Advertisment

ବିଶ୍ୱ ଋତୁସ୍ରାବ ପରିଛନ୍ନତା ଦିବସ: ମାନସିକତା ବଦଳୁ

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ଋତୁସ୍ରାବ ପରିଛନ୍ନତା ଦିବସ। ଋତୁସ୍ରାବ ସଂପର୍କରେ ସଚେତନତା ସୃଷ୍ଟି କରିବା, ସମାଜରେ ଥିବା କୁପ୍ରଥାକୁ ଦୂରେଇବା ଉଦ୍ଦେଶ୍ୟରେ ମେ ୨୮ ତାରିଖକୁ ବିଶ୍ୱ ଋତୁସ୍ରାବ ପରିଛନ୍ନତା ଦିବସ ଭାବେ ପାଳନ କରାଯାଉଛି। ଏହାଛଡ଼ା ଋତୁସ୍ରାବ ସଂପର୍କିତ ଉତ୍ପାଦଗୁଡ଼ିକୁ ସହଜରେ ପାଇପାରିବା ଓ ଋତୁସ୍ରାବ ସଂପର୍କରେ ଶିକ୍ଷା ଓ ମାସିକ ଧର୍ମ ଅନୁକୂଳ ସୁବିଧା ସଂପର୍କରେ ଜଣାଇବା ଉଦ୍ଦେଶ୍ୟରେ ଆଜିର ଦିବସ ପାଳନ କରାଯାଉଛି। କେବଳ ଏତିକି ନୁହେଁ, ବିଶ୍ୱରେ ଋତୁସ୍ରାବ ସଂପର୍କିତ […]

ବିଶ୍ୱ ଋତୁସ୍ରାବ ପରିଛନ୍ନତା ଦିବସ: ମାନସିକତା ବଦଳୁ

tddd

Advertisment

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ୱ ଋତୁସ୍ରାବ ପରିଛନ୍ନତା ଦିବସ। ଋତୁସ୍ରାବ ସଂପର୍କରେ ସଚେତନତା ସୃଷ୍ଟି କରିବା, ସମାଜରେ ଥିବା କୁପ୍ରଥାକୁ ଦୂରେଇବା ଉଦ୍ଦେଶ୍ୟରେ ମେ ୨୮ ତାରିଖକୁ ବିଶ୍ୱ ଋତୁସ୍ରାବ ପରିଛନ୍ନତା ଦିବସ ଭାବେ ପାଳନ କରାଯାଉଛି। ଏହାଛଡ଼ା ଋତୁସ୍ରାବ ସଂପର୍କିତ ଉତ୍ପାଦଗୁଡ଼ିକୁ ସହଜରେ ପାଇପାରିବା ଓ ଋତୁସ୍ରାବ ସଂପର୍କରେ ଶିକ୍ଷା ଓ ମାସିକ ଧର୍ମ ଅନୁକୂଳ ସୁବିଧା ସଂପର୍କରେ ଜଣାଇବା ଉଦ୍ଦେଶ୍ୟରେ ଆଜିର ଦିବସ ପାଳନ କରାଯାଉଛି।

Advertisment

କେବଳ ଏତିକି ନୁହେଁ, ବିଶ୍ୱରେ ଋତୁସ୍ରାବ ସଂପର୍କିତ ସଚେତନତା ସୃଷ୍ଟି ଲାଗି ପାଣ୍ଠି ଯୋଗାଡ଼ କରିବା ମଧ୍ୟ ଆଜିର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷ କରି ୨୦୩୦ ସୁଦ୍ଧା ଋତୁସ୍ରାବକୁ ନେଇ ଥିବା ସମସ୍ତ ସାମାଜିକ କୁପ୍ରଥା, ଚଳଣି, ଅନ୍ଧ ବିଶ୍ୱାସ ଓ ଭ୍ରାନ୍ତ ଧାରଣା ଦୂର କରିବା। ସମାଜରେ ଋତୁସ୍ରାବକୁ ସାଧାରଣ ଜୀବନଚର୍ଯ୍ୟା ଭାବେ ଯେପରି ଗ୍ରହଣ କରାଯାଇପାରିବ, ସେନେଇ ଏକ ପରିବେଶ ଗଠନ କରିବା ହେଉଛି ବିଶ୍ୱ ଋତୁସ୍ରାବ ପରିଛନ୍ନତା ଦିବସ ପାଳନର ଲକ୍ଷ୍ୟ। ଏଥରର ଥିମ୍ରହିଛି ଋତୁସ୍ରାବ 'ସ୍ୱଚ୍ଛତା ମୋ ଅଧିକାର'। ବିଶ୍ୱ ଋତୁସ୍ରାବ ପରିଛନ୍ନତା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମାଜରେ ଥିବା ପୁରୁଣା କାଳିଆ ଚଳଣି, ଋତୁସ୍ରାବକୁ ନେଇ ମାନସିକତା ଓ କୁପ୍ରଥା ଦୂର କରିବା।

ପୂର୍ବରୁ କିଶୋରୀ, ଯୁବତୀ ଓ ମହିଳାମାନେ ଋତୁସ୍ରାବ ସମୟରେ ପାରମ୍ପାରିକ ଭାବେ କପଡ଼ା ବ୍ୟବହାର କରୁଥିଲେ। ଆଉ ତାହାକୁ ରଖି ପର ମାସରେ ପୁଣି ବ୍ୟବହାର କରୁଥିଲେ। ଯାହା ଫଳରେ ସେମାନେ ବିଭିନ୍ନ ସମୟରେ ରୋଗରେ ଶିକାର ହେଉଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe