Advertisment

କରୋନା ମୁକାବିଲା ପାଇଁ ମୋଦିଙ୍କୁ ଫର୍ମୁଲା ଦେଲେ ମନମୋହନ

ନୂଆଦିଲ୍ଲୀ: ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସ୍ଥିତି ଏମିତି ଯେ କରୋନାରେ ସର୍ବାଧିକ ପ୍ରଭାବିତ ଦେଶ ଆମେରିକା ତୁଳନାରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ଅଧିକ ହେବାରେ ଲାଗିଛି। ଏଭଳି ସ୍ଥିତି ପାଇଁ କଂଗ୍ରେସ ପ୍ରେସ କନଫରେନସ କରି ଗତକାଲି କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିଲା। ଏବେ କୋଭିଡ୍ ମୁକାବିଲା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ଯେଉଁଥିରେ ଟିକାକରଣକୁ ବଢ଼ାଇବାକୁ ସେ […]

ଅଦ୍ୟତନ ହୋଇଛି
କରୋନା ମୁକାବିଲା ପାଇଁ ମୋଦିଙ୍କୁ ଫର୍ମୁଲା ଦେଲେ ମନମୋହନ

manmohan singh

Advertisment

ନୂଆଦିଲ୍ଲୀ: ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସ୍ଥିତି ଏମିତି ଯେ କରୋନାରେ ସର୍ବାଧିକ ପ୍ରଭାବିତ ଦେଶ ଆମେରିକା ତୁଳନାରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ଅଧିକ ହେବାରେ ଲାଗିଛି। ଏଭଳି ସ୍ଥିତି ପାଇଁ କଂଗ୍ରେସ ପ୍ରେସ କନଫରେନସ କରି ଗତକାଲି କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିଲା। ଏବେ କୋଭିଡ୍ ମୁକାବିଲା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ଯେଉଁଥିରେ ଟିକାକରଣକୁ ବଢ଼ାଇବାକୁ ସେ ପରାମର୍ଶ ଦେଇଛନ୍ତି। କେତେ ଜଣ ଟିକା ନେଇଛନ୍ତି ସେ ବାବଦରେ ଗୁରୁତ୍ୱ ଦେବା ପରିବର୍ତ୍ତେ କେତେ ପ୍ରତିଶତ ଟିକାକରଣ ହୋଇଛି ସେ ନେଇ ଗୁରୁତ୍ୱ ଦେବା ଦରକାର ବୋଲି ମନମୋହନ ସିଂହ କହିଛନ୍ତି।

Advertisment

କରୋନା ମହାମାରୀ ପାଇଁ ଅନେକ ଲୋକ ଜୀବିକା ହରାଇଛନ୍ତି। ଅନେକ ଲୋକଙ୍କୁ ଦାରିଦ୍ର୍ୟ ଭିତରକୁ ମଧ୍ୟ ଏହି ମହାମାରୀ ଠେଲି ଦେଇଛି। ଏବେ ଦ୍ୱିତୀୟ ଲହର ଆସିଛି ଯାହାକି ପୂର୍ବ ଅପେକ୍ଷା ଅଧିକ ପ୍ରଭାବଶାଳୀ। ଏବେ ଲୋକମାନେ ଏହି ମହାମାରୀରୁ କେବେ ରକ୍ଷା ପାଇବେ ବୋଲି ପଚାରୁଛନ୍ତି। ତେଣୁ ଏହାର ମୁକାବିଲା ପାଇଁ ଆମକୁ ଅନେକ ପଦକ୍ଷେପ ନେବାକୁ ହେବ। କିନ୍ତୁ ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ତୀବ୍ର କରିବାକୁ ହେବ। ଯାହାକି ମୋଟ୍ ପ୍ରୟାସର ଏକ ବଡ଼ ଅଂଶ ହେବ।

https://twitter.com/ANI/status/1383720614804934657?s=20

ସେ କହିଛନ୍ତି ଯେ ପ୍ରଥମେ କେନ୍ଦ୍ର ଆସନ୍ତା ମାସ ପାଇଁ ଟିକା ଅର୍ଡର କରିବା ଆବଶ୍ୟକ। ରାଜ୍ୟ ଗୁଡିକ ମଧ୍ୟରେ ଟିକା କିପରି ବଣ୍ଟାଯିବ ସେ ବିଷୟରେ ରାଜ୍ୟ ସରକାର ସହ କେନ୍ଦ୍ର ସରକାର ଆଲୋଚନା କରିବା ଦରକାର। ଦେଶରେ ଟିକାକରଣ ଏକ ଟାର୍ଗେଟ ଆଧାରରେ ହେବା ଦରକାର। ତେଣୁ ଏହି ଟାର୍ଗେଟ ପୂରଣ କରିବାକୁ ହେଲେ ଆଗୁଆ ଅର୍ଡର କରିବାକୁ ହେବ। ଏଭଳି ହେଲେ ଅନେକଙ୍କୁ କୋଭିଡ ସଂକ୍ରମଣରୁ ଦୂରେଇ ରଖାଯାଇପାରିବ। ପ୍ରଧାନମନ୍ତ୍ରୀ ତାଙ୍କ ପରାମର୍ଶକୁ ଗ୍ରହଣ କରି କାର୍ଯ୍ୟକାରୀ କରିବେ ବୋଲି ମନମୋହନ ସିଂହ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe