Advertisment

୯ ଘଣ୍ଟାର ଜେରା ପରେ ବାହାରିଲେ ସିସୋଦିଆ, ଆଣିଲେ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ସିବିଆଇ ପ୍ରାୟ ୯ ଘଣ୍ଟା କାଳ ଜେରା କରିଛି। ୯ ଘଣ୍ଟାର ଜେରା ପରେ ସିସୋଦିଆ ସିବିଆଇ ମୁଖ୍ୟାଳୟରୁ ବାହାରିବା ପରେ ଆପ୍‌ର କର୍ମକର୍ତ୍ତା ଆଶ୍ୱସ୍ତ ହୋଇଛନ୍ତି। କାରଣ ଆଜି ସିବିଆଇ ସିସୋଦିଆଙ୍କୁ ଗିରଫ କରିବ ବୋଲି ଆପ୍‌ ଅଭିଯୋଗ କରି ବିକ୍ଷୋଭ କରିଥିଲା। ବିକ୍ଷୋଭ ସମୟରେ ପୁଲିସ୍‌ ସହ ଆପ କାର୍ଯ୍ୟକର୍ତ୍ତାଙ୍କ ବେଶ ଧସ୍ତାଧସ୍ତି ବି ହୋଇଥିଲା। ତେବେ ସିସୋଦିଆ […]

ତୁମକୁ ପରିଣାମ ଭୋଗିବାକୁ ପଡ଼ିବ: ସିସୋଦିଆଙ୍କୁ ଚେତାବନୀ ଦେଲେ ସୁପ୍ରିମକୋର୍ଟ

sisodia

Advertisment

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ସିବିଆଇ ପ୍ରାୟ ୯ ଘଣ୍ଟା କାଳ ଜେରା କରିଛି। ୯ ଘଣ୍ଟାର ଜେରା ପରେ ସିସୋଦିଆ ସିବିଆଇ ମୁଖ୍ୟାଳୟରୁ ବାହାରିବା ପରେ ଆପ୍‌ର କର୍ମକର୍ତ୍ତା ଆଶ୍ୱସ୍ତ ହୋଇଛନ୍ତି। କାରଣ ଆଜି ସିବିଆଇ ସିସୋଦିଆଙ୍କୁ ଗିରଫ କରିବ ବୋଲି ଆପ୍‌ ଅଭିଯୋଗ କରି ବିକ୍ଷୋଭ କରିଥିଲା।

Advertisment

ବିକ୍ଷୋଭ ସମୟରେ ପୁଲିସ୍‌ ସହ ଆପ କାର୍ଯ୍ୟକର୍ତ୍ତାଙ୍କ ବେଶ ଧସ୍ତାଧସ୍ତି ବି ହୋଇଥିଲା। ତେବେ ସିସୋଦିଆ ୯ ଘଣ୍ଟାର ଜେରା ପରେ ବାହାରିଥିବା ବେଳେ ଦ୍ୱିତୀୟ ଥର ପାଇଁ ମଧ୍ୟ ସିବିଆଇ ତାଙ୍କୁ ସମନ କରିନାହିଁ।

ସିବିଆଇ ଅଫିସରୁ ବାହାରିବା ପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସିସୋଦିଆ। ସେ କହିଛନ୍ତି, “ମୋତେ ଆପ୍‌ ଛାଡ଼ିବାକୁ କୁହାଯାଉଛି। ଅନ୍ୟଥା ମୋ ନାଁରେ ଥିବା ମିଥ୍ୟା କେସ୍‌ ଜାରି ରହିବ। ଏପରି କି ମୋତେ ମୁଖ୍ୟମନ୍ତ୍ରୀ ଚୌକିର ଲୋଭ ମଧ୍ୟ ଦେଖାଯାଇଛି। କିନ୍ତୁ ମୁଁ ଏହି ଅଫରକୁ ଅଗ୍ରାହ୍ୟ କରି ଦେଇଛି। ମୋ ନାଁରେ ଥିବା କେସ୍‌ରେ କୌଣସି ସତ୍ୟତା ନାହିଁ।

Advertisment

ମୁଁ ସେମାନଙ୍କୁ କହିଛି ଯେ ଜଣେ ରିକ୍ସା ଚାଳକଙ୍କ ପୁଅ ଯେତେବେଳେ ଆଇଆଇଟି ପାଆନ୍ତି, ମୁଁ ବହୁତ ଖୁସି ହୁଏ। ମୁଁ ଏଠାକୁ ଶିକ୍ଷାର ବିକାଶ ପାଇଁ ଆସିଛି। ଆମେ କେବେ ହେଲେ ଅପରେସନ ପଦ୍ମର ଚାପରେ ନଇଁବୁ ନାହିଁ। ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ମୁଁ ଆପ୍ ଛାଡ଼ିବି ନାହିଁ। ଇଡି, ସିବିଆଇ କିମ୍ବା କୌଣସି ଏଜେନ୍ସିର ଜେଲ ମୋତେ ଅଟକାଇ ପାରିବ ନାହିଁ।”

ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ଗତବର୍ଷ ନୂଆ ଅବକାରୀ ନୀତି ଲାଗୁ କରିଥିଲେ। ତେବେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଆଶଙ୍କା କରି ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ସିବିଆଇ ତଦନ୍ତର ସୁପାରିସ କରିଥିଲେ। ଏହି ଘଟଣାରେ ୧୧ ଜଣ ଅବକାରୀ ଅଧିକାରୀଙ୍କୁ ମଧ୍ୟ ସେ ନିଲମ୍ବିତ କରିଥିଲେ।

ସିବିଆଇ ଏଫଆଇଆର ରୁଜୁ କରି ତଦନ୍ତ କରୁଥିବା ବେଳେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୋଲି ସିବିଆଇ ଓ ଇଡି ସେମାନଙ୍କ ଏଫଆଇଆରରେ କହିଛନ୍ତି। କିନ୍ତୁ ଏଯାଏ ତାଙ୍କ ବିରୋଧରେ କୌଣସି ପ୍ରକାରର ପ୍ରମାଣ ମିଳିନାହିଁ।

ଗତବର୍ଷ ନଭେମ୍ବର ୧୭ରେ ଆପ୍‌ ସରକାର ନୂଆ ଅବକାରୀ ନୀତି ଲାଗୁ କରିଥିଲେ। ହେଲେ ବିବାଦ ଯୋଗୁ ଚଳିତ ବର୍ଷ ଜୁଲାଇ ମାସ ଶେଷ ଭାଗରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe