Advertisment

୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ କେତକୀ

ମୁମ୍ବାଇ: ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନ ମନ୍ତବ୍ୟ ପୋଷ୍ଟ କରି ଗିରଫ ହୋଇଥିବା ମରାଠି ଅଭିନେତ୍ରୀ କେତକୀ ଚିତଲେ ୧୪ ଦିନିଆ ବିଚାରବିଭାଗୀୟ ବିଭାଗ ହାଜତକୁ ପଠାଇ ଦିଆଯାଇଛି। ବୁଧବାର ଥାଣେ କୋର୍ଟ କେତକୀଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି। ତେବେ କେତକୀଙ୍କ ଓକିଲ ଘନଶ୍ୟମା ଉପାଧ୍ୟାୟ କୋର୍ଟରେ ଏକ ବେଲ ପିଟିସନ୍‌ ଫାଇଲ କରିଛନ୍ତି। ଅଭିନେତ୍ରୀଙ୍କ ଗିରଫ ଏକ ରାଜନୈତିକ ଚକ୍ରାନ୍ତ ବୋଲି ଘନଶ୍ୟାମ ଉପାଧ୍ୟାୟ ଅଭିଯୋଗ କରିଛନ୍ତି । ଗତ ସପ୍ତାହରେ […]

author-image
Tapas Behera
ଅଦ୍ୟତନ ହୋଇଛି
୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ କେତକୀ

ncp

ମୁମ୍ବାଇ: ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନ ମନ୍ତବ୍ୟ ପୋଷ୍ଟ କରି ଗିରଫ ହୋଇଥିବା ମରାଠି ଅଭିନେତ୍ରୀ କେତକୀ ଚିତଲେ ୧୪ ଦିନିଆ ବିଚାରବିଭାଗୀୟ ବିଭାଗ ହାଜତକୁ ପଠାଇ ଦିଆଯାଇଛି। ବୁଧବାର ଥାଣେ କୋର୍ଟ କେତକୀଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି। ତେବେ କେତକୀଙ୍କ ଓକିଲ ଘନଶ୍ୟମା ଉପାଧ୍ୟାୟ କୋର୍ଟରେ ଏକ ବେଲ ପିଟିସନ୍‌ ଫାଇଲ କରିଛନ୍ତି। ଅଭିନେତ୍ରୀଙ୍କ ଗିରଫ ଏକ ରାଜନୈତିକ ଚକ୍ରାନ୍ତ ବୋଲି ଘନଶ୍ୟାମ ଉପାଧ୍ୟାୟ ଅଭିଯୋଗ କରିଛନ୍ତି । ଗତ ସପ୍ତାହରେ ପୁଲିସ ହେପାଜତରରେ ଥିଲେ କେତକୀ।

Advertisment

ଚିତଲେଙ୍କ ବିରୋଧରେ ଧାରା ୫୦୫(୨)( ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଉଦ୍ରେକାରୀ ମନ୍ତବ୍ୟ।),  ୧୫୩(ଏ) ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶାନ୍ତି ଭଙ୍ଗ ଭଳି ସଙ୍ଗୀନ ଦଫା ଲାଗିଛି।  ଥାଣେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ଦଫା ଲଗାଯାଇଥିବା ବେଳେ ଏଥିରେ ଗୁରୁତର ତ୍ରୁଟି ରହିଛି ବୋଲି ଆବେଦନରେ ଦର୍ଶାଯାଇଛି। ଚିତଲେଙ୍କ ମନ୍ତବ୍ୟକୁ ନେଇ ତାଙ୍କ ଓକିଲ ଘନଶ୍ୟାମ ଉପାଧ୍ୟାୟ କହିଛନ୍ତି ବେଶୀରୁ ବେଶୀ ଏହି ମାମାଲାରେ ଜଣକ ବିରୋଧରେ ମାନହାନି ମାମଲା ରୁଜୁ ହୋଇପାରିବ । କିନ୍ତୁ ଏଭଳି ଗିରଫ ସମ୍ପୂର୍ଣ୍ଣ ରାଜନୀତିକ ବୋଲି ସେ ଅଭଯୋଗ କରିଛନ୍ତି ।

ଦଫା ୫୦୫ ଏକ ଗୁରୁତର ଦଫା। ପୁଲିସ ଏହା ଜାଣିଶୁଣି ତାଙ୍କ ବିରୋଧରେ ଲଗାଇଛି।  କେତକୀଙ୍କ ବିରୋଧରେ ମହାରାଷ୍ଟ୍ରର ଥାନେରେ ଏକ ଏଫଆଇଆର ପଞ୍ଜୀକୃତ ହେବା ସହ ଦଳର ନେତାମାନେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କେତକୀ ତାଙ୍କ ପୋଷ୍ଟରେ ଶରଦ ପାଓ୍ଵାରଙ୍କୁ ସମାଲୋଚନା କରିଥିବା ଅଭିଯୋଗ ହୋଇଛି। ଏନ୍‌ସିପି ନେତା ସ୍ୱପ୍ନିଲ ନେଟକେଙ୍କ ଅଭିଯୋଗ ଆଧାରରେ ଗତ ଶନିବାର ଥାନେର କାଲୱା ପୁଲିସ ଷ୍ଟେସନରେ ଚୈତେଳେଙ୍କ ବିରୋଧରେ ଏଫ୍‌ଆଇଆର ପଞ୍ଜୀକୃତ ହୋଇଥିଲା।  ଚୈତାଳେ ତାଙ୍କ ସୋଶାଲ ମିଡିଆ ପୋଷ୍ଟରେ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ବଦନାମ କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ପୁଲିସ ଚୈତାଳେଙ୍କୁ ଗିରଫ କରିଥିଲା।

Advertisment
Maharashtra Govt Sharad Pawar