Advertisment

କ୍ୟାବିନେଟ ମନ୍ତ୍ରୀଙ୍କୁ ହାଜର ପାଇଁ ସମନ କଲା ଇଡି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ସକ୍ରିୟ ହୋଇ ଉଠିଛି କେନ୍ଦ୍ରୀୟ ତଦନ୍ତାକାରୀ ସଂସ୍ଥା ଇଡି। ନ୍ୟାଶନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧିଙ୍କୁ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଜେରା କରିଥିବା ଇଡି ଏବେ ମହାରାଷ୍ଟ୍ରର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଜେରା କରିବାକୁ ନୋଟିସ କରିଛି। ମନି ଲଣ୍ଡରିଂ ମାମଲାରେ ଇଡି ମନ୍ତ୍ରୀ ଅନୀଲ ପରବଙ୍କୁ ଜେରା କରିବାକୁ ଚାହିଁଛି। ଏଥିପାଇଁ ଶିବସେନାର ଏହି ନେତାଙ୍କୁ କାଲି ହାଜର ହେବାକୁ କୁହାଯାଇଛି। ଡାପୋଲିରେ ଥିବା ତାଙ୍କର […]

କ୍ୟାବିନେଟ ମନ୍ତ୍ରୀଙ୍କୁ ହାଜର ପାଇଁ ସମନ କଲା ଇଡି

anil

Advertisment

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ସକ୍ରିୟ ହୋଇ ଉଠିଛି କେନ୍ଦ୍ରୀୟ ତଦନ୍ତାକାରୀ ସଂସ୍ଥା ଇଡି। ନ୍ୟାଶନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧିଙ୍କୁ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଜେରା କରିଥିବା ଇଡି ଏବେ ମହାରାଷ୍ଟ୍ରର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଜେରା କରିବାକୁ ନୋଟିସ କରିଛି।

Advertisment

ମନି ଲଣ୍ଡରିଂ ମାମଲାରେ ଇଡି ମନ୍ତ୍ରୀ ଅନୀଲ ପରବଙ୍କୁ ଜେରା କରିବାକୁ ଚାହିଁଛି। ଏଥିପାଇଁ ଶିବସେନାର ଏହି ନେତାଙ୍କୁ କାଲି ହାଜର ହେବାକୁ କୁହାଯାଇଛି। ଡାପୋଲିରେ ଥିବା ତାଙ୍କର ଗୋଟିଏ ରିସୋର୍ଟ ମାମଲାରେ ହୋଇଥିବା ଆର୍ଥିକ କାରବାର ସମ୍ପର୍କରେ ଇଡି ଜାଣିବାକୁ ଚାହୁଁଛି। ଏହାପୂର୍ବରୁ ଅନୀଲଙ୍କ ନାଁରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏଥିସହ ତାଙ୍କ ଘର ସମେତ ଏକାଧିକ ସ୍ଥାନରେ ରେଡ୍‌ ମଧ୍ୟ କରିଥିଲା।

ବର୍ତ୍ତମାନ ମହାରାଷ୍ଟ୍ରର ପରିବହନ ମନ୍ତ୍ରୀ ଭାବେ କାମ କରୁଥିବା ଅନୀଲଙ୍କ ବିଭିନ୍ନ ଠିକଣାରେ ଗତ ମାର୍ଚ୍ଚରେ ଆୟକର ବିଭାଗ ବି ରେଡ କରିଥିଲା। ଏହି ସମୟରେ ସେ ଡାପୋଲିରା ଗୋଟିଏ ଜମିକୁ ୨୦୧୭ରେ ୧ କୋଟି ଟଙ୍କା ଦେଇ କିଣିଥିବା ଜଣାପଡ଼ିଥିଲା। ୨୦୧୯ରେ ଜମି ପାଇଁ ପଞ୍ଜୀକରଣ ହୋଇଥିଲା ଓ ୨୦୨୦ରେ ଏହାକୁ ୧.୧୦ କୋଟି ଟଙ୍କାରେ ସଦାନନ୍ଦ କଦମଙ୍କୁ ବିକ୍ରି କରାଯାଇଥିଲା।

Advertisment

ତେବେ ଜମି ବିକ୍ରି କରିବା ପୂର୍ବରୁ ଏଠାରେ ରିସୋର୍ଟ ତିଆରି ସରିଥିଲା। ଏହି ଜମି କିଣାବିକାର ଘଟଣାରେ ସାମିଲ ଥିବା ଲୋକମାନେ ରିସୋର୍ଟ ନିର୍ମାଣ ପାଇଁ ଉପଯୁକ୍ତ ଅଧିକାରୀଙ୍କୁ ଜଣାଇ ନଥିଲେ। ଅନୁମତି ମଧ୍ୟ ଆଣି ନଥିଲେ। ସେହିପରି କେବଳ ଜମିର ପଞ୍ଜୀକରଣ ପାଇଁ ୨୦୧୯ ଓ ୨୦୨୦ରେ ଷ୍ଟାମ୍ପ ଡ୍ୟୁଟି ପାଇଁ ଅର୍ଥ ଦେଇଥିଲେ। ଆଇଟି ବିଭାଗ ସନ୍ଦେହ କରୁଛି ଯେ ଡାପୋଲି ଜମିରେ ରିସୋର୍ଟ ତିଆରି ପାଇଁ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ନିର୍ମାଣ ପାଇଁ ଅର୍ଥ ଅନୀଲ ପରବ କିମ୍ବା କଦମଙ୍କ ଆକାଉଣ୍ଟରେ ଯୋଡ଼ା ଯାଇନି। ତେଣୁ କେଉଁଭଳି ଭାବେ ଆର୍ଥିକ କାରବାର ହୋଇଥିଲା, ତାହା ଜାଣିବାକୁ ଇଡି ଅନୀଲ ପରବଙ୍କୁ ନୋଟିସ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe