୍ଲୀ ମଦନୀତି ସ୍କାମ: ଇଡି କହିଲା ସିସୋଦିଆ ପ୍ରମାଣ ନଷ୍ଠ କରିଛନ୍ତି

ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ସ୍କାମରେ ସମ୍ପୃକ୍ତ ଥିବା ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ପ୍ରମାଣ ନଷ୍ଠ କରିଛନ୍ତି। ସିସୋଦିଆ ବାରମ୍ବାର ତାଙ୍କ ଫୋନ୍‌ ଚେଞ୍ଜ କରିଥିବା ବେଳେ ପ୍ରମାଣ ମଧ୍ୟ ନଷ୍ଠ କରିଛନ୍ତି। ଆଜି କୋର୍ଟରେ ଏହା କହିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) । ଦିଲ୍ଲୀ ମଦନୀତି ମାମଲାରେ ତଦନ୍ତ କରୁଥିବା ଇଡି ଆଜି ଦିଲୀର ଏକ କୋର୍ଟଙ୍କୁ କହିଛନ୍ତି ଯେ, ସିସୋଦିଆ  ୧୧ଟି ଫୋନ୍ ପରିବର୍ତ୍ତନ କରିଛନ୍ତି।  ମଦ ଦୁର୍ନୀତିରେ ଏହି ଫୋନ୍ ବ୍ୟବହାର କରାଯାଇଥିଲା […]

ଅଦ୍ୟତନ ହୋଇଛି
ଦିଲ୍ଲୀ ମଦନୀତି ସ୍କାମ: ଇଡି କହିଲା ସିସୋଦିଆ ପ୍ରମାଣ ନଷ୍ଠ କରିଛନ୍ତି

Manish-sisodia

Advertisment

ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ସ୍କାମରେ ସମ୍ପୃକ୍ତ ଥିବା ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ପ୍ରମାଣ ନଷ୍ଠ କରିଛନ୍ତି। ସିସୋଦିଆ ବାରମ୍ବାର ତାଙ୍କ ଫୋନ୍‌ ଚେଞ୍ଜ କରିଥିବା ବେଳେ ପ୍ରମାଣ ମଧ୍ୟ ନଷ୍ଠ କରିଛନ୍ତି। ଆଜି କୋର୍ଟରେ ଏହା କହିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) । ଦିଲ୍ଲୀ ମଦନୀତି ମାମଲାରେ ତଦନ୍ତ କରୁଥିବା ଇଡି ଆଜି ଦିଲୀର ଏକ କୋର୍ଟଙ୍କୁ କହିଛନ୍ତି ଯେ, ସିସୋଦିଆ  ୧୧ଟି ଫୋନ୍ ପରିବର୍ତ୍ତନ କରିଛନ୍ତି।  ମଦ ଦୁର୍ନୀତିରେ ଏହି ଫୋନ୍ ବ୍ୟବହାର କରାଯାଇଥିଲା ବୋଲି ଇଡି କୋର୍ଟଙ୍କୁ କହିଛନ୍ତି।

Advertisment

ଅନ୍ୟପଟେ ଦିଲ୍ଲୀ ମଦନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ ଅମିତ ଅରୋରାଙ୍କୁ ଗିରଫ କରିଛି। ବ୍ୟବସାୟୀ ଅମିତ ହେଉଛନ୍ତି ଗୁରୁଗ୍ରାମସ୍ଥିତ ‘ବଡ୍ଡୀ ରିଟେଲ୍‌’ର ନିର୍ଦେଶକ। ଏହାଙ୍କୁ ମିଶାଇ ଦିଲ୍ଲୀ ମଦ ନୀତି ସହିତ ସମ୍ପୃକ୍ତ ଥିବା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏଯାବତ୍‌ ୫ଜଣଙ୍କୁ ଗିରଫ କରିସାରିଲାଣି।

ଜେରା ପରେ ସେପ୍ଟେମ୍ବର ୨୭ ତାରିଖ ଦିନ ମଦ ବ୍ୟବସାୟୀ ସୀମର ମାହାନ୍ଦ୍ରୁଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା। ଏହି ମାମଲାରେ ଆର୍ଥିକ ତଦନ୍ତକାରୀ ସଂସ୍ଥାନ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଏପର୍ଯ୍ୟନ୍ତ ୧୬୯ଟି ତଲାସ ଅଭିଯାନ କରିସାରିଲାଣି। ଦିଲ୍ଲୀର ଉପରାଜ୍ୟପାଳଙ୍କ ସୁପାରିସକ୍ରମେ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ‘ସିବିଆଇ’କୁ ହସ୍ତାନ୍ତର କରାଯାଇଥିଲା। ଆର୍ଥିକ ଦୁର୍ନୀତି ହୋଇଥିବାରୁ ‘ସିବିଆଇ’ ନିର୍ଦେଶକ୍ରମେ ପ୍ରବର୍ତ୍ତନ ନିର୍ଦେଶାଳୟ ଉପରୋକ୍ତ ମାମଲାରେ ଚଢ଼ଉ ଅଭିଯାନ ଓ ଗିରଫଦାରି ଜାରି ରଖିଛି।

Advertisment

ପୂର୍ବରୁ ‘ସିବିଆଇ’ ଅଭିଯୋଗ କରିଥିଲା ଯେ, ଅମିତ ଅରୋରା, ଦିନଶେ ଅରୋରା ଏବଂ ଅର୍ଜୁନ ପାଣ୍ଡେ ହେଉଛନ୍ତି ସିସୋଦିଆଙ୍କର ଘନିଷ୍ଠ ସହଯୋଗୀ। ଅଭିଯୁକ୍ତ ସରକାରୀ ଅଧିକାରୀଙ୍କ ପାଇଁ ସେମାନେ ମଦ ଲାଇସେନ୍‌ସ୍‌ରୁ ପ୍ରାପ୍ତ ଲାଞ୍ଚ ଅର୍ଥରାଶି ପରିଚାଳନା କରୁଥିଲେ।

ସୂଚନାଯୋଗ୍ୟ, ‘ସିବିଆଇ’ର ‘ଏଫ୍‌ଆଇଆର୍‌’ରେ ନାମ ଥିଲେ ବି ତଦନ୍ତର ୬୦ ଦିନ ମଧ୍ୟର ଦାଖଲ କରାଯାଇଥିବା ‘ସିବିଆଇ’ ଚାର୍ଜସିଟ୍‌ରେ ମନ୍ତ୍ରୀ ‌ସିସୋଦିଆଙ୍କର ନାଁ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe