Advertisment

୧୨୨ ବର୍ଷର ରେକର୍ଡ଼ ଭାଙ୍ଗିଲା ତାତି

ନୂଆଦିଲ୍ଲୀ: ଏଭଳି ତାତି କେବେ ଅନୁଭବ ହୋଇ ନଥିଲା । ମାର୍ଚ୍ଚ ମାସରେ ଅସମ୍ଭାଳ ଗରମ। ପ୍ରବଳ ଗୁଳୁଗୁଳି ଓ ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଯାହାକି ପଲ୍ଲୀରୁ ଦିଲ୍ଲୀ ଅନୁଭୂତ ହେଉଛି। ଏମିତିକି ଚଳିତ ମାର୍ଚ୍ଚ ମାସ ସବୁଠୁ ଉତ୍ତପ୍ତ ଭାବେ ପରିଗଣିତ ହୋଇଛି।  ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଚଳିତ ମାର୍ଚ୍ଚ ମାସ ୧୨୨ ବର୍ଷର ରେକର୍ଡ଼ ଭାଙ୍ଗିଛି। ୧୯୦୧ ପରଠାରୁ ମାର୍ଚ୍ଚ ମାସରେ କେବେ ଏଭଳି ଗରମ ଅନୁଭୂତ ହୋଇନଥିଲା। […]

author-image
Tapas Behera
ଅଦ୍ୟତନ ହୋଇଛି
ପାରଦ ଡେଇଁଲା ୪୦ ଡିଗ୍ରୀ, ତାତିଲା ଟିଟିଲାଗଡ଼

Temperature-crosses-40-degree-Celsius-mark-in-6-places

ନୂଆଦିଲ୍ଲୀ: ଏଭଳି ତାତି କେବେ ଅନୁଭବ ହୋଇ ନଥିଲା । ମାର୍ଚ୍ଚ ମାସରେ ଅସମ୍ଭାଳ ଗରମ। ପ୍ରବଳ ଗୁଳୁଗୁଳି ଓ ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଯାହାକି ପଲ୍ଲୀରୁ ଦିଲ୍ଲୀ ଅନୁଭୂତ ହେଉଛି। ଏମିତିକି ଚଳିତ ମାର୍ଚ୍ଚ ମାସ ସବୁଠୁ ଉତ୍ତପ୍ତ ଭାବେ ପରିଗଣିତ ହୋଇଛି।  ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଚଳିତ ମାର୍ଚ୍ଚ ମାସ ୧୨୨ ବର୍ଷର ରେକର୍ଡ଼ ଭାଙ୍ଗିଛି। ୧୯୦୧ ପରଠାରୁ ମାର୍ଚ୍ଚ ମାସରେ କେବେ ଏଭଳି ଗରମ ଅନୁଭୂତ ହୋଇନଥିଲା।

Advertisment

ଚଳିତ ମାର୍ଚ୍ଚ ମାସରେ ଆଭରେଜ୍‌ ତାପମାତ୍ରା ୩୩.୧ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ଉତ୍ତର-ପଶ୍ଚିମରୁ ଉତ୍ତପ୍ତ ବାୟୁ ପ୍ରବାହିତ ହେଉଥିବରୁ ଦେଶର ପାରଦ ବୃଦ୍ଧି ପାଇଛି। ଦେଶର ରାଜଧାନୀ ଦିଲ୍ଲୀ ସବୁଠରୁ ଉତ୍ତପ୍ତ ସହର ପାଲଟିଛି।

ଗୁରୁବାର ଦିଲ୍ଲୀର ଅନେକ ଅଞ୍ଚଳରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ତେବେ ଆଗକୁ ହିଟ୍‌ ୱେଭ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମୁଖ୍ୟତଃ ଏପ୍ରିଲ ୩ରୁ ୬ ମଧ୍ୟରେ ଉତ୍କଟ ଗରମ ଅନୁଭୂତ  ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ ଲୋକମାନଙ୍କୁ ସତର୍କ କରାଯାଇଛି। ବେଶୀ ଖରାରେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି।

Advertisment
Heat Wave