Advertisment

ଅଧିକାରୀଙ୍କୁ ଓଲଟା ଝୁଲାଇ ଦେବାର ଧମକ ଦେଲେ ମନ୍ତ୍ରୀ! ଅଡିଓ ଭାଇରାଲ

ଭୋପାଲ: ବିବାଦରେ ମଧ୍ୟପ୍ରଦେଶର ମନ୍ତ୍ରୀ ରାମଖେଲାୱନ ପଟେଲ। ସେ ଖାଦ୍ୟ ବିଭାଗର ଜଣେ ଅଧିକାରୀଙ୍କୁ ଧମକ ଦେବାର ଅଡିଓ ଭାଇରାଲ ହେବାରେ ଲାଗିଛି। ଫୋନ ଯୋଗେ ମନ୍ତ୍ରୀ ପଟେଲ ଜଣେ ଅଧିକାରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅମରପାଟନ ନିର୍ବାଚନ ମଣ୍ଡଳୀର କୌଣସି ବି ବ୍ୟବସାୟୀଙ୍କ ବିରୋଧରେ ମାମଲା କରିବ ନାହିଁ। ଯଦି ମାମଲା କରିବ, ତା’ହେଲେ ମୁଁ ତୁମକୁ ଓଲଟା ଝୁଲାଇ ଦେବି ବୋଲି ମନ୍ତ୍ରୀ ଧମକ ଦେଇଥିବା ଅଡିଓରେ ଶୁଣିବାକୁ ମିଳିଛି। ଏହି ନିର୍ବାଚନ […]

ଅଧିକାରୀଙ୍କୁ ଓଲଟା ଝୁଲାଇ ଦେବାର ଧମକ ଦେଲେ ମନ୍ତ୍ରୀ! ଅଡିଓ ଭାଇରାଲ

minister

Advertisment

ଭୋପାଲ: ବିବାଦରେ ମଧ୍ୟପ୍ରଦେଶର ମନ୍ତ୍ରୀ ରାମଖେଲାୱନ ପଟେଲ। ସେ ଖାଦ୍ୟ ବିଭାଗର ଜଣେ ଅଧିକାରୀଙ୍କୁ ଧମକ ଦେବାର ଅଡିଓ ଭାଇରାଲ ହେବାରେ ଲାଗିଛି। ଫୋନ ଯୋଗେ ମନ୍ତ୍ରୀ ପଟେଲ ଜଣେ ଅଧିକାରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅମରପାଟନ ନିର୍ବାଚନ ମଣ୍ଡଳୀର କୌଣସି ବି ବ୍ୟବସାୟୀଙ୍କ ବିରୋଧରେ ମାମଲା କରିବ ନାହିଁ। ଯଦି ମାମଲା କରିବ, ତା’ହେଲେ ମୁଁ ତୁମକୁ ଓଲଟା ଝୁଲାଇ ଦେବି ବୋଲି ମନ୍ତ୍ରୀ ଧମକ ଦେଇଥିବା ଅଡିଓରେ ଶୁଣିବାକୁ ମିଳିଛି।

Advertisment

ଏହି ନିର୍ବାଚନ ମଣ୍ଡଳୀରୁ ଶ୍ରୀ ପଟେଲ ବିଧାନସଭାକୁ ନିର୍ବାଚିତ ହୋଇଛି। ଏଠାରେ ଅନିୟମିତତା ଚାଲିଥିବାରୁ ଜଣେ ଖାଦ୍ୟ ବିଭାଗର ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହିଁଥିଲେ। ହେଲେ ମନ୍ତ୍ରୀ ବ୍ୟବସାୟୀମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଅଧିକାରୀଙ୍କୁ ଉକ୍ତ ଅଞ୍ଚଳକୁ ନ ଯିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ତେବେ ଏହି ଅଡିଓର ସତ୍ୟାସତ୍ୟ ବିଷୟରେ ଜଣାପଡ଼ିନି। ମନ୍ତ୍ରୀ ମଧ୍ୟ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇନାହାନ୍ତି। ଅଡିଓ ଭାଇରାଲ ହେବା ପରେ ଧମକ ପାଇଥିବା ଅଧିକାରୀଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଥିଲା। ହେଲେ ମିଡିଆ ଆଗରେ ମୁହଁ ଖୋଲି ନାହାନ୍ତି।

Advertisment

ନିୟମ ଅନୁସାରେ ସରକାରୀ ଅଧିକାରୀମାନେ କାମ କରିବାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅଭିଯାନ ଆରମ୍ଭ କରିଛନ୍ତି। ସେ ସର୍ବସାଧାରଣରେ ସରକାରୀ ଅଧିକାରୀଙ୍କୁ ସମାଲୋଚନା କରିବା ସହ କିଛି ଜଣଙ୍କୁ ନିଲମ୍ବିତ କରୁଛନ୍ତି। ଗତକାଲି ନିୟମ ଖିଲାପ କରିଥିବା ଶେଓପୁରର ଜଣେ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିଲମ୍ବିତ କରିଥିଲେ। ହେଲେ ତାଙ୍କ ମନ୍ତ୍ରିମଣ୍ଡଳରେ ଥିବା ଜଣେ ସଦସ୍ୟ ସରକାରୀ ଅଧିକାରୀଙ୍କୁ ତାଙ୍କ କାମରେ ବାଧା ଦେଇଛନ୍ତି।

ପଛୁଆ ବର୍ଗ କଲ୍ୟାଣ ବିଭାଗର ସ୍ୱାଧୀନ ରାଜ୍ୟମନ୍ତ୍ରୀ ଥିବା ଶ୍ରୀ ପଟେଲ ପ୍ରଥମଥର ପାଇଁ ସରକାର ଓ ବିଜେପିକୁ ନିଜ ବୟାନ ଯୋଗୁ ଅଡ଼ୁଆରେ ପକାଇ ନାହାନ୍ତି। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ନେତାମାନଙ୍କୁ ବିବାଦୀୟ ବୟାନରୁ ଦୂରେଇ ରହିବାକୁ କହିଥିଲେ। ହେଲେ ଶ୍ରୀ ପଟେଲ ଜେଲରୁ ନିଜ ସମର୍ଥକ ଓ ସହଯୋଗୀଙ୍କୁ ବାହାର କରିବା ପାଇଁ ଦରକାର ପଡ଼ିଲେ ରକ୍ତର ଦେବାକୁ ବିଜେପି ପ୍ରସ୍ତୁତ ଅଛି ବୋଲି କହି ବିବାଦ ସୃଷ୍ଟି କରିଥିଲେ।

ରାମନଗର ଠାରେ ପଟେଲଙ୍କ ସହଯୋଗୀ ରାମ ସୁଶୀଲ ପଟେଲ ଜଣେ ପୌରପାଳିକା ଅଧିକାରୀଙ୍କୁ ମାଡ଼ ମାରିଥିଲେ। ଏଥିପାଇଁ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଏହାକୁ ବିରୋଧ କରି ରାମଖେଲାୱନ ପଟେଲ କହିଥିଲେ ଯେ “ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ରାମ ସୁଶୀଲ ପଟେଲଙ୍କୁ ଆମେ ଜେଲରୁ ବାହାରକୁ ଆଣିବୁ। ତାଙ୍କୁ ଜେଲରୁ ବାହାର କରିବା ପାଇଁ ଦରକାର ପଡ଼ିଲେ ବିଜେପି ନିଜର ରକ୍ତ ଦେବାକୁ ମଧ୍ୟ ପଛାଇବ ନାହିଁ। ତାଙ୍କୁ ଜେଲରୁ ଖଲାସ କରିବା ପାଇଁ ଆମେ ସବୁ କିଛି କରିବାକୁ ରାଜି ଅଛୁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe