Advertisment

ପୂରା ପରିବାରକୁ ଜାଳି ଦେବାକୁ ଧମକ ଦେଇଥିବା ମନ୍ତ୍ରୀଙ୍କ ନାଁରେ ରୁଜୁ ହେଲା ମାମଲା

ବେଙ୍ଗାଲୁରୁ: ଜମି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରକୁ ଜୀବନ୍ତ ଜାଳିଦେବାକୁ ଧମକ ଦେବା କର୍ଣ୍ଣାଟକାର ମନ୍ତ୍ରୀ ଆନନ୍ଦ ସିଂହଙ୍କୁ ମହଙ୍ଗା ପଡ଼ିଛି। ମନ୍ତ୍ରୀଙ୍କ ଧମକ ପରେ ପରିବାର ସଦସ୍ୟ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଧମକ ଦେଇଥିବା ମନ୍ତ୍ରୀ ସିଂହଙ୍କ ନାଁରେ ପୁଲିସ୍‌ ମାମଲା ରୁଜୁ କରିଥିବା ଆଜି ସୂଚନା ଦେଇଛି। ଆନନ୍ଦ ସିଂହ କର୍ଣ୍ଣାଟକାର ପର୍ଯ୍ୟଟନ, ଇକୋଲଜି ଓ ପରିବେଶ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। […]

ପୂରା ପରିବାରକୁ ଜାଳି ଦେବାକୁ ଧମକ ଦେଇଥିବା ମନ୍ତ୍ରୀଙ୍କ ନାଁରେ ରୁଜୁ ହେଲା ମାମଲା

minister

Advertisment

ବେଙ୍ଗାଲୁରୁ: ଜମି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାରକୁ ଜୀବନ୍ତ ଜାଳିଦେବାକୁ ଧମକ ଦେବା କର୍ଣ୍ଣାଟକାର ମନ୍ତ୍ରୀ ଆନନ୍ଦ ସିଂହଙ୍କୁ ମହଙ୍ଗା ପଡ଼ିଛି। ମନ୍ତ୍ରୀଙ୍କ ଧମକ ପରେ ପରିବାର ସଦସ୍ୟ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଧମକ ଦେଇଥିବା ମନ୍ତ୍ରୀ ସିଂହଙ୍କ ନାଁରେ ପୁଲିସ୍‌ ମାମଲା ରୁଜୁ କରିଥିବା ଆଜି ସୂଚନା ଦେଇଛି।

Advertisment

ଆନନ୍ଦ ସିଂହ କର୍ଣ୍ଣାଟକାର ପର୍ଯ୍ୟଟନ, ଇକୋଲଜି ଓ ପରିବେଶ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ପୁଲିସ୍‌ ଆନନ୍ଦ ଓ ଅନ୍ୟ ୩ ଜଣଙ୍କ ନାଁରେ ଅନୁସୂଚିତ ଜାତି/ଜନଜାତି ଓ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ସମସ୍ତଙ୍କ ବିରୋଧରେ ଡି ପୋଲାପ୍ପା ନାମକ ଜଣେ ବ୍ୟକ୍ତି ଅଭିଯୋଗ ଆଣିଥିଲେ।

ଏହି ପୂରା ଘଟଣା ଗୋଟିଏ ଜମିକୁ ନେଇ ଘଟିଛି। ଜମିକୁ ନେଇ ଗୋଟିଏ ସଂପ୍ରଦାୟ ଓ ଅନୁସୂଚିତ ଜାତିର ଜଣେ ବ୍ୟକ୍ତି ପୋଲାପ୍ପାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏଥିରେ ମନ୍ତ୍ରୀ ଆନନ୍ଦ ସିଂହ ହସ୍ତକ୍ଷେପ କରିବା ସହ ପୋଲାପ୍ପାଙ୍କ ପରିବାର ସବୁ ସଦସ୍ୟଙ୍କୁ ଜୀବନ୍ତ ଜାଳି ଦେବାକୁ ଧମକ ଦେଇଥିଲେ। ଏହି ଧମକ ପରେ ମଙ୍ଗଳବାର ରାତିରେ ପୋଲାପ୍ପା ଓ ତାଙ୍କ ପରିବାରର ଅନ୍ୟ ୫ ଜଣ ସଦସ୍ୟ ହୋସପେଟ ପୁଲିସ ଷ୍ଟେସନ ପାଖକୁ ଆସିଥିଲେ। ଏହାପରେ ନ୍ୟାୟ ଦାବିରେ ପୂରା ପରିବାର ଆତ୍ମାହୁତି ଉଦ୍ୟମ କରିଥିଲେ। ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲରେ ଭର୍ତ୍ତି କରିଥିଲା।

Advertisment

ଏହି ଘଟଣା ପୂର୍ବରୁ ମନ୍ତ୍ରୀ ଆନନ୍ଦ ବିବାଦ ଲାଗି ରହିଥିବା ଗାଁକୁ ପରିଦର୍ଶନ ପାଇଁ ଯାଇଥିଲେ। ଏତିକି ବେଳେ ବିବାଦର ସମାଧାନ କରିବା ପାଇଁ ଗୋଟିଏ ସଂପ୍ରଦାୟର ଲୋକ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ମନ୍ତ୍ରୀ ପୂରା ଘଟଣା ନ ଶୁଣି ପୋଲାପ୍ପାଙ୍କ ପରିବାରର ସବୁ ସଦସ୍ୟଙ୍କୁ ଜୀବନ୍ତ ଜାଳିଦେବେ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି।

ପୁଲିସ୍‌ ମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିଛି। ଏଥିସହ ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲାପ୍ପାଙ୍କ ପରିବାର ସଦସ୍ୟଙ୍କ ନାଁରେ ଗୋଟିଏ ମାମଲା ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe