Advertisment

ସିଆରପିଏଫ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଲଓ୍ୱୟପୋରାରେ ସିଆରପିଏଫର ଏକ ଟିମ୍ ଯାଉଥିବା ବେଳେ ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏହି ଆକ୍ରମଣରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ତିନି ଜଣ ଯବାନ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ପୁଲିସ ଆଇଜି ବିଜୟ କୁମାର କହିଛନ୍ତି ଏହି ଆକ୍ରମଣ ପଛରେ ଲଶ୍କର-ଏ-ତୋଇବା ରହିଛି। ଶ୍ରୀନଗର ଜିଲ୍ଲାର ଲଓ୍ୱୟପୋରା ଦେଇ ସିଆରପିଏଫର ଏକ ଟିମ୍ ଯାଉଥିଲେ। ଏହି ସମୟରେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ସିଆରପିଏଫ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ

crpf

ଶ୍ରୀନଗର: ଜମ୍ମୁ କଶ୍ମୀରରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଲଓ୍ୱୟପୋରାରେ ସିଆରପିଏଫର ଏକ ଟିମ୍ ଯାଉଥିବା ବେଳେ ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏହି ଆକ୍ରମଣରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ତିନି ଜଣ ଯବାନ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ପୁଲିସ ଆଇଜି ବିଜୟ କୁମାର କହିଛନ୍ତି ଏହି ଆକ୍ରମଣ ପଛରେ ଲଶ୍କର-ଏ-ତୋଇବା ରହିଛି।

Advertisment

ଶ୍ରୀନଗର ଜିଲ୍ଲାର ଲଓ୍ୱୟପୋରା ଦେଇ ସିଆରପିଏଫର ଏକ ଟିମ୍ ଯାଉଥିଲେ। ଏହି ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଆତଙ୍କବାଦୀଙ୍କର ଗୋଟିଏ ଗ୍ରୁପ ଏହି ଆକ୍ରମଣ କରିଛି।

ଚାରି ଯବାନ ସେହି ଗାଡ଼ିରେ ଥିଲେ। ସମସ୍ତଙ୍କ ଶରୀରରେ ବନ୍ଧୁକ ଗୁଳି ବାଜିଛି। ଏହାପରେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ଆଉ ହସ୍ପିଟାଲରେ ପହଞ୍ଚିବା ପରେ ଜଣେ ଯବାନ ଆଖି ବୁଜିଥିଲେ। ଏବେ ତିନି ଯବାନ ଗୁରୁତର ଥିବା ଜଣାପଡ଼ିଛି। ଏବେ ଲଓ୍ୱୟପୋରା ଅଞ୍ଚଳକୁ ସୁରକ୍ଷା ବଳ ଟିମ୍ ସହିତ ପୁଲିସ ଟିମ୍ ଘେରିଯାଇ ସର୍ଚ୍ଚ ଅପେରସନ ଚଳାଇଥିବା ଜଣାପଡ଼ିଛି।

Advertisment

https://twitter.com/AHindinews/status/1375044180888547330?s=20

ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନ ଭାରତ ସହିତ ସମ୍ପର୍କ ଯୋଡ଼ିବା ପାଇଁ ଗୋଟି ଚଳାଇଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ବଢ଼ିଲେ କିଭଳି ଏସିଆରେ ଥିବା ଦେଶ ମାନଙ୍କ ସହ ଭାରତର ଲାଭ ହେବ ବୋଲି ପାକିସ୍ତାନ ସେନାର ପ୍ରମୁଖ ବାଜଓ୍ୱା କହିଥିଲେ। ହେଲେ ଏଥିପାଇଁ ଭାରତ ଏବଂ ପାକିସ୍ତାନ ଉଭୟ ଅତୀତକୁ ଭୁଲିବା ଦରକାର ବୋଲି ସେ କହିଥିଲେ। ପାକିସ୍ତାନ ସେନାର ପ୍ରମୁଖ କମର ଜାଭେଦ ବାଜଓ୍ୱା ଇଣ୍ଡୋ-ପାକ୍ ରିଲେସନ ବୈଠକରେ ଏହା କହିଥିଲେ।

ସେହିପରି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ସମାନ କଥା ଦୋହରାଇଥିଲେ। ଏହା ପୂର୍ବରୁ ଫେବୃଆରୀରେ ଭାରତ କହିଥିଲା ଆତଙ୍କବାଦ, ଶତ୍ରୁତା ଏବଂ ହିଂସା ମୁକ୍ତ ପରିବେଶରେ ପାକିସ୍ତାନ ସହ ଭାରତ ସମ୍ପର୍କ ରଖିବାକୁ ଚାହୁଁଛି। ଆତଙ୍କବାଦ ଉପସ୍ଥିତିରେ ଭାରତ କୌଣସି କଥାବାର୍ତ୍ତା କରିବ ନାହିଁ।

Jammu Kashmir