/odisha-reporter/media/post_attachments/uploads/2022/05/tata-steel-plant-blast.jpg)
tata-steel-plant-blast
ରାଞ୍ଚି: ଟାଟା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ। ଜାମଶେଦପୁର ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଆଜି ସକାଳେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଦୁଇ ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି।
ସେପଟେ ବିସ୍ଫୋରଣ ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ପ୍ଲାଣ୍ଟରେ ନିଆଁ ଲାଗିବା ଏବଂ ଗ୍ୟାସ୍ ଲିକ୍ ହେବା ପରେ କର୍ମଚାରୀଙ୍କୁ ତୁରନ୍ତୁ ସୁରକ୍ଷିତ ଭାବେ ପ୍ଲାଣ୍ଟରୁ ବାହାର କରାଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଏକାଧିକ ଦମକଳ ଗାଡି ପହଞ୍ଚିଛି।
ଆଇଏମଏମଏମ କୋକ୍ ପ୍ଲାଣ୍ଟର ବ୍ୟାଟେରୀ ନମ୍ବର ୬ ଏବଂ ୭ରେ ଏହି ବିସ୍ଫୋରଣ ହୋଇଛି। ତେବେ କେଉଁ କାରଣ ଯୋଗୁ ବିସ୍ଫୋରଣ ଘଟିଥିଲା ସେ ନେଇ କିଛି ସୂଚନା ମିଳିନାହିଁ। ନିଆଁ ଲିଭାଇବା କାମ ଜାରି ରହିଥିବା ବେଳେ ପୂରା ଅଞ୍ଚଳକୁ ବ୍ୟାରିକେଡ କରାଯାଇଛି। ଗୁରୁତର ଦୁଇ ଶ୍ରମିକଙ୍କୁ ଟିଏମ୍ଏଚ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ରିପୋର୍ଟ ଲେଖାଯିବା ଯାଏଁ ପ୍ଲାଣ୍ଟରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇପାରିନାହିଁ।
ସେଠାକାର ଜଣେ କର୍ମଚାରୀଙ୍କ କହିବା ମୁତାବକ, ପ୍ରଥମେ ଏକ ବିସ୍ଫୋରଣ ଘଟିଥିଲା ଏହା ପରେ କିଛି ଶ୍ରମିକମାନେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁ କର୍ମଚାରୀଙ୍କ ଛାତରେ ଯନ୍ତ୍ରଣା ହୋଇଥିଲା। ସେହି କର୍ମଚାରୀଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
https://twitter.com/ANI/status/1522865554876694529?s=20&t=JGAGoj6RCVZZIe9RdrNs0A
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
