Advertisment

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ସନ୍ତୋଷ ଗଙ୍ଗୱାର ଓ ପୋଖରିୟାଲଙ୍କ ଇସ୍ତଫା

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଇସ୍ତଫା ଦେଇଛନ୍ତି ସନ୍ତୋଷ ଗଙ୍ଗୱାର। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଭାବେ କାମ କରୁଥିଲେ। ହେଲେ ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଥିବା ପିଟିଆଇ ସୂତ୍ରରୁ ଜଣାପଡ଼ିଛି। ତେବେ ସେ କାହିଁକି ଇସ୍ତଫା ଦେଲେ, ସେକଥା ସ୍ପଷ୍ଟ ଭାବେ ଜଣାପଡ଼ିନି। ସେ ତାଙ୍କ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ପଠାଇ ଦେଇଛନ୍ତି। […]

ଅଦ୍ୟତନ ହୋଇଛି
କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ସନ୍ତୋଷ ଗଙ୍ଗୱାର ଓ ପୋଖରିୟାଲଙ୍କ ଇସ୍ତଫା

Santosh

Advertisment

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଇସ୍ତଫା ଦେଇଛନ୍ତି ସନ୍ତୋଷ ଗଙ୍ଗୱାର। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଭାବେ କାମ କରୁଥିଲେ। ହେଲେ ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଥିବା ପିଟିଆଇ ସୂତ୍ରରୁ ଜଣାପଡ଼ିଛି।

Advertisment

ତେବେ ସେ କାହିଁକି ଇସ୍ତଫା ଦେଲେ, ସେକଥା ସ୍ପଷ୍ଟ ଭାବେ ଜଣାପଡ଼ିନି। ସେ ତାଙ୍କ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ ପଠାଇ ଦେଇଛନ୍ତି। ଚର୍ଚ୍ଚା ଅନୁଯାୟୀ, ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି।

୭୨ ବର୍ଷୀୟ ଗଙ୍ଗୱାର ଉତ୍ତର ପ୍ରଦେଶର ବରେଲୀ ନିର୍ବାଚନ ମଣ୍ଡଳୀକୁ ନିର୍ବାଚିତ ହୋଇଛନ୍ତି। ୧୯୮୯ରୁ କ୍ରମାଗତ ଭାବେ ସେ ଏହି ଆସନରୁ ଜିତି ଆସୁଥିଲେ। ତେବେ ୨୦୦୯ରେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। କିନ୍ତୁ ସେ ପୁଣି ୨୦୧୪ ଓ ୨୦୧୯ରେ ଏଠାରୁ ଜିତି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଶ୍ରମ ମନ୍ତ୍ରୀ ହେବା ପୂର୍ବରୁ ଟେକ୍ସଟାଇଲ ଓ ଅର୍ଥ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରିଥିଲେ।

Advertisment

ସେହିପରି ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ମଧ୍ୟ ଇସ୍ତଫା ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସ୍ୱାସ୍ଥ୍ୟଗତ କାରଣରୁ ସେ ମନ୍ତ୍ରୀ ଭାବେ କାମ କରିବାକୁ ଚାହୁଁ ନଥିବାରୁ ପୂର୍ବରୁ ଜଣାପଡ଼ିଥିଲା। ଏହି କାରଣରୁ ତାଙ୍କୁ କ୍ୟାବିନେଟରୁ ବାଦ ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ପୋଖରିୟାଲ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି।


ବେଙ୍ଗଲ ସାଂସଦ ତଥା ମହିଳା, ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏମାନଙ୍କ ବ୍ୟତୀତ କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରୀ ସଦାନନ୍ଦ ଗୌଡ଼ା ଓ ଗତକାଲି କର୍ଣ୍ଣାଟକାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବା ସାମାଜିକ ନ୍ୟାୟ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଥାୱରଚାନ୍ଦ ଗେହଲଟ ମଧ୍ୟ ଇସ୍ତଫା ଦେଇଛନ୍ତି। ଶ୍ରୀ ଗେହଲଟ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ଭେଟି ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି। ଏହାକୁ ଉପରାଷ୍ଟ୍ରପତି ଗ୍ରହଣ କରି ନେଇଛନ୍ତି।

Cabinate Reshuffle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe