Advertisment

କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଘଟଣା: ମନ୍ତ୍ରୀଙ୍କ ନାଁରେ ରୁଜୁ ହେଲା ମାମଲା

ବେଙ୍ଗାଲୁରୁ: କର୍ଣ୍ଣାଟକାର ଜଣେ କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ଫସିଥିବା ମନ୍ତ୍ରୀ କେଏସ୍‌ ଈଶ୍ୱରପ୍ପାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗ୍ରାମାଞ୍ଚଳ ଓ ପଞ୍ଚାୟତରାଜ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଈଶ୍ୱରପ୍ପାଙ୍କ ପାଇଁ କଣ୍ଟ୍ରାକ୍ଟର ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଉଡୁପି ପୁଲିସ୍‌ ମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିଛି। ଆଇପିସିର ଧାରା ୩୦୬ ଅନୁଯାୟୀ ମାମଲା କରାଯାଇଥିବା ଜଣାପଡ଼ିଛି। ମନ୍ତ୍ରୀ ଈଶ୍ୱରପ୍ପାଙ୍କ ବ୍ୟତୀତ ତାଙ୍କର ଦୁଇ ସହଯୋଗୀ ବସବରାଜ […]

author-image
Hemant Lenka
ଅଦ୍ୟତନ ହୋଇଛି
କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଘଟଣା: ମନ୍ତ୍ରୀଙ୍କ ନାଁରେ ରୁଜୁ ହେଲା ମାମଲା

Minister

ବେଙ୍ଗାଲୁରୁ: କର୍ଣ୍ଣାଟକାର ଜଣେ କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ଫସିଥିବା ମନ୍ତ୍ରୀ କେଏସ୍‌ ଈଶ୍ୱରପ୍ପାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଗ୍ରାମାଞ୍ଚଳ ଓ ପଞ୍ଚାୟତରାଜ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଈଶ୍ୱରପ୍ପାଙ୍କ ପାଇଁ କଣ୍ଟ୍ରାକ୍ଟର ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଉଡୁପି ପୁଲିସ୍‌ ମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିଛି। ଆଇପିସିର ଧାରା ୩୦୬ ଅନୁଯାୟୀ ମାମଲା କରାଯାଇଥିବା ଜଣାପଡ଼ିଛି।

Advertisment

ମନ୍ତ୍ରୀ ଈଶ୍ୱରପ୍ପାଙ୍କ ବ୍ୟତୀତ ତାଙ୍କର ଦୁଇ ସହଯୋଗୀ ବସବରାଜ ଓ ରମେଶଙ୍କ ନାଁ ମଧ୍ୟ ଏଫଆଇଆରରେ ରହିଛି। ଆତ୍ମହତ୍ୟା କରିଥିବା କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲଙ୍କ ଭାଇ ପ୍ରଶାନ୍ତଙ୍କ ଅଭିଯୋଗକ୍ରମେ ଏପରି ପଦକ୍ଷେପ ନେଇଛି ପୁଲିସ୍‌। କଣ୍ଟ୍ରାକ୍ଟର ସନ୍ତୋଷ ପାଟିଲ ଗ୍ରାମାଞ୍ଚଳ ଓ ପଞ୍ଚାୟତରାଜ ବିଭାଗର ଗୋଟିଏ କାମ ନେଇଥିଲେ।

୪ କୋଟି ଟଙ୍କାର ଏହି କାମ ପାଇଁ ମନ୍ତ୍ରୀ ଈଶ୍ୱରପ୍ପାଙ୍କ ସହଯୋଗୀମାନେ ତାଙ୍କୁ ୪୦% କମିସିନ ଦେବାକୁ କହିଥିଲେ। ଏ ସମ୍ପର୍କରେ ସନ୍ତୋଷ ପାଟିଲ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ମଧ୍ୟ ଗୋଟିଏ ଚିଠି ଲେଖିଥିଲେ। ଏହାକୁ ନେଇ ବିବାଦ ଜାରି ରହିଥିବା ବେଳେ ଗତକାଲି ଉଡୁପି ସ୍ଥିତ ଗୋଟିଏ ଘରୋଇ ଲଜ୍ ଭିତରୁ ସନ୍ତୋଷ ପାଟିଲଙ୍କ ମୃତଦେହ ମିଳିଥିଲା। ତେବେ ଜୀବନ ହାରିବା ପୂର୍ବରୁ ସେ ନିଜର ବନ୍ଧୁ ଓ ମିଡିଆକୁ ମେସେଜ କରିଥିଲେ ଯେ ତାଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ଇଶ୍ୱରପ୍ପା ହିଁ ଦାୟୀ।

Advertisment

ସେ ନିଜର ଶେଷ ମେସେଜରେ ଲେଖିଥିଲେ, “ମନ୍ତ୍ରୀ କେଏସ୍ ଈଶ୍ୱରପ୍ପା ସଂପୂର୍ଣ୍ଣ ଭାବେ ମୋ ମୃତ୍ୟୁ ପାଇଁ ଦାୟୀ। ମୁଁ ସବୁ କିଛିକୁ ସାଇଡ୍‌ରେ ରଖି ଏପରି ଚରମ ପଦକ୍ଷେପ ନେଉଛି। ମୁଁ ହାତ ଯୋଡ଼ି ଆମ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଆମର ପ୍ରିୟ ଲିଙ୍ଗାୟତ ନେତା ବିଏସ୍‌ୱାଇ ଓ ଅନ୍ୟମାନଙ୍କୁ ଅନୁରୋଧ କରୁଛି ଯେ ସମସ୍ତେ ମୋ ମୃତ୍ୟୁ ପରେ ମୋ ପିଲା ଏବଂ ପତ୍ନୀଙ୍କୁ ସହଯୋଗର ହାତ ବଢ଼ାଇବେ।”

କଣ୍ଟ୍ରାକ୍ଟର ପାଟିଲ ଏପ୍ରିଲ ୧୧ ତାରିଖରେ କିଛି ବନ୍ଧୁଙ୍କ ସହ ଉଡୁପିର ଗୋଟିଏ ଲଜ୍‌କୁ ଯାଇଥିଲେ। ସାଙ୍ଗମାନେ ଗୋଟିଏ ରୁମରେ ରହିଥିବା ବେଳେ ସେ ଆଉ ଗୋଟିଏ ରୁମରେ ରହିଥିଲେ। ଏପରି କି ନିଜ ଜିନିଷ ପତ୍ର ମଧ୍ୟ ସନ୍ତୋଷ ପାଟିଲ ସାଙ୍ଗମାନେ ରହୁଥିବା ରୁମରେ ରଖିଥିଲେ। ଏପ୍ରିଲ ୧୨ ତାରିଖ ସକାଳେ ସନ୍ତୋଷଙ୍କ ଦୁଇ ବନ୍ଧୁ ତାଙ୍କ ରୁମର କବାଟ ବାଡ଼େଇ ଥିଲେ ମଧ୍ୟ ସେ ଏହାକୁ ଖୋଲି ନଥିଲେ। କିଛି ଘଣ୍ଟା ବିତିବା ପରେ ଦୁଇ ସାଙ୍ଗ ପୁଣି ସନ୍ତୋଷଙ୍କୁ ଡାକିଥିଲେ। ହେଲେ ସେ କୌଣସି ଜବାବ ନ ଦେବାରୁ ଲଜ୍‌ କର୍ମଚାରୀଙ୍କ ସହାୟତାରେ କବାଟକୁ ଜୋର ଜବରଦସ୍ତ ଖୋଲିଥିଲେ। ଏହି ସମୟରେ ସନ୍ତୋଷ ବେଡ୍‌ ଉପରେ ଅଚେତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ମୃତଦେହକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା।

Karnataka Suicide