Advertisment

ବନ୍ଧୁକ ଦେଖାଇ ନାଚିଲେ ଆପ୍ ଆଶାୟୀ ପ୍ରାର୍ଥୀ, ମାମଲା ରୁଜୁ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିର ବଢ଼ିବାରେ ଲାଗିଛି ଅଡୁଆ। ଆପ୍‌ର ଆଶାୟୀ ପ୍ରାର୍ଥୀ ଯୋଗିନ୍ଦର୍ ସିଂହ ଓରଫ୍ ବଣ୍ଟି ବିରୋଧରେ ଦିଲ୍ଲୀ ପୁଲିସ ଆର୍ମସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି। ବାସ୍ତବରେ ଗତକାଲି ଅର୍ଥାତ ନଭେମ୍ବର ୨୯ ତାରିଖରେ ଯୋଗିନ୍ଦର ଓରଫ ବଣ୍ଟିଙ୍କ ଏଭ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ସେ ହଳିଦିଆ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ବେଳେ ହାତରେ ବନ୍ଧୁକ ଧରି କ୍ୟାମେରାକୁ ଦେଖାଇ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ବନ୍ଧୁକ ଦେଖାଇ ନାଚିଲେ ଆପ୍ ଆଶାୟୀ ପ୍ରାର୍ଥୀ, ମାମଲା ରୁଜୁ

aap-candidate-waved-pistol

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିର ବଢ଼ିବାରେ ଲାଗିଛି ଅଡୁଆ। ଆପ୍‌ର ଆଶାୟୀ ପ୍ରାର୍ଥୀ ଯୋଗିନ୍ଦର୍ ସିଂହ ଓରଫ୍ ବଣ୍ଟି ବିରୋଧରେ ଦିଲ୍ଲୀ ପୁଲିସ ଆର୍ମସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି।

Advertisment

ବାସ୍ତବରେ ଗତକାଲି ଅର୍ଥାତ ନଭେମ୍ବର ୨୯ ତାରିଖରେ ଯୋଗିନ୍ଦର ଓରଫ ବଣ୍ଟିଙ୍କ ଏଭ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ସେ ହଳିଦିଆ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ବେଳେ ହାତରେ ବନ୍ଧୁକ ଧରି କ୍ୟାମେରାକୁ ଦେଖାଇ ନାଚୁଥିବା ନଜର ଆସିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଦିଲ୍ଲୀ ସ୍ୱରୂପ ନଗର ପୁଲିସ ଷ୍ଟେସନରେ ବଣ୍ଟି ବିରୋଧରେ ମାମଲା ରୁଜୁ ହୋଇଛି। ସେପଟେ ଏନେଇ ଆପ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଏଯାଏଁ ଆସିନାହିଁ।

https://twitter.com/ndtvindia/status/1597846686029991936?s=20&t=GVAmzhsmIjd43LOWVQe1uA

Advertisment

ତେବେ ଏହି ଭିଡିଓଟି କେବେ ତିଆରି ହୋଇଥିଲା ପୁଲିସ ସେ ନେଇ ତଦନ୍ତ ଜାରି ରଖିଛି। ଦିଲ୍ଲୀ ପୁଲିସ ଏପ୍ରସଙ୍ଗ ଟୁଇଟ୍ କରି କହିଛି, ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ବ୍ୟକ୍ତି ନାଚୁଥିବା ସମୟରେ ବନ୍ଧୁକ ଦେଖାୁଛନ୍ତି। ଏହି ଅଭିଯୁକ୍ତ ଜଣକ ଏମ୍‌ସିଡି ନିର୍ବାଚନରେ ଏକ ରାଜନୈତିକ ଦଳର ପ୍ରାର୍ଥୀ। ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଜୋଗିନ୍ଦର ସିଂହ ଓରଫ୍ ବଣ୍ଟି ୱାର୍ଡ ନମ୍ବର-୧୯ ସ୍ୱରୂପ ନଗରରୁ ଆମ୍ ଆଦ୍‌ମୀ ପାର୍ଟି ଟିକେଟ୍‌ରେ ଏମ୍‌ସିଡି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଠିଆ ହୋଇଛନ୍ତି। ଦିଲ୍ଲୀ ମହାନଗର ନିଗମର ୨୫୦ଟି ୱାର୍ଡ ପାଇଁ ଆସନ୍ତା ଡିସେମ୍ବର ୪ ତାରିଖରେ ଭୋଟିଂ ହେବ। ଏହି ନିର୍ବାଚନରେ ଆପ୍‌, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ।

https://twitter.com/DelhiPolice/status/1597795845008941057?s=20&t=t7f6osUxpOGOSYAFKYuUdw