Advertisment

ବାହାଘର ପାଇଁ ବିଜ୍ଞାପନ: ସଫ୍ଟୱେୟାର ଇଞ୍ଜିନିୟରମାନେ କଲ୍‌ କରିବା ମନା

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ପେପରରେ ଦିଆଯାଇଥିବା ଗୋଟିଏ ବାହାଘର ବିଜ୍ଞାପନ। ନିଜ ଝିଅ ପାଇଁ ପରିବାର ଲୋକ ଉପଯୁକ୍ତ ବର ପାଇବାକୁ ବିଜ୍ଞାପନ ଦେଇଛନ୍ତି। ହେଲେ ଏଥିରେ ବିଶେଷ ଭାବେ ସଫ୍ଟୱେୟାର ଇଞ୍ଜିନିୟର ବର ଘର ଲୋକ ଚାହୁଁ ନଥିବା ଉଲ୍ଲେଖ କରିଛନ୍ତି। ସଫ୍ଟୱେୟାର ଇଞ୍ଜିନିୟରମାନେ ଦୟା କରି ବାହାଘର ପାଇଁ କଲ୍‌ କରନ୍ତୁ ନାହିଁ ବୋଲି ବିଜ୍ଞାପନରେ ସ୍ପଷ୍ଟ ଭାବେ ଝିଅ ଘର ଲୋକ କହିଛନ୍ତି। ଏହି ବିଜ୍ଞାପନର କଟିଂକୁ ବ୍ୟବସାୟୀ […]

author-image
Hemant Lenka
ଅଦ୍ୟତନ ହୋଇଛି
ବାହାଘର ପାଇଁ ବିଜ୍ଞାପନ: ସଫ୍ଟୱେୟାର ଇଞ୍ଜିନିୟରମାନେ କଲ୍‌ କରିବା ମନା

ad

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ପେପରରେ ଦିଆଯାଇଥିବା ଗୋଟିଏ ବାହାଘର ବିଜ୍ଞାପନ। ନିଜ ଝିଅ ପାଇଁ ପରିବାର ଲୋକ ଉପଯୁକ୍ତ ବର ପାଇବାକୁ ବିଜ୍ଞାପନ ଦେଇଛନ୍ତି। ହେଲେ ଏଥିରେ ବିଶେଷ ଭାବେ ସଫ୍ଟୱେୟାର ଇଞ୍ଜିନିୟର ବର ଘର ଲୋକ ଚାହୁଁ ନଥିବା ଉଲ୍ଲେଖ କରିଛନ୍ତି।

Advertisment

ସଫ୍ଟୱେୟାର ଇଞ୍ଜିନିୟରମାନେ ଦୟା କରି ବାହାଘର ପାଇଁ କଲ୍‌ କରନ୍ତୁ ନାହିଁ ବୋଲି ବିଜ୍ଞାପନରେ ସ୍ପଷ୍ଟ ଭାବେ ଝିଅ ଘର ଲୋକ କହିଛନ୍ତି। ଏହି ବିଜ୍ଞାପନର କଟିଂକୁ ବ୍ୟବସାୟୀ ସମୀର ଅରୋରା ଟ୍ୱିଟ କରିଛନ୍ତି। ଏଥିସହ ଆଇଟିର ଭବିଷ୍ୟତ ଆଦୌ ଉଜ୍ଜ୍ୱଳ ନୁହେଁ ବୋଲି ସେ ନିଜ ପୋଷ୍ଟର ଶୀର୍ଷକରେ ଉଲ୍ଲେଖ କରିଛନ୍ତି।

Advertisment


ଭାଇରାଲ ହେଉଥିବା ବାହାଘର ବିଜ୍ଞାପନରେ ଜଣେ ୨୪ ବର୍ଷୀୟ ଏମବିଏ କରିଥିବା ଗୋରା ଓ ସୁନ୍ଦର ଝିଅ ପାଇଁ ବର ଖୋଜା ଯାଇଛି। ଝିଅର ଘର ଲୋକ ବ୍ୟବସାୟ କରନ୍ତି ଓ ସେମାନେ ବେଶ ଧନୀ। ସେମାନେ ନିଜ ଝିଅ ପାଇଁ ଖୋଜୁ ଥିବା ବର ନିଶ୍ଚିତ ଭାବେ ଆଇଏଏସ/ଆଇପିଏସ କିମ୍ବା କାର୍ଯ୍ୟରତ ଡାକ୍ତର (ପିଜି) କିମ୍ବା ଶିଳ୍ପପତି/ବ୍ୟବସାୟୀ ହୋଇଥିବା ଦରକାର।

ସେହିପରି ବର ସମାନ ହିନ୍ଦୁ ଧର୍ମର ହେବା ଉଚିତ। ବିଜ୍ଞାପନ ଶେଷ ଭାଗରେ ପରିବାର ଲୋକ ଉଲ୍ଲେଖ କରିଛନ୍ତି ଯେ “ସଫ୍ଟୱେୟାର ଇଞ୍ଜିନିୟର୍ସ ଦୟା କରି କଲ୍‌ କରନ୍ତୁ ନାହିଁ।” ଏହାର ଅର୍ଥ ସେମାନେ ନିଜ ଝିଅକୁ ଆଇଟି ପ୍ରଫେସନାଲଙ୍କ ସହ ବିବାହ କରାଇବାକୁ ଚାହୁଁନାହାନ୍ତି। ଏହି ପୋଷ୍ଟଟି ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନେକ ଲୋକ ମଜାଦାର କମେଣ୍ଟ ଦେବା ଆରମ୍ଭ କରିଛନ୍ତି।


ଜଣେ ଟ୍ୱିଟର ୟୁଜର୍ସ ଲେଖିଛନ୍ତି, “ଏହି ବିଜ୍ଞାପନକୁ ଦେଖନ୍ତୁ। ପୂରା ଦେଶର ଭବିଷ୍ୟତ ଆଦୌ ଭଲ ଦିଗରେ ଗତି କରୁନାହିଁ।” ଆଉ ଜଣେ ଲେଖିଛନ୍ତି, “ଆଇଟି ବିନା ଭବିଷ୍ୟତ ଆଦୌ ଉଜ୍ଜ୍ୱଳ ନୁହେଁ।”