ହିଜାବ ବିବାଦ: କ୍ଲାସ କରିବାକୁ ଆସୁନାହାନ୍ତି ଅନେକ ପିଲା, ଦେଲେନି ପରୀକ୍ଷା

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ଦେଖାଯାଇଥିବା ହିଜାବ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ସମସ୍ତ ଧର୍ମୀୟ ସଙ୍କେତ ଉପରେ ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଥିଲେ ହେଁ ଅନେକ ମୁସଲିମ ଛାତ୍ରୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଶିକ୍ଷାନୁଷ୍ଠାନରେ ହିଜାବ ପରିଧାନ ପାଇଁ ଅନୁମତି ମିଳୁ ନଥିବାରୁ ଅନେକ ପିଲା କ୍ଲାସ ବର୍ଜନ କରିଛନ୍ତି। ଏଥିସହ ହିଜାବ ଯୋଗୁ ଅନେକ ପିଲା ପ୍ରାଟିକାଲ ପରୀକ୍ଷା ମଧ୍ୟ ଦେଇନାହାନ୍ତି। ବିବାଦ ଲାଗି ରହିଥିଲେ ମଧ୍ୟ ଏଯାଏ କୌଣସି ବି ସ୍ଥାନରେ […]

Hijab

Hijab

Hemant Lenka
  • Published: Friday, 18 February 2022
  • Updated: 18 February 2022, 11:16 AM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ଦେଖାଯାଇଥିବା ହିଜାବ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ସମସ୍ତ ଧର୍ମୀୟ ସଙ୍କେତ ଉପରେ ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଥିଲେ ହେଁ ଅନେକ ମୁସଲିମ ଛାତ୍ରୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଶିକ୍ଷାନୁଷ୍ଠାନରେ ହିଜାବ ପରିଧାନ ପାଇଁ ଅନୁମତି ମିଳୁ ନଥିବାରୁ ଅନେକ ପିଲା କ୍ଲାସ ବର୍ଜନ କରିଛନ୍ତି। ଏଥିସହ ହିଜାବ ଯୋଗୁ ଅନେକ ପିଲା ପ୍ରାଟିକାଲ ପରୀକ୍ଷା ମଧ୍ୟ ଦେଇନାହାନ୍ତି। ବିବାଦ ଲାଗି ରହିଥିଲେ ମଧ୍ୟ ଏଯାଏ କୌଣସି ବି ସ୍ଥାନରେ ବଡ଼ଧରଣର ଅଘଟଣ ଘଟିନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର କର୍ଣ୍ଣାଟକାର ବେଲାଗାଭିରେ ଥିବା ପାରାମେଡିକାଲ କଲେଜରେ ହାଇଡ୍ରାମା ଦେଖିବାକୁ ମିଳିଛି। କଲେଜ କର୍ତ୍ତୃପକ୍ଷ ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ କ୍ଲାସ କରିବାକୁ ଅନୁମତି ଦେଇନାହାନ୍ତି। ବିଜୟା ଇନଷ୍ଟିଚ୍ୟୁଟ ଅଫ ପରାମେଡିକାଲ ସାଇସେନ୍ସ ସମସ୍ତ ପ୍ରକାରର ହେଡସ୍କାର୍ଭସକୁ ବ୍ୟାନ କରିଛି।

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କେବଳ ସ୍କୁଲ ଓ ପ୍ରି ୟୁନିଭର୍ସିଟିରେ ସୀମିତ ଥିବା ବେଳେ ପାରାମେଡିକାଲ କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁଠି ଡ୍ରେସ କୋଡର ନିୟମ ରହିଛି, ସେଠାରେ ହିଜାବ କିମ୍ବା ଅନ୍ୟ କୌଣସି ଧାର୍ମିକ ସଙ୍କେତ ପୋଷାକ ପିନ୍ଧିବାକୁ ହାଇକୋର୍ଟ ବାରଣ କରିଥିଲେ।

ଗୁରୁବାର ବିଜୟା ଇନଷ୍ଟିଚ୍ୟୁଟ ଅଫ ପରାମେଡିକାଲ ସାଇସେନ୍ସର କର୍ତ୍ତୃପକ୍ଷ ପିଲାମାନଙ୍କୁ ହେଡସ୍କାର୍ଭ ଖୋଲି ଗେଟ୍ ଭିତରେ ପଶିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ଶିକ୍ଷାର୍ଥୀ ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ମହୀଶୂର ସ୍ଥିତି ପ୍ରି ୟୁନିଭର୍ସିଟିରେ ୨୯୩ ଜଣ ମୁସଲିମ ଶିକ୍ଷାର୍ଥୀ କ୍ଲାସ ଆସି ନାହାନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେମାନେ କ୍ଲାସ କରିବାକୁ ଆସିବେ ବୋଲି କହିଛନ୍ତି।

କୋଡାଗୁରେ ମଧ୍ୟ ହିଜାବ ବିନା ୩୦ ଜଣ ଛାତ୍ରୀ କ୍ଲାସ କରିବାକୁ ମନା କରିଦେଇଛନ୍ତି। ଉପକୂଳ ଅଞ୍ଚଳରେ ଥିବା ବିଭିନ୍ନ କଲେଜରେ ଅନୁଷ୍ଠିତ ହେଉଥିବା ପ୍ରାଟିକାଲ ପରୀକ୍ଷାରେ ହିଜାବ ଯୋଗୁ ଶତାଧିକ ପିଲା ଏହାକୁ ମିସ୍‌ କରିଛନ୍ତି। ଏହାକୁ ନେଇ ବିବାଦ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story