Advertisment

କଣ୍ଟ୍ରାକ୍ଟରଙ୍କ ଶେଷ ମେସେଜ: ମୋ ମୃତ୍ୟୁ ପାଇଁ ଏହି ମନ୍ତ୍ରୀ ଦାୟୀ

ବେଙ୍ଗାଲୁରୁ: କର୍ଣ୍ଣାଟକାର ଉଡୁପି ଜିଲ୍ଲାରେ ଥିବା ଗୋଟିଏ ଘରୋଇ ଲଜ୍‌ ମଧ୍ୟରୁ ଜଣେ କଣ୍ଟ୍ରାକ୍ଟରଙ୍କ ମୃତଦେହ ମିଳିଛି। କଣ୍ଟ୍ରାକ୍ଟର ଜଣଙ୍କ ବିଷ ପିଇ ଜୀବନ ହାରିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ କଣ୍ଟ୍ରାକ୍ଟର ଜଣଙ୍କ କିଛି ଦିନ ତଳେ କର୍ଣ୍ଣାଟକାର କ୍ଷମତାସୀନ ବିଜେପି ସରକାରରେ ମନ୍ତ୍ରୀ ଥିବା କେଏସ୍‌ ଈଶ୍ୱରପ୍ପାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଗ୍ରାମାଞ୍ଚଳର ଓ ପଞ୍ଚାୟତିରାଜ ମନ୍ତ୍ରୀ ଥିବା ଈଶ୍ୱରପ୍ପାଙ୍କ ସହଯୋଗୀମାନେ କଣ୍ଟ୍ରାକ୍ଟରଙ୍କୁ ବିଭିନ୍ନ କାମ […]

କଣ୍ଟ୍ରାକ୍ଟରଙ୍କ ଶେଷ ମେସେଜ: ମୋ ମୃତ୍ୟୁ ପାଇଁ ଏହି ମନ୍ତ୍ରୀ ଦାୟୀ

BJP1

Advertisment

ବେଙ୍ଗାଲୁରୁ: କର୍ଣ୍ଣାଟକାର ଉଡୁପି ଜିଲ୍ଲାରେ ଥିବା ଗୋଟିଏ ଘରୋଇ ଲଜ୍‌ ମଧ୍ୟରୁ ଜଣେ କଣ୍ଟ୍ରାକ୍ଟରଙ୍କ ମୃତଦେହ ମିଳିଛି। କଣ୍ଟ୍ରାକ୍ଟର ଜଣଙ୍କ ବିଷ ପିଇ ଜୀବନ ହାରିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ କଣ୍ଟ୍ରାକ୍ଟର ଜଣଙ୍କ କିଛି ଦିନ ତଳେ କର୍ଣ୍ଣାଟକାର କ୍ଷମତାସୀନ ବିଜେପି ସରକାରରେ ମନ୍ତ୍ରୀ ଥିବା କେଏସ୍‌ ଈଶ୍ୱରପ୍ପାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଗ୍ରାମାଞ୍ଚଳର ଓ ପଞ୍ଚାୟତିରାଜ ମନ୍ତ୍ରୀ ଥିବା ଈଶ୍ୱରପ୍ପାଙ୍କ ସହଯୋଗୀମାନେ କଣ୍ଟ୍ରାକ୍ଟରଙ୍କୁ ବିଭିନ୍ନ କାମ କରିବା ପାଇଁ ୪୦% ଅର୍ଥ କମିସିନ ଆକାରରେ ଦେବାକୁ ଧମକ ଦେଉଥିବା ସେ ଅଭିଯୋଗ କରିଥିଲେ।

Advertisment

ଲଜରେ ଜୀବନ ହାରିଥିବା କଣ୍ଟ୍ରାକ୍ଟର ଜଣଙ୍କ ହେଉଛନ୍ତି ସନ୍ତୋଷ ପାଟିଲ। ସେ ଜୀବନ ହାରିବା ପୂର୍ବରୁ ଶ୍ରୀ ପାଟିଲ କିଛି ଗଣମାଧ୍ୟମ ଓ ତାଙ୍କ ବନ୍ଧୁମାନଙ୍କୁ ମେସେଜ କରିଥିଲେ। ଏହି ମେସେଜରେ ସେ ଆତ୍ମହତ୍ୟା କରିବାକୁ ଯାଉଥିବା କହିଥିଲେ ଓ ତାଙ୍କ ମୃତ୍ୟୁ ପାଇଁ ମନ୍ତ୍ରୀ ଈଶ୍ୱରପ୍ପା ଦାୟୀ ବୋଲି ସମସ୍ତଙ୍କୁ ଜଣାଇଥିଲେ।

ଖାଲି ସେତିକି ନୁହେଁ, କଣ୍ଟ୍ରାକ୍ଟର ପାଟିଲ ନିଜର ଶେଷ ମେସେଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଓ ବରିଷ୍ଠ ବିଜେପି ନେତା ବିଏସ୍‌ ୟେଦ୍ୟୁରପ୍ପାଙ୍କୁ ମଧ୍ୟ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି।

Advertisment

ସେ ଲେଖିଛନ୍ତି, “ମନ୍ତ୍ରୀ କେଏସ୍ ଈଶ୍ୱରପ୍ପା ସଂପୂର୍ଣ୍ଣ ଭାବେ ମୋ ମୃତ୍ୟୁ ପାଇଁ ଦାୟୀ। ମୁଁ ସବୁ କିଛିକୁ ସାଇଡ୍‌ରେ ରଖି ଏପରି ଚରମ ପଦକ୍ଷେପ ନେଉଛି। ମୁଁ ହାତ ଯୋଡ଼ି ଆମ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଆମର ପ୍ରିୟ ଲିଙ୍ଗାୟତ ନେତା ବିଏସ୍‌ୱାଇ ଓ ଅନ୍ୟମାନଙ୍କୁ ଅନୁରୋଧ କରୁଛି ଯେ ସମସ୍ତେ ମୋ ମୃତ୍ୟୁ ପରେ, ମୋ ପିଲା ଏବଂ ପତ୍ନୀଙ୍କୁ ସହଯୋଗର ହାତ ବଢ଼ାଇବେ।”

ମିଳିଥିବା ସୂଚନା ଅନୁଯାୟୀ, କଣ୍ଟ୍ରାକ୍ଟର ପାଟିଲ ଏପ୍ରିଲ ୧୧ ତାରିଖରେ କିଛି ବନ୍ଧୁଙ୍କ ସହ ଉଡୁପିର ଗୋଟିଏ ଲଜ୍‌କୁ ଯାଇଥିଲେ। ସାଙ୍ଗମାନେ ଗୋଟିଏ ରୁମରେ ରହିଥିବା ବେଳେ ସେ ଆଉ ଗୋଟିଏ ରୁମରେ ରହିଥିଲେ। ଏପରି କି ନିଜ ଜିନିଷ ପତ୍ର ମଧ୍ୟ ସନ୍ତୋଷ ପାଟିଲ ସାଙ୍ଗମାନେ ରହୁଥିବା ରୁମରେ ରଖିଥିଲେ। ଏପ୍ରିଲ ୧୨ ତାରିଖ ସକାଳେ ସନ୍ତୋଷଙ୍କ ଦୁଇ ବନ୍ଧୁ ତାଙ୍କ ରୁମର କବାଟ ବାଡ଼େଇ ଥିଲେ ମଧ୍ୟ ସେ ଏହାକୁ ଖୋଲି ନଥିଲେ। କିଛି ଘଣ୍ଟା ବିତିବା ପରେ ଦୁଇ ସାଙ୍ଗ ପୁଣି ସନ୍ତୋଷଙ୍କୁ ଡାକିଥିଲେ। ହେଲେ ସେ କୌଣସି ଜବାବ ନ ଦେବାରୁ ଲଜ୍‌ କର୍ମଚାରୀଙ୍କ ସହାୟତାରେ କବାଟକୁ ଜୋର ଜବରଦସ୍ତ ଖୋଲିଥିଲେ। ଏହି ସମୟରେ ସନ୍ତୋଷ ବେଡ୍‌ ଉପରେ ଅଚେତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଛି।

ଅନ୍ୟପକ୍ଷରେ କଣ୍ଟ୍ରାକ୍ଟର ପାଟିଲଙ୍କ ମୃତ୍ୟୁ ପରେ ପ୍ରତିକ୍ରିୟା ଦେଇ ଈଶରପ୍ପା ତାଙ୍କୁ ଚିହ୍ନି ନଥିବା କହିଛନ୍ତି। ଏଥିସହ ସେ ବିରୋଧୀଙ୍କ ଦାବି ଅନୁସାରେ ଇସ୍ତଫା ଦେବେନାହିଁ ବୋଲି କହିଛନ୍ତି।

ପାଟିଲ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ମଧ୍ୟ ନିକଟରେ ଗୋଟିଏ ଚିଠି ଲେଖିଥିଲେ। ଏଥିରେ ସେ ୪ କୋଟିର ଠିକା କାମ ପାଇଁ ଈଶ୍ୱରପ୍ପାଙ୍କ ସହଯୋଗୀମାନେ ୪୦% କମିସିନ ମାଗୁଥିବା ଅଭିଯୋଗ କରିଥିଲେ। ହେଲେ ଏହି ଅଭିଯୋଗକୁ ଈଶ୍ୱରପ୍ପା ଖଣ୍ଡନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe